ନୂଆଦିଲ୍ଲୀ, ୧୮ ସେପ୍ଟେମ୍ବର(ହି.ସ.) – ଲୋକସଭାରେ ବିରୋଧି ଦଳ ନେତା ରାହୁଲ ଗାନ୍ଧୀଙ୍କ କର୍ଣ୍ଣାଟକର ଆଲଂଦ ବିଧାନସଭା କ୍ଷେତ୍ରରେ ୬,୦୧୮ ଭୋଟର୍ଙ୍କ ନାମ ହଟାଯିବା ଅଭିଯୋଗର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡ଼ଗେ ସମର୍ଥନ କରି ନିର୍ବାଚନ ଆୟୋଗଙ୍କୁ ତିନି ପ୍ରଶ୍ନ ପଚାରିଛନ୍ତି।
ମଲ୍ଲିକାର୍ଜ୍ଜୁନ ଖଡ଼ଗେ ସୋସିଆଲ୍ ମିଡିୟା ପ୍ଲାଟଫର୍ମ ଏକ୍ସରେ ନିଜ ପୋଷ୍ଟରେ କହିଛନ୍ତି ଯେ ଆଲଂଦ ବିଧାନସଭା କ୍ଷେତ୍ରରେ ଭୋଟର୍ ସୂଚୀରୁ ନାମ ହଟାଇବା ଯାଂଚ କରୁଥିବା ସିଆଇଡି ଟିମ୍ ଗତ ୧୮ ମାସରେ ନିର୍ବାଚନ ଆୟୋଗଙ୍କୁ ୧୮ ପତ୍ର ଲେଖିଛନ୍ତି। କିନ୍ତୁ ନିର୍ବାଚନ ଆୟୋଗ ଦୋଷୀମାନଙ୍କ ଖୋଜିବା ପାଇଁ ଜରୁରୀ ସୂଚନା ଲୁଚାଉଛି।
ସେ ରାହୁଲ ଗାନ୍ଧୀଙ୍କ ଅଭିଯୋଗର ସମର୍ଥନ କରି କହିଛନ୍ତି ଯେ ଲୋକସଭାରେ ବିରୋଧି ଦଳ ନେତା ଏହି ଘଟଣାର ପର୍ଦ୍ଦାଫାଶ କରିଛନ୍ତି। ସେ କହିଛନ୍ତି ଯେ ଏହି ପ୍ରକ୍ରିୟାରେ ସିଆଇଡି ସହିିତ ସୂଚନା ଲୁଚାଇ ଆୟୋଗ କାହାକୁ ବଂଚାଉଛନ୍ତି?
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି