ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନଶା ମୁକ୍ତ ଭାରତ ଅଭିଯାନ ଶୁଭାରମ୍ଭ
ଜୟପୁର,୧୬ ସେପ୍େଟମ୍ବର (ହି.ସ.) - ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଓ ଶିକ୍ଷା ମନ୍ତ୍ରଣାଳୟଙ୍କ ନିର୍ଦ୍ଦେଶାନୁଯାୟୀ, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରେ ନଶା ମୁକ୍ତ ଭାରତ ଅଭିଯାନ ର ୧୫ ସେପ୍େଟମ୍ବର ୨୦୨୫ ରେ ଔପଚାରିକ ଭାବରେ ଶୁଭାରମ୍ଭ ହୋଇଛି। କୁଳପତି (ଭାରପ୍ରାପ୍ତ)
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନଶା ମୁକ୍ତ ଭାରତ ଅଭିଯାନ ଶୁଭାରମ୍ଭ


ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନଶା ମୁକ୍ତ ଭାରତ ଅଭିଯାନ ଶୁଭାରମ୍ଭ


ଜୟପୁର,୧୬ ସେପ୍େଟମ୍ବର (ହି.ସ.) - ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଓ ଶିକ୍ଷା ମନ୍ତ୍ରଣାଳୟଙ୍କ ନିର୍ଦ୍ଦେଶାନୁଯାୟୀ, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରେ ନଶା ମୁକ୍ତ ଭାରତ ଅଭିଯାନ ର ୧୫ ସେପ୍େଟମ୍ବର ୨୦୨୫ ରେ ଔପଚାରିକ ଭାବରେ ଶୁଭାରମ୍ଭ ହୋଇଛି। କୁଳପତି (ଭାରପ୍ରାପ୍ତ) ପ୍ରଫେସର ନରସିଂହ ଚରଣ ପଣ୍ଡା ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ନବରଙ୍ଗପୁର ଜିଲ୍ଲା ପୋଲିସ ସୁପରିଟେଣ୍ଡେଂଟ ଶ୍ରୀ ମଡ଼କର ସନ୍ଦୀପ ସମ୍ପତ, ଓଚଝ, ଚିକିତ୍ସା ଅଧିକାରୀ ଡ଼ଃ ବୀର ପ୍ରସାଦ, କୁଳସଚିବ (ଭାରପ୍ରାପ୍ତ) ଡ଼ଃ ରାକେଶ କୁମାର ଲେଙ୍କା, ବିତ ଅଧିକାରୀ ଶ୍ରୀ ଦୁରେ?୍ୟାଧନ ସେଠୀ, ଓ ଅଭିଯାନର ନୋଡାଲ୍ ଅଫିସର ଡ଼ଃ ନିର୍ଝରିଣୀ ତ୍ରିପାଠୀ।

କୁଳପତି ପ୍ରଫେସର ପଣ୍ଡା ତାଙ୍କ ଉଦ୍‌ଘାଟନୀ ଭାଷଣରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଦାୟିତ୍ୱ ସମ୍ବନ୍ଧରେ ଉଲ୍ଲେଖ କରି କହିଥିଲେ ଯେ ଛାତ୍ରମାନଙ୍କ ପ୍ରଧାନ କର୍ତବ୍ୟ ହେଉଛି ଅଧ୍ୟୟନ କରିବା ଓ ଶିକ୍ଷକମାନଙ୍କର କାମ ହେଉଛି ମାର୍ଗଦର୍ଶନ ଓ ଶିକ୍ଷା ଦେବା। ଆମର ଜୀବନ ଓ ସ୍ୱାସ୍ଥ୍ୟ ଅମୂଲ୍ୟ। ଏହାକୁ ରକ୍ଷା କରିବା ଓ ସମସ୍ତ ପ୍ରକାର ନଶାଠାରୁ ଦୂର ରହିବା ଆମ ଦାୟିତ୍ୱ, ଯାହା ଦ୍ୱାରା ଆମେ ଦେଶ ଓ ସମାଜ ପାଇଁ ସକାରାତ୍ମକ ଭୂମିକା ନିଭାଇପାରିବା।

ଏସ୍‌.ପି. ଶ୍ରୀ ସମ୍ପତ କହିଥିଲେ, ଯୁବପିଢ଼ା ମଧ୍ୟରେ ନଶା ସେବନ ଦିନକୁ ଦିନ ବଢ଼ିଚାଲିଛି। ବିଫଳତା ବେଳେ ଛାତ୍ରଛାତ୍ରୀମାନେ ଅନେକ ସମୟ ଦୁଃଖ ଓ ଭୟରେ ଡୁବିଯାନ୍ତି। ଏହି ସ୍ଥିତିର ଫାଇଦା ନେଇ ଦୁଷ୍ଟମନ୍ଥିମାନେ ତାଙ୍କୁ ନଶାର ଜାଳରେ ଆଣିଦିଅନ୍ତି। ଏହି ଧାରାରେ ଲୋକେ ନଶା ସେବନକୁ ଅଭ୍ୟାସ କରି ସେ ଅପରାଧ ଓ ଚୋରାଚାଲା ରେ ଲିପ୍ତ ହୋଇପାରନ୍ତି, ଯାହା ଦ୍ୱାରା ସମାଜ ଓ ଦେଶ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ସେ ପିତାମାତା, ସାଙ୍ଗମାନେ ଓ ଶିକ୍ଷକମାନଙ୍କୁ ଦାୟିତ୍ୱପୂର୍ଣ୍ଣ ଭାବେ ଯୁବକମାନେ କେଉଁଠି ବି ଭୁଲ ଦିଗକୁ ଚାଲିନଯାନ୍ତି, ତାହା ଦେଖିବାକୁ ଅନୁରୋଧ କରିଥିଲେ।

ଡ଼ଃ ବୀର ପ୍ରସାଦ ନଶା ସେବନର ଦୂଷ୍ପ୍ରଭାବ ବିଷୟରେ ଏକ ବିସ୍ତୃତ ପ୍ରସ୍ତୁତି ଦେଇଥିଲେ ଓ ସମସ୍ତଙ୍କୁ ଏକ ସ୍ୱସ୍ଥ, ନଶାମୁକ୍ତ ଜୀବନ ଅନୁସରଣ କରିବା ପାଇଁ ଉତ୍ସାହିତ କରିଥିଲେ।

କୁଳସଚିବ ଡ଼ଃ ଲେଙ୍କା, ବିତ ଅଧିକାରୀ ଶ୍ରୀ ସେଠୀ ଓ ନୋଡାଲ୍ ଅଫିସର ଡ଼ଃ ତ୍ରିପାଠୀ ମଧ୍ୟ ସଭାକୁ ଉଦ୍‌ବୋଧନ କରି ବିଶ୍ୱବିଦ୍ୟାଳୟ ପରିବାରକୁ ଏହି ଅଭିଯାନରେ ସହଯୋଗୀ ହେବା ପାଇଁ ଆହ୍ୱାନ ଜଣାଇଥିଲେ।

କାର୍ଯ୍ୟକ୍ରମର ଶେଷରେ ଅର୍ଥନୀତି ବିଭାଗର ଏସୋସିଏଟ୍ ପ୍ରୋଫେସର ଡ଼ଃ ମିନତି ସାହୁ ଧନ୍ୟବାଦ ଜ୍ଞାପନ ପ୍ରଦାନ କରିଥିଲେ। ଏହି ଅବସରରେ ସୁନାବେଡ଼ା ଏସଡିପିଓ ସୁମିତ୍ରା ଜେନା, ବିଶ୍ୱବିଦ୍ୟାଳୟର ଲୋକସଂପର୍କ ଅଧିକାରୀ ଡ଼ଃ ଫଗୁନାଥ ଭୋଇ, ଶିକ୍ଷକମାନେ, ଗବେଷକ ଓ ବିଦ୍ୟାର୍ଥୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ବିଦ୍ୟାର୍ଥୀ ଓ କର୍ମଚାରୀମାନେ ନଶା ମୁକ୍ତ ଶପଥ ଗ୍ରହଣ କରିଥିଲେ ଓ ଡିଜିଟାଲ୍ ଇ-ଶପଥ ଦ୍ୱାରା ସହଭାଗୀ ହୋଇ ସର୍ଟିଫିକେଟ ମଧ୍ୟ ପ୍ରାପ୍ତ କରିଥିଲେ।

ଏହି ଅଭିଯାନ, ବିଶ୍ୱବିଦ୍ୟାଳୟ ପରିସରକୁ ନିରାପଦ, ସ୍ୱସ୍ଥ ଓ ନଶାମୁକ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ଏକ ପଦକ୍ଷେପ। ବିଶ୍ୱବିଦ୍ୟାଳୟ ଏହି ଅଭିଯାନର ଅନେକ କାର୍ଯ୍ୟକ୍ରମ କରିବାର ଯୋଜନା କରିଛି, ଯେଉଁଥିରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଜୀବନର ସମସ୍ତ ପର୍ଯ୍ୟାୟ ଆଡମିଶନ, ଓରିଏଂଟେସନ୍‌, ଓ ହୋଷ୍ଟେଲ୍ ଜୀବନରେ ନଶା ବିରୋଧୀ ସଚେତନତା କାର୍ଯ୍ୟକ୍ରମ କରାଯିବାର ଲକ୍ଷ ରଖିଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande