ପୁରୀ,୧୮ସେପ୍ଟେମ୍ବର (ହି.ସ.)- ଶ୍ରୀମନ୍ଦିର ନାଟମଣ୍ଡପ ସ୍ଥିତ ହୁଣ୍ଡିକୁ ଠିକଣା ସ୍ଥାନକୁ ସ୍ଥାନାନ୍ତର ପ୍ରସ୍ତାବକୁ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍ତି l ଏଥି ସହିତ ନାଟମଣ୍ଡପରେ ଆଉ ଏକ ନୂତନ ହୁଣ୍ଡି ମଧ୍ୟ ସ୍ଥାପନ ସକାଶେ ମୁଖ୍ୟମନ୍ତ୍ରୀ ଅନୁମୋଦନ ପ୍ରଦାନ କରିଛନ୍ତି l ଏନେଇ ରାଜ୍ଯ ଆଇନ୍ ବିଭାଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଯାଇଛି l
ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଧାରା ୨୮ -ବି (୧ ) ଏବଂ ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡି ତଥା ମୂଳପାଣ୍ଠି ଧାରା- ୧୯୮୩ ର ଧାରା ୩ ଅନୁସାରେ ଏହି ଅନୁମୋଦନ ପ୍ରଦାନ କରାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ଅବଗତ କରାଯାଇଛି l ନାଟମଣ୍ଡପରେ ପ୍ରସ୍ତାବିତ ଦର୍ଶନ ବ୍ୟବସ୍ଥା ପାଇଁ ହୁଣ୍ଡି ସ୍ଥାନାନ୍ତର ଆବଶ୍ୟକ ଥିବାବେଳେ ନବଗଠିତ ପରିଚାଳନା କମିଟି ଏହାର ପ୍ରଥମ ବୈଠକରେ ପ୍ରସ୍ତାବ ଗ୍ରହଣ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ସକାଶେ ରାଜ୍ୟ ସରକାରଙ୍କ ନିକଟକୁ ପ୍ରେରଣ କରାଯାଇଥିଲା l
ହିନ୍ଦୁସ୍ଥାନ ସମାଚାର / ବିଜୟ