ମଧ୍ୟପ୍ରଦେଶର ଉଜ୍ଜୟିନୀରେ ମାଲଗାଡିରେ ଲୋଡ୍ ସେନା ଟ୍ରକରେ ଲାଗିଲା ନିଆଁ, 20 ମିନିଟରେ ନିଆଁ କାବୁ କଲେ ରେଳ କର୍ମଚାରୀ
ଭୋପାଲ, 21 ସେପ୍ଟେମ୍ବର (ହି.ସ.)- ମଧ୍ୟ ପ୍ରଦେଶର ଉଜ୍ଜୈନରେ ରେଲୱେ ଷ୍ଟେସନର ୟାର୍ଡ ନିକଟରେ ରବିବାର ସକାଳେ ସେନାର ବିଶେଷ ମାଲଗାଡ଼ିରେ ଲୋଡ଼ ହୋଇଥିବା ଟ୍ରକରେ ହଠାତ୍ ନିଆଁ ଲାଗିଯାଇଥିଲା । ମାଲଗାଡ଼ିରୁ ଧୂଆଁ ଉଠୁଥିବା ଦେଖି ଏହାକୁ ତୁରନ୍ତ ଉଜ୍ଜୈନ ଷ୍ଟେସନ୍‌ରେ ରୋ
ମଧ୍ୟପ୍ରଦେଶର ଉଜ୍ଜୟିନୀରେ     ମାଲଗାଡିରେ ଲୋଡ୍ ସେନା ଟ୍ରକରେ ଲାଗିଲା ନିଆଁ, 20 ମିନିଟରେ ନିଆଁ କାବୁ କଲେ ରେଳ କର୍ମଚାରୀ


ଭୋପାଲ, 21 ସେପ୍ଟେମ୍ବର (ହି.ସ.)- ମଧ୍ୟ ପ୍ରଦେଶର

ଉଜ୍ଜୈନରେ ରେଲୱେ ଷ୍ଟେସନର ୟାର୍ଡ ନିକଟରେ ରବିବାର ସକାଳେ ସେନାର ବିଶେଷ ମାଲଗାଡ଼ିରେ ଲୋଡ଼

ହୋଇଥିବା ଟ୍ରକରେ ହଠାତ୍ ନିଆଁ ଲାଗିଯାଇଥିଲା । ମାଲଗାଡ଼ିରୁ ଧୂଆଁ ଉଠୁଥିବା ଦେଖି ଏହାକୁ

ତୁରନ୍ତ ଉଜ୍ଜୈନ ଷ୍ଟେସନ୍‌ରେ ରୋକାଯାଇଥିଲା। ସୂଚନା ମିଳିବା ମାତ୍ରେ ଆରପିଏଫ୍ ଓ ରେଲୱେ ଦଳ

ଘଟଣାସ୍ଥଳକୁରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ। ବର୍ତ୍ତମାନ ମାଲଗାଡ଼ିକୁ ଉଜ୍ଜୈନ

ଷ୍ଟେସନ୍‌ରେ ସୁରକ୍ଷିତ ଭାବେ ଠିଆ କରାଯାଇଛି। ଏହି ଘଟଣାରେ କୌଣସି ଧନଜୀବନ ହାନି ଘଟିନାହିଁ।

ପ୍ରାପ୍ତ ସୂଚନା ଅନୁସାରେ, ସେନାର ବିଶେଷ ମାଲଗାଡ଼ି ଭୋପାଲରୁ ଯୋଧପୁରକୁ ଯାଉଥିଲା। ଏଥିରେ ସେନା

ଯବାନ ଓ ସେନାର ଏକ ଡଜନ ଟ୍ରକ୍‌ରେ ଲୋଡ଼ ଥିବା ସାମଗ୍ରୀ ନିଆଯାଉଥିଲା । ରବିବାର ସକାଳ ପ୍ରାୟ

ସାଢ଼େ ନଅଟା ସମୟରେ ଏହି ମାଲଗାଡ଼ି ଉଜ୍ଜୈନ ଯାର୍ଡରେ ପହଞ୍ଚିଥିଲା।

ସେନା ଟ୍ରକ୍‌ଗୁଡ଼ିକୁ କଭର

କରିବା ପାଇଁ ଦିଆଯାଇଥିବା କପଡ଼ା ଉପରେ ଯାଇଥିବା ହାଇଟେନ୍ସନ୍ ଲାଇନ୍ ସହିତ ସଂସ୍ପର୍ଶ କରିଥିଲା, ଯାହାଫଳରେ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି । ଉଜ୍ଜୈନ ଯାର୍ଡ

ପାଖରେ ସେନା ଯବାନମାନେ ଧୂଆଁ ବାହାରୁଥିବା ଦେଖି ଷ୍ଟେସନ୍ ପ୍ରଶାସନକୁ ସତର୍କ କରିଥିଲେ। ଘଟଣାର

ସୂଚନା ମିଳିବା ମାତ୍ରେ ଆରପିଏଫ୍ ଓ ରେଲୱେ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ନିଆଁ ଲିଭାଇବା

କାମ ଆରମ୍ଭ କରିଥିଲେ। ପ୍ରାୟ ୨୦ ମିନିଟ୍ ପରେ ନିଆଁକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ

କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande