ଆଶ୍ୱିନ ନବରାତ୍ରରେ ସାଧନା ପାଇଁ ଶାନ୍ତିକୁଂଜରେ ପହଂଚିଲେ ହଜାର ହଜାର ଶ୍ରଦ୍ଧାଳୁ
ହରିଦ୍ୱାର-, 21 ସେପ୍ଟେମ୍ବର (ହି.ସ.) ଗାୟତ୍ରୀ ତୀର୍ଥ ଶାନ୍ତିକୁଞ୍ଜରେ ଆଶ୍ୱିନ ନବରାତ୍ରିର ପବିତ୍ର ଅବସରରେ ହଜାର ହଜାର ସାଧକ ଗଭୀର ସାଧନା ଓ ଆତ୍ମିକ ଉତ୍କର୍ଷର ଭାବନା ସହ ଭାଗ ନେଇଛନ୍ତି। ବରିଷ୍ଠ ଆଚାର୍ଯ୍ୟମାନଙ୍କ ମାର୍ଗଦର୍ଶନରେ ଏହି ସାଧକମାନଙ୍କୁ ଗାୟତ୍ରୀ ଅନୁଷ୍
ଆଶ୍ୱିନ ନବରାତ୍ରରେ ସାଧନା     ପାଇଁ ଶାନ୍ତିକୁଂଜରେ ପହଂଚିଲେ ହଜାର ହଜାର ଶ୍ରଦ୍ଧାଳୁ


ହରିଦ୍ୱାର-, 21 ସେପ୍ଟେମ୍ବର (ହି.ସ.) ଗାୟତ୍ରୀ

ତୀର୍ଥ ଶାନ୍ତିକୁଞ୍ଜରେ ଆଶ୍ୱିନ ନବରାତ୍ରିର ପବିତ୍ର ଅବସରରେ ହଜାର ହଜାର ସାଧକ ଗଭୀର ସାଧନା ଓ

ଆତ୍ମିକ ଉତ୍କର୍ଷର ଭାବନା ସହ ଭାଗ ନେଇଛନ୍ତି। ବରିଷ୍ଠ ଆଚାର୍ଯ୍ୟମାନଙ୍କ ମାର୍ଗଦର୍ଶନରେ ଏହି ସାଧକମାନଙ୍କୁ

ଗାୟତ୍ରୀ ଅନୁଷ୍ଠାନ ପାଇଁ ବିଧିପୂର୍ଣ୍ଣ ଭାବେ ସଂକଳ୍ପ କରାଯାଇଛି।

ଏହି ଅବସରରେ ଆଚାର୍ଯ୍ୟମାନେ

କହିଛନ୍ତି ଯେ, ଶାନ୍ତିକୁଞ୍ଜ

ଏକ ସିଦ୍ଧ ତପୋଭୂମି, ଯେଉଁଠି କରାଯାଇଥିବା ଗାୟତ୍ରୀ ମହାୟଜ୍ଞ ଅନୁଷ୍ଠାନ ବିଶେଷ ଫଳଦାୟି ହୋଇଥାଏ।

ଆଶ୍ୱିନ ମାସକୁ ସାଧନା ଓ

ଆତ୍ମଶୁଦ୍ଧି ପାଇଁ ସର୍ବୋତ୍ତମ ସମୟ ବୋଲି ବର୍ଣ୍ଣନା କରି ସେମାନେ ଭକ୍ତମାନଙ୍କୁ ତ୍ରିକାଳ

ସନ୍ଧ୍ୟା ସମୟରେ ଜପ, ସ୍ୱାଧ୍ୟାୟ ଓ ଆତ୍ମଚିନ୍ତନର ନିୟମିତ ଅଭ୍ୟାସ ପାଇଁ ପ୍ରେରଣା ଦେଇଛନ୍ତି।

୨ ଅକ୍ଟୋବର ପର୍ଯ୍ୟନ୍ତ

ଚାଲିଥିବା ଏହି ବିଶେଷ ସାଧନା ଶିବିରରେ ବିଶେଷ ସତ୍ସଙ୍ଗ ଅଧିବେଶନ ମଧ୍ୟ ଆୟୋଜିତ ହେବ। ସାଧକମାନଙ୍କୁ

ଶାନ୍ତିକୁଞ୍ଜ ପକ୍ଷରୁ ଆବଶ୍ୟକ ଆଧ୍ୟାତ୍ମିକ ମାର୍ଗଦର୍ଶନ, ଅନୁଷ୍ଠାନ ବିଧି ଇତ୍ୟାଦି ନିଶୁଳ୍କ ଭାବରେ ଉପଲବ୍ଧ କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande