କେନ୍ଦୁଝର, ୧୬ ସେପ୍ଟେମ୍ବର (ହି.ସ.) - କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ହରିଡ଼ାପାଳ ପଂଚାୟତ ଅଧିନରେ ଥିବା ମଙ୍ଗଳପୁର ଗ୍ରାମର ଶେଷଦେବ ଓଝା କେବଳ କେନ୍ଦୁଝର ନୁହେଁ ବରଂ ସାରା ଓଡ଼ିଶାରେ ନିଜ ଦକ୍ଷ ଉପସ୍ଥାପନା ପାଇଁ ବିଭିନ୍ନ ଅନୁଷ୍ଠାନ ତଥା ବ୍ୟକ୍ତିବିଶେଷଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇପାରିଛନ୍ତି। କେନ୍ଦୁଝର ଜିଲ୍ଲାର ଏଭଳି ଜଣେ ପ୍ରତିଭା ଆଜି କେନ୍ଦୁଝରରୁ ଯାଇ ସାରା ଓଡ଼ିଶାରେ ବିଭିନ୍ନ କାର୍ଯ୍ୟକ୍ରମରେ ମଂଚ ଉପସ୍ଥାପନା ପାଇଁ କେନ୍ଦୁଝର ଜିଲ୍ଲାକୁ ଗର୍ବିତ କରିପାରିଛନ୍ତି । ସେ ଏକାଧାରରେ ଜଣେ ମେଧାବୀ ତଥା ଆଧ୍ୟାତ୍ମିକ ପ୍ରବକ୍ତା। ଅନେକ ଆଧ୍ୟାତ୍ମିକ ମଂଚରେ ଭଗବତ୍ କଥା ତଥା ଓଡ଼ିଶାର ସଂସ୍କୃତିକୁ ନିଜ ଉପସ୍ଥାପନାରେ ସ୍ଥାନିତ କରି ଉଚ୍ଚ ପ୍ରଶଂସିତ ହୋଇପାରିଛନ୍ତି । ପିଲାଟି ଦିନରୁ ବିଭିନ୍ନ ସେବାମୂଳକ କାର୍ଯ୍ୟରେ ସଂଶ୍ଳିଷ୍ଟ ରହି ଗରିବ ଅସହାୟ ଲୋକ ମାନଙ୍କୁ ସେବା ଯୋଗାଇ ଦେବା ସହ ମଂଚ ଉପସ୍ଥାପନା ପ୍ରତି ତାଙ୍କର ବିଶେଷ ରୁଚି ରହିଥିଲା ।ଏବେ ସେ ବିଭିନ୍ନ ସାଂସ୍କୃତିକ, ଆଧ୍ୟାତ୍ମିକ ତଥା ସରକାରୀ କାର୍ଯ୍ୟକ୍ରମରେ ମଂଚ ଉପସ୍ଥାପନ କରି ସମସ୍ତଙ୍କର ପ୍ରିୟ ହୋଇପାରିଛନ୍ତି । ବିଭିନ୍ନ ଆନ୍ତର୍ଜାତୀୟ ନୃତ୍ୟ ଅନୁଷ୍ଠାନ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ଅତି ଦାୟିତ୍ୱର ସହ ପରିଚାଳନା କରି ନିଜ ଦକ୍ଷ ପ୍ରତିଭାର ପରିଚୟ ପ୍ରଦାନ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA