ମୁଖୀଗୁଡା,୧୭ େସେପ୍ଟେମ୍ବର (ହି ସ) - ଆଜିି ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ଜୟପାଟଣା ଶାଖା ପରିସରରେ ନୂତନ ଏଟିମ ଉଦଘାଟିତ ହୋଇଯାଇଛି ।ପୂର୍ବତନ ବିସିସି ବ୍ୟାଙ୍କ ଜିଲ୍ଲା ସଭାପତି ଜିତେନ୍ଦ୍ର ନାରାୟଣ ସିଂଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଟିଏମ ର ଶୁଭ ଉଦଘାଟନ କରିଥିଲେ ।ସମ୍ମାନିତ ଅତିଥି ଭାବେ ଏଜିଏମ ବିଭୁ ରଂଜନ ସାହୁ ଯୋଗ ଦେଇଥିଲେ ।ବିସିସି ବ୍ୟାଙ୍କ ଜୟପାଟଣା ଶାଖା ପରିଚାଳକ ବିବେକ କୁମାର ଦାସ ,ଏଜିଏମ ନାରାୟଣ ଠାକୁର,ରାଜେଶ କୁମାର ପଣ୍ଡା, ସମାଜ ସେବୀ ବଳଭଦ୍ର ମିଶ୍ର, ପ୍ରଶାନ୍ତ ମୁଣ୍ଡ ,ରମେଶ ଜୈନ , ଅସରଫ ଅଲ୍ଲୀ, ଶରତ ରାଉତ ,ମଣ୍ଟୁ ସାହୁଙ୍କ,ଦିବ୍ୟ ରଂଜନ ରାଉତରାୟଙ୍କ ସମେତ ଅଞ୍ଚଳର ଅନେକ ଜଣାଶୁଣା ବ୍ୟକ୍ତି ଉପସ୍ଥିତ ଥିଲେ ।ଏଠାରେ ଏଟିଏମ ଖୋଲିବା ଦ୍ଵାରା ଅଂଚଳର ବହୁ ଲୋକ ଉପକୃତ ହେବେ । ବିସିସି ବ୍ୟାଙ୍କ ଜୟପାଟଣା ଶାଖାରେ ବାର୍ଷିକ ଦୁଇଶହ କୋଟି ଟଙ୍କାର କାରବାର ହେଉଥିବା ବେଳେ । ଧାନ ବିକ୍ରି ପ୍ରାପ୍ୟ ଉଠାଣ ପାଇଁ ବ୍ୟାଙ୍କରେ ବହୁତ ଭିଡ ଲାଗି ରହୁଥିଲା ।ଏବେ ଏଟିମ ସୁବିଧା ହେବା ଦ୍ଵାରା ସହଜରେ ଟଙ୍କା ଉଠାଇ ପାରିବେ ।ଷ୍ଟେଟ ବ୍ୟାଙ୍କ ପରେ ବିସିସି ବ୍ୟାଙ୍କ ଜୟପାଟଣା ଶାଖାରେ ଏଟିମ ସୁବିଧା ହେବାରୁ ଅଞ୍ଚଳ ବାସୀ ଖୁସି ବ୍ୟକ୍ତ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ନିହାର