
ଭୁବନେଶ୍ୱର, ୧୭ ଜାନୁୟାରୀ (ହି.ସ)- ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତିଙ୍କ ପୂଜ୍ୟ ପିତା ତଥା ବାଲିକୁଦା ବ୍ଲକ ମାଛଗାଁ ପଂଚାୟତ ଅନ୍ତର୍ଗତ ସୁକିନ୍ଦା ଗ୍ରାମର ଅବସରପ୍ରାପ୍ତ ଅଧ୍ୟାପକ ଅଦ୍ୱୈତ ଚରଣ ମହାନ୍ତିଙ୍କ ୯୧ ବର୍ଷ ବୟସରେ ପରଲୋକ ଘଟିଛି । ତାଙ୍କ ପରଲୋକରେ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି ଗଭୀର ଶୋକବ୍ୟକ୍ତ କରିଛନ୍ତି ।
ସ୍ୱର୍ଗତଃ ମହାନ୍ତି ଜଣେ ମିଷ୍ଟଭାଷୀ, ଅମାୟିକ, ଧର୍ମପରାୟଣ ଓ ବନ୍ଧୁବତ୍ସଳ ବ୍ୟକ୍ତି ଭାବେ ସ୍ଥାନୀୟ ଅଂଚଳବାସୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ । ଜଣେ ଶିକ୍ଷାବିତ୍ ଭାବେ ସେ ଅନେକ ସୁନାମ ଅର୍ଜନ କରିଛନ୍ତି । ସ୍ୱର୍ଗତଃ ମହାନ୍ତିଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଏଭଳି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗ ଏବଂ ବନ୍ଧୁପରିଜନଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରାର୍ଥନା କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା