ଡେରାଡୁନ, 17 ସେପ୍ଟେମ୍ବର (ହି.ସ.)
- ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ବୁଧବାର ଦିନ ଉତ୍ତରାଖଣ୍ଡର ଚାରି ଧାମ ଓ ଅନ୍ୟାନ୍ୟ
ପ୍ରମୁଖ ତୀର୍ଥ ସ୍ଥଳଗୁଡ଼ିକରେ ବିଶେଷ ପୂଜା ଅର୍ଚ୍ଚନା କରାଯାଇଥିଲା। ତୀର୍ଥ ପୁରୋହିତମାନେ
ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ ନିମିତ୍ତେ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ।
ବଦ୍ରିନାଥ ଧାମରେ
ବିକେଟିସି ପଦାଧିକାରୀଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଯଜ୍ଞ
କରାଯାଇଥିଲା। ଏଥିରେ ତୀର୍ଥ ପୁରୋହିତମାନେ ଭଗବାନ ବଦ୍ରି ବିଶାଳଙ୍କୁ ପ୍ରାର୍ଥନା କରି
ପ୍ରଧାନମନ୍ତ୍ରୀଙ୍କ ମଙ୍ଗଳ କାମନା କରିଥିଲେ।
ଏହିପରି ଭାବେ କେଦାରନାଥ
ଧାମରେ ତୀର୍ଥ ପୁରୋହିତମାନେ ମହାରୁଦ୍ରାଭିଷେକର ଆୟୋଜନ କରି ବାବା କେଦାରଙ୍କୁ ପ୍ରାର୍ଥନା
କରିଥିଲେ। ଉଭୟ ଧାମର ତୀର୍ଥ ପୁରୋହିତମାନେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ
ବ୍ୟକ୍ତିଗତ ପ୍ରୟାସର ଫଳରେ ଉତ୍ତରାଖଣ୍ଡର ଚାରି ଧାମରେ ପୁନଃନିର୍ମାଣ ଓ ବିକାଶ ରେ ଅଭୂତପୂର୍ବ
କାର୍ଯ୍ୟ ହୋଇଛି। ପ୍ରଧାନମନ୍ତ୍ରୀ ନିଜେ ଅନେକଥର ବଦ୍ରିନାଥ ଓ କେଦାରନାଥ ଧାମର ଗସ୍ତ କରିଛନ୍ତି
।
ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ
ଧାମରେ ମଧ୍ୟ ତୀର୍ଥ ପୁରୋହିତମାନେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ସେମାନଙ୍କ ପାଇଁ
ବିଶେଷ ପୂଜା ଅର୍ଚ୍ଚନା କରିଥିଲେ। ଏଥିରେ ବଡ଼ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ଓ
ତୀର୍ଥଯାତ୍ରୀମାନେ ସାମିଲ ହୋଇଥିଲେ।
ତୀର୍ଥ ପୁରୋହିତମାନେ
କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତର ମାନ-ମର୍ଯ୍ୟାଦା ବିଦେଶରେ ମଧ୍ୟ
ବଢ଼ିଛି,
ଏବେ ଭାରତ ବିଶ୍ୱକୁ ନେତୃତ୍ୱ ଦେବା ଅବସ୍ଥାରେ ପହଞ୍ଚିଯାଇଛି। ଏହା
ସହିତ ରାଜ୍ୟର ଅନ୍ୟାନ୍ୟ ତୀର୍ଥ ସ୍ଥଳଗୁଡ଼ିକରେ ମଧ୍ୟ ସ୍ୱତଃସ୍ଫୁର୍ତ୍ତ ଭାବେ ବିଶେଷ ପୂଜା
ଅର୍ଚ୍ଚନା ଅନୁଷ୍ଠିତ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା