ନେପାଳ ଶକ୍ତି ମନ୍ତ୍ରୀଙ୍କୁ ଭେଟିଲେ ଭାରତୀୟ ରାଷ୍ଟ୍ରଦୂତ, ନିରନ୍ତର ସହଯୋଗ ପାଇଁ ଆଶା ପ୍ରକଟ
କାଠମାଣ୍ଡୁ, 21 ସେପ୍ଟେମ୍ବର (ହି.ସ.)- ନେପାଳରେ ଭାରତୀୟ ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ ରବିବାର ଦିନ ଅନ୍ତରୀଣ ସରକାରର ଶକ୍ତି, ସହର ଉନ୍ନତି ଓ ଭୌତିକ ନିର୍ମାଣ ମନ୍ତ୍ରୀ କୁଲମନ ଘିସିଙ୍କୁ ସାକ୍ଷାତ କରିଛନ୍ତି । ମନ୍ତ୍ରୀ ଘିସି ନେପାଳର ବିକାଶ ଯାତ୍ରାରେ ଭାରତର ଦୀର୍ଘଦିନିଆ ସହ
ନେପାଳ ଶକ୍ତି     ମନ୍ତ୍ରୀଙ୍କୁ ଭେଟିଲେ ଭାରତୀୟ ରାଷ୍ଟ୍ରଦୂତ, ନିରନ୍ତର ସହଯୋଗ ପାଇଁ ଆଶା ପ୍ରକଟ


କାଠମାଣ୍ଡୁ, 21 ସେପ୍ଟେମ୍ବର (ହି.ସ.)- ନେପାଳରେ

ଭାରତୀୟ ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ ରବିବାର ଦିନ ଅନ୍ତରୀଣ ସରକାରର ଶକ୍ତି, ସହର ଉନ୍ନତି ଓ ଭୌତିକ ନିର୍ମାଣ ମନ୍ତ୍ରୀ କୁଲମନ ଘିସିଙ୍କୁ ସାକ୍ଷାତ

କରିଛନ୍ତି । ମନ୍ତ୍ରୀ ଘିସି ନେପାଳର ବିକାଶ ଯାତ୍ରାରେ ଭାରତର ଦୀର୍ଘଦିନିଆ ସହଯୋଗ ପାଇଁ

କୃତଜ୍ଞତା ଜଣାଇଛନ୍ତି ଓ ଆସନ୍ତା ଦିନଗୁଡିକରେ ଏହି ସହଯୋଗ ଜାରି ରହିବ ବୋଲି ଆଶା ପ୍ରକାଶ

କରିଛନ୍ତି।

ଏହି ବୈଠକ ନେପାଳର ନିକଟରେ

ଘଟିଥିବା ରାଜନୈତିକ ପରିବର୍ତ୍ତନ ପରେ ଭାରତର ଲାଗାତାର ରାଜନୈତିକ ଏବଂ ରାଜନୟିକ ସଂପୃକ୍ତିର

ଅଂଶ ଭାବରେ ଆୟୋଜିତ ହୋଇଥିଲା। ରବିବାର ଦିନ ଭାରତୀୟ ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ

ସିଂହଦରବାର ଯାଇ ମନ୍ତ୍ରୀ କୁଲମନ ଘିସିଙ୍କୁ ଭେଟିଥିଲେ।

ବୈଠକ ସମୟରେ ଭାରତୀୟ

ରାଜଦୂତ ଘିସିଙ୍କୁ ବିରୋଧ ପ୍ରଦର୍ଶନ ପରେ ଗଠିତ ଅନ୍ତରୀଣ ସରକାରରେ ଗୁରୁତ୍ୱପୂର୍ଣ୍ଣ ପଦବୀର

ଦାୟିତ୍ୱ ଗ୍ରହଣ କରିବା ପାଇଁ ଶୁଭେଚ୍ଛା ଜଣାଇଥିଲେ ଓ ତାଙ୍କ ସଫଳ କାର୍ଯ୍ୟକାଳ ଅବଧି ପାଇଁ

ଶୁଭେଚ୍ଛା ଜଣାଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande