ପଞ୍ଚସଖା ଶିକ୍ଷା ସେତୁର ତୃତୀୟ କାର୍ଯ୍ୟନିର୍ବାହୀ ପରିଷଦର ବୈଠକ
୨୨ ଜିଲ୍ଲାରେ ୧୨.୬୨ କୋଟି ଟଙ୍କା ବ୍ୟୟ ଅଟକଳରେ ୮୬୨ ଟି ପ୍ରକଳ୍ପକୁ ମଞ୍ଜୁରି ଭୁବନେଶ୍ୱର, ୧୭ ଜାନୁଆରି (ହି.ସ.)-ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ତୃତୀୟ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟର ୨୨ ଟି ଜିଲ୍ଲାର ବିଭିନ୍ନ ସ୍କୁଲରେ ଉନ୍ନତି ପାଇଁ ୧୨ କୋଟି ୬୨ ଲକ୍ଷ
ପଞ୍ଚସଖା ଶିକ୍ଷା ସେତୁର ତୃତୀୟ କାର୍ଯ୍ୟନିର୍ବାହୀ ପରିଷଦର ବୈଠକ


୨୨ ଜିଲ୍ଲାରେ ୧୨.୬୨ କୋଟି ଟଙ୍କା ବ୍ୟୟ ଅଟକଳରେ ୮୬୨ ଟି ପ୍ରକଳ୍ପକୁ ମଞ୍ଜୁରି

ଭୁବନେଶ୍ୱର, ୧୭ ଜାନୁଆରି (ହି.ସ.)-ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ତୃତୀୟ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟର ୨୨ ଟି ଜିଲ୍ଲାର ବିଭିନ୍ନ ସ୍କୁଲରେ ଉନ୍ନତି ପାଇଁ ୧୨ କୋଟି ୬୨ ଲକ୍ଷ ୪୮ ହଜାର ୩୭୩ ଟଙ୍କା ବ୍ୟୟ ଅଟକଳରେ ୮୬୨ ଗୋଟି ପ୍ରକଳ୍ପକୁ ମଞ୍ଜୁର ଦିଆଯାଇଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧.୯୧ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି ।

ପରିଷଦର ଅଧ୍ୟକ୍ଷ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଡଃ ଏନ୍‌. ତିରୁମାଲା ନାଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ । ପୁରାତନ ଛାତ୍ରଛାତ୍ରୀଙ୍କ ନୈତୃତ୍ୱରେ ବିଦ୍ୟାଳୟର ଉନ୍ନତି ସମ୍ପର୍କରେ ଗୁରୁତ୍ୱ ଦେଇ ଡଃ ନାଏକ ଆଲୋଚନା କରିଛନ୍ତି । ବିଦ୍ୟାଳୟର ଉନ୍ନତି ପାଇଁ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ପରିଚାଳନା କମିଟି ସଦସ୍ୟ ଓ ସ୍ଥାନୀୟ ସମ୍ପ୍ରଦାୟ ୪ କୋଟି ୪୧ ଲକ୍ଷ ୬୫ ହଜାର ୫୮୨ ଟଙ୍କାର ଆର୍ôଥକ ସହଭାଗିତା ଦେଇଛନ୍ତି । ସେମାନଙ୍କ ସହଭାଗିତା ସହ ପଞ୍ଚସଖା ଶିକ୍ଷା ସେତୁ ଦୁଇଗୁଣା ଅନୁଦାନ ମିଶାଇ ମୋଟ ୧୨ କୋଟି ୬୨ ଲକ୍ଷ ୪୮ ହଜାର ୩୭୩ ଟଙ୍କା ବ୍ୟୟ ଅଟକଳରେ ୮୬୨ ଗୋଟି ପ୍ରକଳ୍ପ ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।

ଏହି ବୈଠକରେ ପଞ୍ଚସଖା ଶିକ୍ଷା ସେତୁର ସଦସ୍ୟ ସଚିବ ତଥା ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ଅନନ୍ୟା ଦାସ, ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ର, ସ୍ୱତନ୍ତ୍ର ଶାସନ ସଚିବ ତଥା ବିତ୍ତ ଅଧିକାରୀ ଶ୍ରୀ ଶିବାଶିଷ ଧଳ, ଅତିରିକ୍ତ ବିତ୍ତ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ଘଡେଇ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀମତୀ ନିୟତୀ ପଟ୍ଟନାୟକ, ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ପାଢୀ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ମନୋରମା ଦାସ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଏସ୍‌.ପି ପଣ୍ଡା, ଆର୍ ଆଣ୍ଡ ବି ର ଶ୍ରୀ ଜଗଜୀବନ ପଣ୍ଡା, ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀମତୀ ରାଜଲକ୍ଷ୍ମୀ ଦାଶ, ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅଧିକାରୀ ଡ. ମଣିପ୍ରସାଦ ମିଶ୍ର, ଓ ବିତ୍ତ ଅଧିକାରୀ ଶ୍ରୀମତୀ ଇତିଶ୍ରୀ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande