
କେନ୍ଦ୍ରାପଡ଼ା, ୧୭ ଜାନୁଆରୀ(ହି.ସ.) – ବର୍ତମାନ ଗୁଡିଉଡା ପର୍ବ ଚାଲିଛି। ଏହି ପରିପ୍ରେକ୍ଷିରେ କେନ୍ଦ୍ରାପଡା ସହର ଗୋବରୀ ନଦୀ କୂଳରେ ପିଲାମାନେ ଗୁଡି ଉଡେଇବାରେ ବ୍ୟସ୍ତ। ଗୁଡି ସୂତା ପ୍ଲାଷ୍ଟିକରେ ହେଉ ବା ମାଞ୍ଜା ସୂତା ହେଉ। ତାହା ସାଧାରଣ ବାଟୋଇମାନଙ୍କର କାଳ। ଆଜି ଅପରାହ୍ନରେ କେନ୍ଦ୍ରାପଡା ନୂଆ ବସଷ୍ଟାଣ୍ଡ ବାଇପାସ ରାସ୍ତାରେ କେନ୍ଦ୍ରାପଡା ଗୁଲନଗର ଛକ ନିକଟ ଏକ ଅଟୋ ସୋରୁମରେ କାର୍ଯ୍ୟରତ ଅସୁରେଶ୍ୱର ଗ୍ରାମର ଦେବେନ୍ଦ୍ର ସାହୁ(୫୧) କୌଣସି ଏକ କାମରେ ପୁରୁଣା ବସଷ୍ଟାଣ୍ଡ ଆଡକୁ ବାଇକ ଯୋଗେ ଯାଉଥିଲେ। ସେହିଠାରେ ପ୍ଲାଷ୍ଟକ ଗୁଡି ସୂତା ତାଙ୍କ ବେକରେ ଗୁଡେଇ ହୋଇଯାଇଥିଲା। ସେ ହଟାତ ବ୍ରେକ ମାରିଦେବାରୁ ଘୁସୁଡି ତଳେ ପଡିଯାଇଥିଲେ। ଯାହା ଫଳରେ ଗୋଡହାତ ଖଣ୍ଡିଆ ହୋଇଯିବା ସହ ବାଇକ ଭାଙ୍ଗିଯାଇଥିଲା। ସେଠାରେ ଲୋକମାନେ ତାଙ୍କୁ ସଙ୍ଗେସଙ୍ଗେ ରାସ୍ତା ଉପରୁ ଉଠାଇଥିଲେ। ଶ୍ରୀ ସାହୁ କହିଥିଲେ ଯେ ନିଶ୍ଚିତ ମୃତ୍ୟୁରୁ ଭଗବାନ ତାଙ୍କୁ ରକ୍ଷା କରିଦେଲେ। ସେହିପରି ସେଠିକାର ଆଉଜଣେ ବ୍ୟବସାୟୀ ଯୁବକଙ୍କ ବେକରେ ଗୁଡି ସୂତା ଲାଗିଯିବାରୁ ବେକ କଟି ଯାଇଥିବାର ଦେଖାଇ ଥିଲେ। କେନ୍ଦ୍ରାପଡା ସହରରେ ବିଭିନ୍ନ ସ୍ଥାନରେ ଗୁଡି ଉଡା ଚାଲିଥିବାରୁ ଜିଲ୍ଲା ପ୍ରଶାସନ ଏହାର କୌଣସି ପ୍ରତିକାର ନେବାକୁ ସାଧାରଣ ଲୋକ ଦାବି କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି