ଖଣ୍ଡଗିରି କୁମ୍ଭ ମେଳା ପାଇଁ ବିଏମ୍ ସିର ସମୀକ୍ଷା ବୈଠକ ଅନୁଷ୍ଠିତ
ଭୁବନେଶ୍ଵର ୧୭ ଜାନୁଆରୀ (ହି.ସ)- ଖଣ୍ଡଗିରି କୁମ୍ଭ ମେଳା ପାଇଁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି. ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନେ କାର୍ଯ୍ୟ ଅଗ୍ରଗତି ସଂପର୍କରେ ଅବଗତ କରାଇଥିଲେ । ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏକାମ୍ର ବିଧାୟକ ଶ୍ରୀ
ଖଣ୍ଡଗିରି କୁମ୍ଭ ମେଳା ପାଇଁ ବିଏମ୍ ସିର ସମୀକ୍ଷା ବୈଠକ ଅନୁଷ୍ଠିତ


ଭୁବନେଶ୍ଵର ୧୭ ଜାନୁଆରୀ (ହି.ସ)- ଖଣ୍ଡଗିରି କୁମ୍ଭ ମେଳା ପାଇଁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି. ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନେ କାର୍ଯ୍ୟ ଅଗ୍ରଗତି ସଂପର୍କରେ ଅବଗତ କରାଇଥିଲେ । ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ରାମଚନ୍ଦ୍ର ରଣସିଂହ, ଅତିରିକ୍ତ କମିଶନର , ସିଟି ଇଂଜିନିୟର , ଡେପୁଟି କମିଶନର, ସଂପୃକ୍ତ ଅଂଚଳର କର୍ପୋରେଟର ବୃନ୍ଦ, ଜାଗମରା ଗ୍ରାମ୍ୟ କମିଟି, କମିଟିର କର୍ମକର୍ତ୍ତା, ସମସ୍ତ ଲାଇନ ଡିପାର୍ଟମେଣ୍ଟ ପ୍ରମୁଖ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

ସୁରକ୍ଷା ଦୃଷ୍ଟିରୁ ଚଳିତ ବର୍ଷ ବ୍ୟାପକ ପୋଲିସ ବ୍ୟବସ୍ଥା ସହିତ ମେଳା ଅଂଚଳରେ 100 ଟି ସିସିଟିଭି ଲାଗିବ । ବିଭିନ୍ନ ସ୍ଥାନରେ ପୋଲିସ ଓ ବିଏମ୍ ସି ଏନଫୋର୍ସମେଣ୍ଟ ମୁତୟନ ରହିବେ । ଟ୍ରାଫିକ ପୋଲିସକୁ ସହାୟତା କରିବା ପାଇଁ ଟ୍ରାଫିକ ଓ୍ୱାର୍ଡେନଙ୍କୁ ମୁତୟନ କରାଯାଉଛି । ଯାନବାହାନ ପାର୍କିଂ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଫାୟର, ପୋଲିସ, ବିଏମ୍ ସି, ମେଡିକାଲ କଣ୍ଟ୍ରୋଲ ରୁମ୍, ପାନୀଯ ଜଳ, ଆଲୋକ ଓ ଅନ୍ୟାନ ବ୍ୟବସ୍ଥା ମଧ୍ୟ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande