ବର୍ଷ ବର୍ଷ ଧରି ଗାଡି ସୋ ରୁମ ଓ ସର୍ଭିସିଂରେ ଥିବା କର୍ମଚାରୀ ପାଉ ନାହାନ୍ତି ସର୍ବନିମ୍ନ ମଜୁରୀ, ନିରବ ଶ୍ରମ ଅଧିକାରୀ
ବର୍ଷ ବର୍ଷ ଧରି ଗାଡି ସୋ ରୁମ ଓ ସର୍ଭିସିଂ ିରେ ଥିବା କର୍ମଚାରୀ ପାଉ ନାହାନ୍ତି ସର୍ବନିମ୍ନ ମଜୁରୀ , ନିରବ ଶ୍ରମ ଅଧିକାରୀ
ବର୍ଷ ବର୍ଷ ଧରି ଗାଡି ସୋ ରୁମ ଓ ସର୍ଭିସିଂରେ ଥିବା କର୍ମଚାରୀ ପାଉ ନାହାନ୍ତି ସର୍ବନିମ୍ନ ମଜୁରୀ, ନିରବ ଶ୍ରମ ଅଧିକାରୀ


ରାଉରକେଲା, ୧୬ ସେପ୍ଟେମ୍ବର (ହି.ସ.)- ରାତି ପାହିଲେ ବିଶ୍ୱକର୍ମା ପୁଜା, ବିଭିନ୍ନ ଗାଡି ସୋ ରୁମ ଓ ତାର ସର୍ଭିସିଂ ଯାଗାରେ ୍‌ଯୋରଦାର କାମ ଚାଲିଥାଏ, ସଫା ସୁତର ଚାଲିଥାଏ କିନ୍ତୁ କାହାର ମନରେ ସରାଗ ନଥାଏ, କାରଣ ପ୍ରଭୁ ବିଶ୍ୱ କର୍ମା ଆଜିଯାଏ ତାଙ୍କ ଦୁଃଖ ବୁଝିଲେ ନାହିଁ, ମାଲିକର ଶୋଶଣର ଶିକାର ସେମାନେ ହୋଇଚାଲିଛନ୍ତି। ସେମାନେ ସର୍ବନିମ୍ନ ମଜୁରୀ ପାଉନାହାନ୍ତି, କେହି ସେମାନଙ୍କ କଥା ବୁଝୁନାହାନ୍ତି ।

ଅନୁସନ୍ଧାନରୁ ଜଣାପଡିଛି ଯେ, ରାଉରକେଲା ସମେତ ଜିଲ୍ଲାରେ ଥିବା ଦୁଇ ଚକିଆ ୪ ଚକିଆ ସୋ ରୁମ ଓ ଏହାର ମରାମତି ଗ୍ୟାରେଜରେ କାମ କରୁଥିବା ଶ୍ରମିକ କର୍ମଚାରୀ ମାନେ ସର୍ବନିମ୍ନ ମଜୁରୀ ଓ ଶ୍ରମ ଆଇନ ଅନୁଶାରେ ଯେଉଁ ସବୁ ସୁବିଧା ସୁଯୋଗ ପାଇବା କଥା ତାହା ଜାଣି ନାହାନ୍ତି କି ସେମାନଙ୍କୁ ସେ ସବୁ ସୁବିଧା ଓ ମଜୁରୀ ମିଳିନାହିଁ ବୋଲି ସୋ ରୁମରେ ଥିବା ସର୍ଭିସିଂ ସେଂଟର ଗୁଡିକ କର୍ମଚାରୀ ମାନଙ୍କୁ ପଚାରିବାରୁ ସେମାନେ କହିଛନ୍ତି । ଖାଲି ସେତିକି ନୁହେଁ ପ୍ରତି ସଂସ୍ଥାରେ ୬୦ ରୁ ଅଧିକ କର୍ମଚାରୀ କାମ କରୁଥିଲେ ବି ସଂସ୍ଥାମାନେ ଲେବର ଲାଇସେନ୍ସ ନନେଇ ଯୁବ ପିଢିମାନଙ୍କୁ ଶୋଶିବାରେ ଲାଗିଛନ୍ତି । ଏନେଇ ରାଉରକେଲା ଶ୍ରମ ବିଭାଗର ମୁଖିଆ ଜେଏଲସି ଜିଏ କି ଏହିଠାରେ ଏଏଲଓ ଭାବେ କାମ ଆରମ୍ଭ କରିଥିଲେ। ବର୍ତମାନ ଜେଏଲସି ଶ୍ରୀ ଜେନାଙ୍କୁ ପଚରା ଜିବାରୁ ସେ କହିଛନ୍ତି ଯେ, ଏନେଇ ତଦନ୍ତ କରାଜିବ ଓ ପଦକ୍ଷେପ ନିଆଜିବ । ଏଲଏଲଓ ସମୟରେ ଯାହା ଚାଲିଥିଲା ବର୍ତମାନ ମଧ୍ୟ ସେଇଆ ଚାଲିଛି ସାରଙ୍କର ପ୍ରମୋସନ ନିଶ୍ଚୟ ହୋଇଛି ହେଲେ ଶ୍ରମିକ ମାନଙ୍କର ଦୁଃଖ ଏବେ ବି ବଢିଚାଲିଛି କମି ନାହିଁ, ତେଣୁ ଆମ ବ୍ୟବସ୍ଥା କ'ଣ କରୁଛି ତାହା ସହଜରେ ଅନୁମାନ କରାଯାଇପାରେ । ରାଉରକେଲାକୁ ପ୍ରବେଶ ବେଳେ ରାସ୍ତାର ଉଭୟ ପାଖରେ ୨ ଚକିଆ ଓ ୪ ଚକିଆ ସୋ ରୁମ ଓ ତା'ର ସର୍ଭିସ ସେଂଟର ମାନ ରହିଛି । ବେଦବ୍ୟାସ ଠାରୁ ଆରମ୍ଭ କରି ରେଳଷ୍ଟେସନ ଭିତରେ ପ୍ରାୟ ୩୦ ରୁ ଅଧିକ ସୋ ରୁମ ଓ ଏହାର ସର୍ଭିିସିଂ ପଏଂଟ ମାନ ରହିଛି । ସବୁଥିରେ ୬୦ ଓ ତା'ଠାରୁ ଅଧିକ କମ ବୟସର ଝିଅ ଓ ପୁଅ ପିଲା, ମେକାନିକ ଠାରୁ ଆକାଉଁଟ ବିଭାଗ ସେଲ୍ସ ବିଭାଗରେ କାମ କରୁଛନ୍ତି । ଏମାନଙ୍କୁ ପଚରା ଜିବାରୁ ଜଣାପଡିଛି ଏମାନେ ୮ ହଜାରରୁ ୧୨ ହଜାର ଭିତରେ ୧୦ ଘଂଟା ଯାଏ କାମ କରିପାରୁଛନ୍ତି, ପିଏଫ. ଇଏସଆଇ ସାଧାରଣ ଛୁଟୀ କଣ ଏମାନେ ଜାଣନ୍ତି ନାହିଁ । ରବିବାର ମଧ୍ୟ ଏମାନଙ୍କୁ କାମ କରିବାକୁ ପଡିଥାଏ । ଯଦି କେବେ ଛୁଟୀରେ ରହିଲେ ତେବେ ଏମାନଙ୍କ ସ୍ୱଳ୍ପ ଦରମାରୁ ସେ ସବୁ ଦିନର ଦରମା କାଟିନିଆଯାଏ । ରାଜ୍ୟ ସରକାର ୧୮ /୨/୨୦୨୪ରେ ନିର୍ଦ୍ଧାରିତ କରିଥିବା ମଜୁରୀ ହିସାବରେ ଅଣକୁଶଳୀ ୪୫୦ରୁ ୪୬୨ ଟଙ୍କା ଭିଡିଏ ସହ ପ୍ରତିଦିନ ପାଇବା କଥା, ଅର୍ଦ୍ଧକୁଶଳୀ ୫୦୦ ରୁ୫୧୨, କୁଶଳୀ ୫୫୦ ରୁ ୫୬୨, ଅତିକୁଶଳୀ ୬୦୦ ରୁ ୬୧୨ ଟଙ୍କା ଦିନକୁ ପାଇବା କଥା । ତା' ଛଡା ଏମାନେ ବୋନସ, ଭବିଷ୍ୟନିଧି, ଇଏସଆଇ ଓ ବିଭିନ୍ନ ଛୁଟୀ ମଧ୍ୟ ପାଇବା କଥା । କିନ୍ତୁ ଏନେଇ ରାଉରକେଲା ଶ୍ରମ ବିଭାଗ ଏମାନଙ୍କୁ ସଚେତନ କରାଇନଥିବା ବେଳେ ଅନେକ ୟୁନିଅନ ଏଠି ପଜିଂକୃତ ହୋଇ ମଧ୍ୟ କୌଣସି ୟୁନିଅନ ଏନେଇ ଆଗକୁ ଆସିନାହିଁ । ଏହାର ଫାଇଦା ନେଇ ବାବୁ ଶ୍ରମ ଅଧିକାରୀ ଘଡିକି ଘଡି ମାଲିକ ମାନଙ୍କୁ ନାଲି ଆଖି ଦେଖାଇ ବର୍ଷ ସାରା ବେଶ ଦୁଇ ପଇସା ଚାନ୍ଦା ଆଦାୟ କରି ମାଲେ ମାଲ ହେଉଥିବା ଖବର ମିଳିଛି । ରାଉରକେଲାରେ ଏହିଭଳି କାରବାର ଭଲ ଚାଲେ ଏଠି ମୁହଁ ଖୋଲିବା ଲୋକ କମ, ଭିଜିଲାନ୍ସ ମଧ୍ୟ ପ୍ରାୟ ନିରବ, ସ୍ଥାନୀୟ ବିଧାୟକ ତାଙ୍କ ଦୁନିଆରେ ମସଗୁଲ ତେଣୁ ବାବୁ ଶ୍ରମ ଅଧିକାରୀ ମାନେ ଏଠି ମଉଜ କରିବା ସହ ଏହି ସହରକୁ ବାରମ୍ବାର ଆସି ତାଙ୍କ କାରବାର ଚଳାଇବାରେ ବ୍ୟସ୍ତ।

ପୂର୍ବ ୨୪ ବର୍ଷ ସରକାରରେ ଯାହା ଚାଲିଥିଲା ବର୍ତମାନ ସେହିଭଳି ଚାଲିଛି। ଏଠି ଶ୍ରମିକ କର୍ମଚାରୀ ମାନଙ୍କ ଭବିଷ୍ଯତ ଅନ୍ଧକାର ଓ ଅନିଶ୍ଚିତତା ଭିତରେ ରହିଛି । ଏହାର ଉଦାହରଣ ଭାବେ ସହରର ଗାଡି ସୋ ରୁମ ତଥା ସର୍ଭୀସିଂ ଯାଗା ଗୁଡିକୁ ସରଜମିନ ତଦନ୍ତ କରାଯିବାରୁ ଜଣାପଡିଛି ।ଏନେଇ ଶ୍ରମିକ ନେତା ରମେଶ ଜେନାଙ୍କୁ ପଚରା ଜିବାରୁ ସେ କହିଛନ୍ତି, ଏ ବିଭାଗକୁ ବାସି ପାଣିରେ କୌଣସି ଲୋକ ପଚାରୁ ନାହାନ୍ତି, ହାଇଟେକ ମେଡିକାଲରେ କର୍ମଚାରୀ ଶୋଷଣକୁ ନେଇ ସେ ବର୍ଷ ବର୍ଷ ଧରି ଲାଗିଥିଲେ ବି ବାବୁ ମାନେ କେହି କିଛି ଶୁଣୁ ନାହାନ୍ତି, ତେଣୁ ଲୋକେ ଯାହା କହୁଛନ୍ତି ଯେ, ବାବୁ ମାନଙ୍କର ମାଲିକ ମାନଙ୍କ ସହ ଭିତିରି ସାଂଟ ଗାଟଂ ରହିଛି ତାହା ସତ ହୋଇପାରେ, ତେଣୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande