
କୋରାଇ, ୨୧ ଜାନୁଆରୀ(ହି.ସ.) – ପାଣିକୋଇଲି ଥାନା ଅନ୍ତର୍ଗତ ପଥରପଦା ପଂଚାୟତର ମହମ୍ମଦ ଜମାଲପୁର ଗ୍ରାମର ସୁବାସ ମଳିକଙ୍କ ପୁଅ ମାନସ ମଳିକ(୨୭) ଯାଜପୁରରୋଡରେ ଏକ ବାଇକ ସୋ ରୁମରେ କାର୍ଯ୍ୟକରେ । ହେଲେ କାର୍ଯ୍ୟ ସମୟରେ ଦୁର୍ଘଟଣା ଗଟିଥିଲା । ଫଳରେ ମାନସକୁ ଚିକିତ୍ସା ପାଇଁ କଟକ ନିଆଯାଇଥିଲା । କିନ୍ତୁ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ମରଶରୀରକୁ ଗ୍ରାମକୁ ଆଣିବା ପରେ ଯାଜପୁର ବାରୁଣୀ ମହାଶସ୍ମାନରେ ଶେଷକୃତ ସମ୍ପନ୍ନ କରାଯାଇଛି । ବହୁ ମାନ୍ୟଗଣ୍ୟ ବକ୍ତି ତାଙ୍କ ବାସଭବନରେ ପହଂଚି ଶୋକସନ୍ତପ୍ତ ପରିବାରକୁ ସାନ୍ୱନା ଦେବା ସହ ଅମରଆତ୍ମାର ସଦଗତି କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି