ଚାନ୍ଦବାଲି ବନ୍ୟପ୍ରାଣୀ ବନଖଣ୍ଡରେ କୁମ୍ଭୀର ଗଣନା ଶେଷ
ଭଦ୍ରକ, ୧୭ ଜାନୁଆରୀ (ହି.ସ.) -ଚାନ୍ଦବାଲି ବନ୍ୟପ୍ରାଣୀ ବନଖଣ୍ଡରେ କୁମ୍ଭୀର ଗଣନା ଶେଷ ହୋଇଛି।୨ଦିନ ଧରି ଏହି କୁମ୍ଭୀର ଗଣନା ଚାଲିଥିବା ବେଳେ ଏହି ଗଣନା ପାଇଁ ୮ଟି ଟିମ କାର୍ଯ୍ୟ କରୁଥିବା ବେଳେ ଚାନ୍ଦବାଲି ରେଞରେ ୪ଟି ଟିମ, ବାସୁଦେବପୁର ରେଞ ଅଧିନରେ ୨ଟି ଏବଂ ଧାମନଗର ରେଞ ଅଧିନରେ ୨ଟି ଟିମ ଗଠନ
crocodile ganana sesa


ଭଦ୍ରକ, ୧୭ ଜାନୁଆରୀ (ହି.ସ.) -ଚାନ୍ଦବାଲି ବନ୍ୟପ୍ରାଣୀ ବନଖଣ୍ଡରେ କୁମ୍ଭୀର ଗଣନା ଶେଷ ହୋଇଛି।୨ଦିନ ଧରି ଏହି କୁମ୍ଭୀର ଗଣନା ଚାଲିଥିବା ବେଳେ ଏହି ଗଣନା ପାଇଁ ୮ଟି ଟିମ କାର୍ଯ୍ୟ କରୁଥିବା ବେଳେ ଚାନ୍ଦବାଲି ରେଞରେ ୪ଟି ଟିମ, ବାସୁଦେବପୁର ରେଞ ଅଧିନରେ ୨ଟି ଏବଂ ଧାମନଗର ରେଞ ଅଧିନରେ ୨ଟି ଟିମ ଗଠନ ହୋଇଥିଲା। ଏହି ସମସ୍ତ ଟିମ ଚାନ୍ଦବାଲି ବନ୍ୟପ୍ରାଣୀ ବନଖଣ୍ଡ ଅଧିନରେ ଥିବା ବୈତରଣୀ, ସାଲନ୍ଦୀ, ମନ୍ତେଇ ନଦୀରେ ଭାଗ ଭାଗ ହୋଇ କୁମ୍ଭୀର ଗଣନା କରୁଥିଲେ। ସର୍ବଶେଷ ଖବର ଅନୁଯାଇ ସମୁଦାୟ ୪୮ଟି କୁମ୍ଭୀର ଏହି ୩ଟି ନଦୀରେ ଥିବା ଜଣାଯାଇଛି। ମାତ୍ର ପ୍ରତିକୂଳ ପାଗ ଯଥା କୁହୁଡି ଏବଂ ଶୀତ ଲାଗି ରହିଥିବାରୁ ଏହି ନଦୀ ମାନଙ୍କରେ ଥିବା ସମସ୍ତ କୁମ୍ଭୀର ନଦୀ ପଠାକୁ ଆସି ନଥିଲେ ଫଳରେ କୁମ୍ଭୀର ଗଣନା କଷ୍ଟ ସାଧ୍ୟ ହୋଇ ପଡିଥିଲା। ଏଠାରେ ଉଲ୍ଲେଖ ଯୋଗ୍ୟ ଏହି ନଦୀ ମାନଙ୍କରେ ବହୁ ସଂଖ୍ୟାରେ କୁମ୍ଭୀର ଦୃଷ୍ଟି ଗୋଚର ହେଉଥିବା ବେଳେ ଖରାର ତାପ ନଥିବାରୁ କୁମ୍ଭୀର ଗୁଡିକ ନଦୀ ପଠାକୁ ଆସି ନଥିଲେ ଏଥିସହ ଏହି ନଦୀର ସଂଯୋଗୀ ସ୍ଥଳ ନିକଟରେ ଭିତରକନିକା ଅଭୟାରଣ୍ୟ ହୋଇଥିବା ବେଳେ ଏଠାରେ ସଂଖ୍ୟାଧିକ କୁମ୍ଭୀର ବସବାସ କରୁଥିବା ବେଳେ ଅବାଧରେ ସେମାନେ ଏହି ୩ଟି ନଦୀକୁ ଆତଯାତ ହୋଇଥାନ୍ତି ।ଗଣନା ହୋଇଥିବା କୁମ୍ଭୀର ମାନଙ୍କ ମଧ୍ୟରୁ ଶାବକ ୪ଟି ,ବର୍ଷିକିଆ ୪,ନାବାଳକ ଅବସ୍ଥାରେ୧୨ଟି , ଅର୍ଦ୍ଧ ଯୁବକ ଅବସ୍ଥାରେ୯ଟି ଏବଂ ଯୁବକ ଅବସ୍ଥାରେ ୧୯ କୁମ୍ଭୀର ଏହି ପରି ସମୁଦାୟ ୪୮ଟି କୁମ୍ଭୀର ମାନଙ୍କୁ ଦେଖିବାକୁ ମିଳିଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande