ବାଲେଶ୍ୱର- ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ତରଫରୁ ଧାମରାଇ ମନ୍ଦିରରେ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା ଉଦଘାଟିତ
ଭଦ୍ରକ, ୧୭ ଜାନୁଆରୀ (ହି.ସ.) -ପବିତ୍ର ମକର ସଂକ୍ରାନ୍ତି ଅବସରରେ ଧାମରା ଅଂଚଳର ଅଧିଷ୍ଠାତ୍ରୀ ଦେବୀ ମା ଧାମରାଇଙ୍କ ମନ୍ଦିର ବେଢାରେ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା ବାଲେଶ୍ୱର - ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ତରଫରୁ ଉଦଘାଟିତ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି
KENDRA SAMABAYA THANDA PANIYA


ଭଦ୍ରକ, ୧୭ ଜାନୁଆରୀ (ହି.ସ.) -ପବିତ୍ର ମକର ସଂକ୍ରାନ୍ତି ଅବସରରେ ଧାମରା ଅଂଚଳର ଅଧିଷ୍ଠାତ୍ରୀ ଦେବୀ ମା ଧାମରାଇଙ୍କ ମନ୍ଦିର ବେଢାରେ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା ବାଲେଶ୍ୱର - ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ତରଫରୁ ଉଦଘାଟିତ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଗଣେଷ ପ୍ରସାଦ ମହାପାତ୍ର ଥଣ୍ଡା ପାନୀୟ ଜଳ ବ୍ୟବସ୍ଥାକୁ ଉଦଘାଟନ କରିଥିଲେ। ଏହି ଅବସରରେ ଧାମରା ପଂଚାୟତ ର ସମିତି ସଭ୍ୟ ତଥା ଧାମରାଇ ମନ୍ଦିର କମିଟିର ସଂପାଦକ ପାପା ଜେନା,ସଭାପତି ସୁରେଶ ମାହୁନ୍ତ, ସମାଜସେବୀ ଅଭିମନ୍ୟୁ ରାଉତ, କେନ୍ଦ୍ର ସମବାୟ ବ୍ୟାଙ୍କ ଧାମରା ଶାଖା ପରିଚାଳକ ତପନ କୁମାର ଦାସ, ବ୍ୟାଙ୍କ ପରିଚାଳନା ପରିଷଦ ସଭ୍ୟ ନିରଞନ ଦାସ, ପ୍ରକାଶ ଜ୍ୟୋତି ମହାକୁଡ, ଯୋଗେନ୍ଦ୍ର ଘଡେଇ, ରମେଶ ଚନ୍ଦ୍ର ଭାରତୀ, ସଞୟ କୁମାର ମହାନ୍ତି, ନାରାୟଣ ଚନ୍ଦ୍ର ଦାସ ,ସନାତନ ବିଶ୍ୱାଳଙ୍କ ସମେତ ଧାମରାଇ ମନ୍ଦିର ପରିଚାଳନା କମିଟିର ସଭ୍ୟ ମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande