ନୂତନ ଅଙ୍ଗନବାଡ଼ି କେନ୍ଦ୍ର ସମୂହ ଉଦଘାଟନ
ସମ୍ବଲପୁର, ୧୬ ସେପ୍ଟେମ୍ବର(ହି.ସ.) – ନୂତନ ଅଙ୍ଗନବାଡି କେନ୍ଦ୍ର ସମୂହ ଉଦଘାଟନ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲା ପକ୍ଷରୁ ପଞ୍ଚାୟତିରାଜ ଓ ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ, ଓଡିଶା ସରକାର ରବିନାରାୟଣ ନାୟକ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର , ଅତିରି
ନୂତନ ଅଙ୍ଗନବାଡି କେନ୍ଦ୍ର ସମୂହ ଉଦଘାଟନ


ନୂତନ ଅଙ୍ଗନବାଡି କେନ୍ଦ୍ର ସମୂହ ଉଦଘାଟନ


ସମ୍ବଲପୁର, ୧୬ ସେପ୍ଟେମ୍ବର(ହି.ସ.) – ନୂତନ ଅଙ୍ଗନବାଡି କେନ୍ଦ୍ର ସମୂହ ଉଦଘାଟନ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲା ପକ୍ଷରୁ ପଞ୍ଚାୟତିରାଜ ଓ ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ, ଓଡିଶା ସରକାର ରବିନାରାୟଣ ନାୟକ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର , ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ, ଡିଏସଡବ୍ଲୁଓ ସଞ୍ଜୁକ୍ତା ସାହୁଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ, ପ୍ରମୁଖ ଉପସ୍ଥିତ ରହି ରାଜ୍ୟସ୍ତରୀୟ ନୂତନ ଅଙ୍ଗନବାଡି କେନ୍ଦ୍ର ସମୂହ ଉଦଘାଟନ କାର୍ଯ୍ୟକ୍ରମ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।

ଆଜି ୯୧୩ ଟି ନୂତନ ଅଙ୍ଗନବାଡି କେନ୍ଦ୍ର ଉଦଘାଟନ କରାଯାଇଥିବା ପଂଚାୟତିରାଜ ଓ ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ, ଓଡିଶା ସରକାର ରବିନାରାୟଣ ନାୟକ ସୂଚନା ଦେଇଥିଲେ। ଅଙ୍ଗନବାଡି କେନ୍ଦ୍ର ଗୋଟିଏ ସରକାରଙ୍କ ଅନେକ ଯୋଜନା ମଧ୍ୟରେ ଏକ ପ୍ରମୁଖ ଆଭିମୁଖ୍ୟ ବୋଲି ସେ କହିଥିଲେ। ସବୁ ଅଙ୍ଗନୱାଡ଼ିରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ସୋଲାର ସିଷ୍ଟମ ମାଧ୍ୟମରେ ଉପଲବ୍ଧ ରହିବ ବୋଲି ସେ ସୂଚନା ଦେଇଥିଲେ। ପ୍ରାକ ବିଦ୍ୟାଳୟ ର କୁନି କୁନି ପିଲାମାନଙ୍କୁ(୩-୫ ବର୍ଷର) ନୂତନ ଅଙ୍ଗନବାଡି କେନ୍ଦ୍ର ଗୃହରେ ପାଠ ପଢାଇବାର ସୁଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ। ସୂଚନା ଅନୁଯାୟୀ ସମ୍ବଲପୁର ଜିଲ୍ଲାରେ ୧୨ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ଅନୋମୋଦନ ମିଳିଥିଲା, ଯେଉଁଥିରୁ ୫ଟିର ନିର୍ମାଣ ସରିଯାଇଥିବାବେଳେ ଅନ୍ୟ ସାତୋଟି ନିର୍ମାଣଧୀନ ଅଛି। ଆଇସିଡ଼ିଏସ୍ ପ୍ରକଳ୍ପ ଅଧୀନରେ ରେଢାଖୋଲରେ ୨ଟି, ନକଟିଦେଉଳରେ ୨ଟି, ବାମରାରେ ଗୋଟିଏ, ରେଙ୍ଗାଲିରେ ୨ ଟି, ମାନେଶ୍ୱରରେ ୩ ଟି ଓ ସମ୍ବଲପୁର ସହରାଂଚଳର ୨ଟି ଅଙ୍ଗନବାଡି କେନ୍ଦ୍ର ଅନ୍ତର୍ଭୁକ୍ତ ଅଛି।

ହିନ୍ଦୁସ୍ଥାନ ସମାଚାର/ଶୈଳେନ୍ଦ୍ର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande