କେନ୍ଦୁଝର, 17 ସେପ୍ଟେମ୍ବର (ହି.ସ.)ଭୁବନେଶ୍ଵର କମିଶନରେଟ୍ ମହିଳା ଟ୍ରାଫିକ୍ କନଷ୍ଟେବଳ ନିଖୋଜ ଘଟଣା; ଅଭିଯୁକ୍ତ, ନିଖୋଜ ମହିଳାଙ୍କ ପ୍ରେମିକ ଦୀପକ ରାଉତ୍ ପଡିଛି ପୋଲିସ ପଂଝା ରେ । ଦୀର୍ଘ ୧୨ ଦିନ ପରେ କମିଶନରେଟ୍ ପୋଲିସକୁ ସଫଳତା ମିଳିଥିବା ବେଳେ, ଦୀପକ ରାଉତ ନିକଟରୁ ସତ ଓଗାଲିଛି ପୋଲିସ । ଦୀପକ କହିବା ଅନୁଯାୟୀ, ନିଖୋଜ କନେଷ୍ଟବଳ ଶୁଭମିତ୍ରାଙ୍କୁ ସେ ତଣ୍ଟିଚିପି ହତ୍ୟା କରିବା ପରେ ଏକ କାର୍ ଯୋଗେ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା କୁସୁନପୁର ଗାଁରେ ରହୁଥିବା ତାର ସମ୍ପର୍କୀୟ ଭାଇ ପାଖକୁ ନେଇ ଆସିଥିଲା । ପରେ, ଉଭୟ ମିଶି ନିକଟସ୍ଥ ଜଙ୍ଗଲରେ ଏକ ଗାତ ଖୋଳି ମୃତଦେହକୁ ପୋତି ଦେଇଥିବା ଅଭିଯୁକ୍ତ ଦୀପକ କହିଛି । ଦୀପକର ବୟାନ ଅନୁଯାୟୀ, କମିଶନରେଟ୍ ପୋଲିସର ଏକ ଟିମ୍ ଘଟଗାଁ ଅଞ୍ଚଳରେ ଡେରା ପକାଇ କୁସୁନପୁର ଅଞ୍ଚଳରେ ଯାଞ୍ଚ କରି ସହଯୋଗୀ ଭାଇକୁ ଘଟଗାଁ ଥାନାରେ ଅଟକ ରଖିଛି । ଆଉ ଏକ ଟିମ୍ ଅଭିଯୁକ୍ତ ଦୀପକ କୁ ଧରି ଭୁବନେଶ୍ଵରରୁ ଘଟଗାଁ ଅଭିମୁଖେ ଆସିଥିବା ବେଳେ, ରାସ୍ତାରେ ଦୀପକ ରହିଥିବା ସ୍ଥାନମାନଙ୍କରେ ସିନ୍ ରିକ୍ରିଏସନ୍ କରୁଥିବା ଜଣାପଡ଼ିଛି । ତେବେ , କମିଶନରେଟ୍ ପୋଲିସର ଦ୍ଵିତୀୟ ଟିମ୍ ପହଞ୍ଚିବା ପରେ ଘଟଣାସ୍ଥଳକୁ ଯାଇ ମୃତଦେହ ଉଦ୍ଧାର କରାଯାଇଛି। । ସେମାନଙ୍କର ସୁରକ୍ଷା ପାଇଁ ୧ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA