ସମ୍ପର୍କରେ ଲାଗିଲା ରକ୍ତ ଛିଟା; ବାପାକୁ ପିଟିପିଟି ମାରିଲେ ପିଶାଚ ପୁଅ
ସମ୍ପର୍କରେ ଲାଗିଲା ରକ୍ତ ଛିଟା; ବାପାକୁ ପିଟିପିଟି ମାରିଲେ ପିଶାଚ ପୁଅ
Bapaku Piti Piti Marila Pua


Bapaku Piti Piti Marila Pua


ସମ୍ପର୍କରେ ଲାଗିଲା ରକ୍ତ ଛିଟା;ବାପାକୁ ପିଟିପିଟି ମାରିଲେ ପିଶାଚ ପୁଅ

ବାରିପଦା, 17 ସେପ୍ଟେମ୍ବର (ହି.ସ.) ବାପା ପୁଅ ସମ୍ପର୍କରେ ରକ୍ତ ଛିଟା ଲାଗିଛି। ପିଶାଚ ପୁଅ ବୃଦ୍ଧ ବାପାଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା କରିଛି। ବାପା ମଦ୍ୟପାନ କଟି ପୁଅକୁ ଗାଳିଦେବାରୁ କଂକ୍ରିଟ ରାସ୍ତାରେ ଘୋଷାଡ଼ିବା ସହିତ ବାଉଁଶ ଠେଙ୍ଗାରେ ବାଡେଇଥିଲେ। ମାଡ଼ ମାରିବା ପରେ ଗୁରୁତର ଆହତ ବୃଦ୍ଧ ବାପାଙ୍କୁ ଡାକ୍ତରଖାନା ନନେଇ ଘରେ ପକାଇ ରଖିଥିଲା। ବୃଦ୍ଧ ବାପାଙ୍କ ମୃତ୍ୟୁ ଘଟିଛି। ମୃତକ ହୋଉଛନ୍ତି ବଡ଼ସାହି ଥାନା ଅଧୀନ ଟଙ୍ଗାଶୋଳ ଗ୍ରାମର ୫୫ ବର୍ଷୀୟ ରଘୁନାଥ ମୁର୍ମୁ। ଖବର ପାଇ ଘଟଣା ସ୍ଥଳରେ ବଡ଼ସାହି ଥାନା ଅଧିକାରିଣୀ ସ୍ଵର୍ଣ୍ଣଲତା ମିଞ୍ଜ ପହଁଚି ତଦନ୍ତ ଜାରି ରଖିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande