ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଶାସନ ସଚିବଙ୍କୁ ଭେଟିଲେ ଯାଦବ ସଭାପତି
କେନ୍ଦ୍ରାପଡ଼ା, ୧୭ ଜାନୁଆରୀ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାର ଯାଦବ ମହାସଭାର ସଭାପତି ପ୍ରଭାକର ପଲାଇ ନୂଆ ଦିଲ୍ଲୀ ଠାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବ୍ୟକ୍ତିଗତ ଶାସନ ସଚିବ ସୁୁରଥ କୁମାର ମହନ୍ତଙ୍କୁ ଭେଟି ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସହ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦା
ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଶାସନ ସଚିବଙ୍କୁ ଭେଟିଲେ ଯାଦବ ସଭାପତି


କେନ୍ଦ୍ରାପଡ଼ା, ୧୭ ଜାନୁଆରୀ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାର ଯାଦବ ମହାସଭାର ସଭାପତି ପ୍ରଭାକର ପଲାଇ ନୂଆ ଦିଲ୍ଲୀ ଠାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବ୍ୟକ୍ତିଗତ ଶାସନ ସଚିବ ସୁୁରଥ କୁମାର ମହନ୍ତଙ୍କୁ ଭେଟି ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସହ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ରରେ ଜିଲ୍ଲା ଯାଦବ ମହାସଭାର ବିଭିନ୍ନ ସମସ୍ୟା ଓ ଯାଦବ ଭବନ ନିର୍ମାଣ ପାଇଁ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ ଜିଲ୍ଲାର ଯାଦବ ମହାସଭାର କାର୍ଯ୍ୟକାରୀ ସଦସ୍ୟ ଅମୂଲ୍ୟ କୁମାର ଦାସ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande