କେନ୍ଦୁଝର, ୧୬ ସେପ୍ଟେମ୍ବର (ହି.ସ.) - ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୁଳି ପଂଚାୟତ ଦାଶରଥୂପୁର ଗ୍ରାମ ବନ୍ଧ ସାହି ଗ୍ରାମ୍ୟ ରାସ୍ତା ଶୋଚନୀୟ ହୋଇପଡିଥିଲା ।ଏନେଇ ପ୍ରଶାସନ ଓ ପଂଚାୟତକୁ ଜଣାଇବା ପରେ ମଧ୍ୟ ରାସ୍ତା ଅବସ୍ଥା ନ ସୁଧୁରିବାରୁ ବାଧ୍ୟ ହୋଇ ସହିବାସି ଆଜି ନିଜେ ଶ୍ରମଦାନ କରି ସାହି ରାସ୍ତା ରେ ମାଟି ପକାଇ ସମତୁଲ କରିବା ସହ ଅନାବନା ଘାସ ଗଛ ଲତା ସଫା କରି ରାସ୍ତାକୁ ଯିବା ଆସିବା ଉପଯୋଗ କରିଛନ୍ତି। ଆଜି ସକାଳୁ ସାହିର ରାସ୍ତା ଠିକ୍ ନଥୁବାରୁ ୧୦୮ ଫେରିବା ପରେ ସାହି ବାସୀ ଙ୍କ ଏହି ପଦକ୍ଷେପକୁ ସାଧାରଣ ରେ ପ୍ରଶଂସା କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA