ମାଲକାନଗିରି, ୧୭ ସେପ୍ଟେମ୍ବର (ହି.ସ.) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ଜନ୍ମ ବାର୍ଷିକୀ ଅବସରରେ ଜିଲ୍ଲାର ସଦର ମହକୁମା ସହିତ ପ୍ରତିଟି ବ୍ଲକ ପଞ୍ଚାୟତରେ ସେବା ପକ୍ଷ କାର୍ଯ୍ୟକ୍ରମ ଗୁଡିକ ଜାରି ରହିଛି। ସେହିପରି ମାଲକାନଗିରି ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କଲ୍ୟାଣ ମଣ୍ଡପ ଠାରେ ଏକ ବୃହତ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି। ରକ୍ତଦାନ ଏକ ମହତ୍ କାର୍ଯ୍ୟ, ଗୋଟିଏ ରକ୍ତଦାନରେ ଗୋଟିଏ ଜୀବନ ରକ୍ଷା କରିପାରିବା। ଆଜି ଶ୍ରୀ ମୋଦିଙ୍କୁ ୭୫ ବର୍ଷ ପୁରଣ ହୋଇଛି, ସେଥିପାଇଁ ଏହି ରକ୍ତଦାନ ଶିବିରରେ ଜିଲ୍ଲାବାସୀଙ୍କ ତରଫରୁ ୭୫ ୟୁନିଟ୍ ଉର୍ଦ୍ଧ୍ବ ରକ୍ତ ସଂଗ୍ରହ କରାଯିବାର ଲକ୍ଷ୍ୟ ରଖାଯାଇଛି। ଆସନ୍ତୁ ସମସ୍ତେ ରକ୍ତଦାନ କରି ଜୀବନ ବଞ୍ଚାଇବା। ପ୍ରଥମେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ସ୍ବେଛାକୃତ ଭାବରେ ରକ୍ତଦାନ କରିଥିଲେ ପରେ ବିଜେପି ଯୁବ ମୋର୍ଚ୍ଚାର ଶତାଧିକ ସଦସ୍ୟ ଏହି ରକ୍ତଦାନ ଶିବିରରେ ସାମିଲ ହୋଇଥିଲେ। ରକ୍ତଦାନ ମହାପୂଣ୍ୟ ଏହି ମହତ ଉଦ୍ଦେଶ୍ୟ ନେଇ ଏହି ଶିବିର ଅନୁଷ୍ଠିତ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ