୬୫୦କେଜି ଗଞ୍ଜେଇ ଜବତ ଜଣେ ଗିରଫ
ମାଲକାନଗିରି, ୧୬ ସେପ୍ଟେମ୍ବର (ହି.ସ.) ମାଲକାନଗିରି ଜିଲ୍ଲା କା ଲିମେଳା ଥାନା ଏସଆଇ ବି.କେ.ମାଝିଙ୍କ ନେତୃତ୍ୱରେ ପୋଲିସ ଟିମ ଗତକାଲି ରାତ୍ରି ପାଟ୍ରୋଲିଂ କରୁଥିବା ସମୟରେ, ପୁଲିମେଟଲା ଗ୍ରାମ ନିକଟସ୍ଥ କେନାଲ ଛକରେ ଓଡି ୩୦ଏ ୪୬୪୭ ନମ୍ବର ଏକ ଚାରି ଚକିଆ ଗାଡି ସନ୍ଦେହଜନକ ଭାବରେ ଆସୁଥିବା ଦେଖି
୬୫୦କେଜି ଗଞ୍ଜେଇ ଜବତ ଜଣେ ଗିରଫ


ମାଲକାନଗିରି, ୧୬ ସେପ୍ଟେମ୍ବର (ହି.ସ.)

ମାଲକାନଗିରି ଜିଲ୍ଲା କା ଲିମେଳା ଥାନା ଏସଆଇ ବି.କେ.ମାଝିଙ୍କ ନେତୃତ୍ୱରେ ପୋଲିସ ଟିମ ଗତକାଲି ରାତ୍ରି ପାଟ୍ରୋଲିଂ କରୁଥିବା ସମୟରେ, ପୁଲିମେଟଲା ଗ୍ରାମ ନିକଟସ୍ଥ କେନାଲ ଛକରେ ଓଡି ୩୦ଏ ୪୬୪୭ ନମ୍ବର ଏକ ଚାରି ଚକିଆ ଗାଡି ସନ୍ଦେହଜନକ ଭାବରେ ଆସୁଥିବା ଦେଖିଥିଲେ। ପୋଲିସ ଦଳ ଗାଡିଟିକୁ ଅଟକାଇବାରୁ ଗାଡି ଭିତରେ ଥିବା ଚାରି ଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଥିବା ବେଳେ ଜଣେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲେ! ଗାଡିର ଡାଲା ଯାଞ୍ଚ କରିବା ସମୟରେ, ସେମାନେ ଚୋରା ଗଞ୍ଜେଇ ଥିବା ୨୬ ଟି ପ୍ଲାଷ୍ଟିକ୍ ଜେରି ବ୍ୟାଗ ପାଇଥି ଲେ। ଏଣ୍ଡି ପିଏସ ଆଇନର ପ୍ରକ୍ରିୟା ଅନୁସରଣ କରି, କାଲିମେଳା ପୋଲିସ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଏବଂ ସାକ୍ଷୀଙ୍କ ଉପସ୍ଥିତିରେ ଏମପିଭି-୧୩ ଗ୍ରାମର ଅଭିଯୁକ୍ତ ସୁମନ ହାଲଦାରଙ୍କ କବଜାରୁ ମୋଟ ୬୫୦ କିଲୋଗ୍ରାମ ଗଞ୍ଜେଇ ଏବଂ ଗୋଟିଏ ଚାରି ଚକିଆ ଗାଡି ଜବତ କରିଥିଲା।

ଅଭିଯୁକ୍ତ ସୁମନ ହାଲଦାରଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି।

ଏହି ସମ୍ପର୍କରେ କାଲିମେଳା ପିଏସ୍ କେସ୍ ନମ୍ବର-୨୧୯/୨୦୨୫ ୟୁ/ଏସ୍-୨୦(ବି)(ଆଇଆଇ)(ସି) ଏନଡିପିଏସ୍ ଆକ୍ଟରେ ରୁଜୁ କରାଯାଇଛି ଏବଂ ତଦନ୍ତ ଚାଲିଥିବା ଆଇ ଆଇ ସି ମୁକୁନ୍ଦ ମେଲକା ସୂଚନା ଦେଇଛନ୍ତି!,

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande