କନ୍ଧମାଳ , ୧୭ ସେପ୍ଟେମ୍ବର (ହି.ସ.)
କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ସମିତିର ମିଳିତ ଅନୁକୁଲ୍ୟରେ ଜିଲ୍ଲା ସ୍ଥରୀୟ ଶିଶୁ ଉସôବ “ମହକ”ଅନୁଷ୍ଠିତ ହୋଇଯାଇଛି । ଫୁଲବାଣୀ ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟର ସଭାଗୃହରେ,ସୋମବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଏଗାରଟି ଶିଶୁ ଜତ୍ନ ଗୃହର ପ୍ରାୟ ୪ ଶହରୁ ଅଧିକ ଅନ୍ତେବାସୀ ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା । ପିଲମାନଙ୍କର ବିତରେ ଥିବା ବିଭିନ୍ନ ପ୍ରତିଭା ଗୁଡିକୁ ଲୋକ ଲୋଚନକୁ ଆଣିବା ତଥା ସେହି ଦିଗରେ ସେମାନଙ୍କୁ ଉତ୍ସାହିତ କରିବା ଦିଗରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀ ରଜତ କୁମାର ଦିଗାଲ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଶ୍ରୀମତୀ ରଶ୍ମିତା କରଣ, ପ୍ରମୁଖ ଆୟୋଜିତ କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ବାବଦରେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ପରେ ସେଠାରେ ପିଲାଙ୍କ ମଧ୍ୟରେ ଚିତ୍ରାଙ୍କନ,ସାଧାରଣ ଜ୍ଞାନ,ବକ୍ତୃତା ପ୍ରତିଯୋଗୀତା,ଓ ସଙ୍ଗୀତ ପ୍ରତିଯୋଗୀତା ଆଦି ଅନୁଷ୍ଠିତ ହୋଇଥିଲା ।ଏଥିରେ ବିଚାରକ ଭାବରେ ଶ୍ରୀ ପ୍ରଣୟ କୁମାର ସାମନ୍ତରାୟ ଓ ଶ୍ରୀମତୀ ସୁନିତୀ ଆଚାରୀ ପ୍ରମୁଖ ଦାୟୀତ୍ୱ ନିର୍ବାହ କରିଥିଲେ । କାର୍ଯ୍ୟକ୍ରମକୁ ଅଶୋକ କୁମାର ମହାନ୍ତି ପରିଚାଳନା କରିଥିଲେ । ପରେ ପିଲାମାନଙ୍କ ମଧ୍ୟରେ ଗୃପ ଡ୍ୟାନ୍ସ ପ୍ରତିଯୋଗୀତା,ଅଅଦି ମଧ୍ୟ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ଉପଯାପନୀ ଉସôାବରେ ଫୁଲବାଣୀ ସମନ୍ୱିତ ଅଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀ ଗଦାଧର ପାତ୍ର ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ରଶ୍ମିତା କରଣ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସ୍ନେହଲତା ସାହୁ ଏବଂ ବିଇଡି କଲେଜର ଅଧ୍ୟକ୍ଷ ଶ୍ରୀ ମଧୁପ ସୁନା ପ୍ରମୁଖ ଯୋଗ ଦେଇ କୃତି ଛାତ୍ରୀ ମାନଙ୍କୁ ପୁରସ୍କୃାର ଓ ପ୍ରମାଣପତ୍ର ପ୍ରଦାନ କରିବା ସହିତ ଉତ୍ସାହିତ କରିଥିଲେ । ଏଥିରେ ଫୁଲବାଣୀ ସାଦନ ଅନୁଷ୍ଠାନର ଅନ୍ତେବାସୀ ମାନେ ବକ୍ତୃତା ଏବଂ ଶାସ୍ତ୍ରୀୟ ସଂଙ୍ଗୀତରେ ଅତି ଉଚ୍ଚ କୋଟୀତ ପ୍ରଦର୍ଶନ କରିଥିଲେ । ସେଥିପାଇଁ ତାଙ୍କୁ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ଅଶୋକ କୁମାର ମହାନ୍ତି ସ୍ୱତନ୍ତ୍ର ଭାବରେ ପ୍ରସଂଶା କରିଥିଲେ । ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରୀ ମାନେ ନଭେମ୍ବର ମାସରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବାର ମଧ୍ୟ ସୁଯୋଗ ଥିବା ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ