ଗଞ୍ଜାମ ୧୬ ସେପ୍ଟେମ୍ବର (ହିସ) ଶେରଗଡ଼ ବ୍ଳକ ପିତ୍ତଳ ପଞ୍ଚାୟତ ସ୍ତରୀୟ ଶିଶୁ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ ପ୍ରଥମ ଅଙ୍ଗନବାଡ଼ି କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଞ୍ଚଳ ପରିଦର୍ଶିକା ସଞ୍ଜୁକ୍ତା ପ୍ରଧାନ ଯୋଗ ଦେଇ ଶିଶୁ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ ସମ୍ପର୍କରେ ଉଦବୋଧନ ଦେଇଥିଲେ।ଏଥିସହ କନ୍ୟା ଭୃଣ ହତ୍ୟା ଓ କନ୍ୟାଭୃଣ ପରୀକ୍ଷା ନ କରିବାକୁ ପରାମର୍ଶ ଦେଇଥିଲେ।ଏହାସହ କାର୍ଯ୍ୟକ୍ରମ ରେ ବାଲ୍ୟ ବିବାହ ନିଷେଧ,ବେଟିବଚାଅ ବେଟିପଢାଅ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ନବଜାତ ଶିଶୁ କନ୍ୟା ଓ ମାଆ ଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ଥାନୀୟ ୱ।ଡସଭ୍ୟା ସୁଦଷ୍ଣା ପଟ୍ଟନାୟକ, ଅଙ୍ଗନବାଡ଼ି କର୍ମୀ ରଞ୍ଜିତା କୁମାରୀ ରଥ, ତୃଷ୍ଣା କୁମାରୀ ମିଶ୍ର, ମନିଷା ନାୟକ, କାଦମ୍ବରୀ ନାୟକ, ଏ ସୁଜାତା ପାତ୍ର,ବାସନ୍ତୁ ସାହୁ, ନମିତା ବେହେରା, ଗିତାଞଳୀ ନାୟକ, ବବିତା ପାତ୍ର, ସନ୍ଧ୍ୟା ରାଣୀ ଦାଶ, ସମେତ ସମସ୍ତ ଆଶା କର୍ମୀ, ସହାୟିକା, ସ୍ଥାନୀୟ ଶିଶୁ ଙ୍କ ଅଭିଭାବକ , ମହିଳା ଓ ଶିଶୁମାନେ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ। ପ୍ରାରମ୍ଭରେ ପିତ୍ତଳ ବାଳିକା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୁନୀତି ଦାଶ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ପରିଶେଷରେ ଅଙ୍ଗନବାଡ଼ି କର୍ମୀ ପୁଷ୍ପାଞ୍ଜଳି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁ ସ୍ଥାନ ସମାଚାର/ହୃଷିକେଶ
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ