ପିଏମ ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ବିଏମସିର ମେଗା ବୃକ୍ଷରୋପଣ ଅଭିଯାନ
ଭୁବନେଶ୍ୱର, 17 ସେପ୍ଟେମ୍ବର (ହି.ସ.)- ଭୁବନେଶ୍ବର ମହାନଗର ନିଗମ ରାଜଧାନୀକୁ ସବୁଜ ସୁନ୍ଦର କରିବା ପାଇଁ ମେଗା ପ୍ଲାଣ୍ଟେସନ ଅଭିଯାନ ଜାରି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଏକ ପେଡ୍ ମା'' କେ ନାମ ଅଭିଯାନ ଅଧୀନରେ ଭୁବନେଶ୍ବର ମହ
ପିଏମ ମୋଦିଙ୍କ ଜନ୍ମଦିନ     ଉପଲକ୍ଷେ ବିଏମସିର ମେଗା ବୃକ୍ଷରୋପଣ ଅଭିଯାନ


ଭୁବନେଶ୍ୱର, 17 ସେପ୍ଟେମ୍ବର (ହି.ସ.)- ଭୁବନେଶ୍ବର

ମହାନଗର ନିଗମ ରାଜଧାନୀକୁ ସବୁଜ ସୁନ୍ଦର କରିବା ପାଇଁ ମେଗା ପ୍ଲାଣ୍ଟେସନ ଅଭିଯାନ ଜାରି ରହିଛି

। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଏକ ପେଡ୍ ମା' କେ ନାମ ଅଭିଯାନ ଅଧୀନରେ ଭୁବନେଶ୍ବର

ମହାନଗର ନିଗମ ସ୍ବତନ୍ତ୍ର ଭାବେ ଏକ ମେଗା ବୃକ୍ଷ ରୋପଣ ଅଭିଯାନ ଆରମ୍ଭ କରିଛି । ଆଜି କଳିଙ୍ଗ

ଷ୍ଟୁଡିଓ ଛକ ନିକଟ ଘାଟିକିଆ ଅନ୍ତର୍ଗତ ଓୟୁଏଟିର ବାଉଁଶ ନିର୍ଦ୍ଦେଶନା ଫାର୍ମ ପରିସରରେ ଏହି ମେଗା

ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ପାଞ୍ଚ ଏକର ଜମିରେ ୧୫ ହଜାର ଚାରା ରୋପଣ

କରାଯାଇଛି। ଏହି ପଦକ୍ଷେପ ଭବିଷ୍ୟତ ପିଢ଼ି ପାଇଁ ଏକ ସୁସ୍ଥ ଏବଂ ସ୍ଥାୟୀ ସବୁଜ ପରିବେଶ ଦେବାରେ

ବେଶ ସହାୟକ ହେବ । ସହରରେ ପରିବେଶଗତ ସ୍ଥିରତା ଏବଂ ସବୁଜିମାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ

ନେଇ ବିଏମ୍ ସି ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଛି । ଏହି କାର୍ଯ୍ୟକ୍ରମରେ ବିଏମ୍ସି ମେୟର,

କମିଶନର, ଡ଼େପୁଟି ମେୟର, ଭି

ସି- ଓ ୟୁ ଏ ଟି, ଆଇଓସିଏଲ୍

ରାଜ୍ୟ ମୁଖ୍ୟଙ୍କ ସହ ଛାତ୍ର ଛାତ୍ରୀମାନେ

ଉପସ୍ଥିତ ଥିଲେ ।ରାଜଧାନୀକୁ ସବୁଜ ସୁନ୍ଦର

କରିବା ପାଇଁ ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ସାଧାରଣ ନାଗରିକ ସାମିଲ ହେବା ପାଇଁ ବିଏମସି

କମିଶନର ଚଞ୍ଚଳ ରାଣା ଆହ୍ୱାନ ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande