ସୋନପୁର16 ସେପ୍ଟେମ୍ବର (ହି.ସ.
ଓଡ଼ିଶାରେ ବଦଳିଛି ସରକାର ଆସ୍ତେ ଆସ୍ତେ ବଦଳୁଛି ରାଜନୈତିକ ସମୀକରଣ l ବିଜେଡି ର ହେଭି ୱେଟ୍ ନେତାଙ୍କ ଗଡ କୁହାଯାଉଥିବା ବବି ଦାସ ଙ୍କ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଠୁ ଧରି ନିରଞ୍ଜନ ପୂଜାରୀଙ୍କ ସୁବର୍ଣ୍ଣପୁର ନିର୍ବାଚନ ମଣ୍ଡଳୀ ତଥା ତରଭା ବ୍ଲକରେ ଭୁଶୁଡୁଛି ବିଜେଡିର ଗଡ l ଜିଲ୍ଲାରେ ବିଜେଡି ତଥା ସ୍ଥାନୀୟ ବିଧାୟକ ନିରଞ୍ଜନ ପୂଜାରୀଙ୍କ ଗଡ଼ କୁହାଯାଉଥିବା ତରଭା ବ୍ଲକରେ ବିଜେଡିରୁ ସାମୂହିକ ଭାବେ ଇସ୍ତଫା ଦେଇଛନ୍ତି ୨୦ ରୁ ଉର୍ଦ୍ଧ୍ବ ସମିତି ସଭ୍ୟ, ସରପଞ୍ଚ ଓ ପ୍ୟାକସ୍ ସଭାପତି l ଏହି ଅଞ୍ଚଳରୁ ଶ୍ରୀ ପୂଜାରୀ ସର୍ବାଧିକ ଭୋଟ ପାଇ ଲଗାତର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି l ସୁବର୍ଣ୍ଣପୁର ଜିଲ୍ଲା ବିଜେଡି ସଭାପତି ତଥା ବିଧାୟକ ଙ୍କ ଅନୁଗତ ସରୋଜ କମ୍ପ ତରଭା ପଞ୍ଚାୟତ ସମିତି ଅଧକ୍ଷ ଥିବାବେଳେ ସାମୂହିକ ଦଳ ଛାଡିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି l ଲୋକ ପ୍ରତିନିଧି ମାନେ ସାମୂହିକ ଇସ୍ତଫା ଦେବା ସହ ସାଂସଦ ଙ୍କ ବ୍ଲକ ପ୍ରତିନିଧି ବିମଳ ଚନ୍ଦ୍ର ମିଶ୍ର ଓ ପ୍ରତିନିଧି ସାନନ୍ଦ ମେହେରଙ୍କ ସଂଯୋଜନାରେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଙ୍କୁ ତାଙ୍କ ବଲାଙ୍ଗୀର ସ୍ଥିତ ବାସଭବନ ରେ ସାକ୍ଷାତ କରି ବିଜେପିରେ ସାମିଲ ହୋଇଛନ୍ତି ସମସ୍ତ ସମିତି ସଭ୍ୟ ଓ ସରପଞ୍ଚ l ନୂତନ ଭାବେ ବିଜେପି ରେ ଯୋଗ ଦେଇଥିବା ଲୋକ ପ୍ରତିନିଧି ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିତୀ ଆଦର୍ଶ ରେ ଅନୁପ୍ରାଣିତ ହୋଇ ତଥା ବିକଶିତ ଭାରତ ଆହ୍ୱାନକୁ ସମର୍ଥନ ସହ ଜନହିତକର ନୀତି ଏବଂ ନିର୍ଣ୍ଣାୟକ ନେତୃତ୍ୱ ପ୍ରତି ସେମାନଙ୍କର ବିଶ୍ୱାସ ସହ ଅଭିବୃଦ୍ଧି ପ୍ରତି ବିଜେପିର ପ୍ରତିବଦ୍ଧତା ଉପରେ ଲୋକଙ୍କ ବିଶ୍ୱାସ ପାଇଁ ଯୋଗ ଦେଇଥିବା ପ୍ରକାଶ କରିଛନ୍ତି l
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ