ଭିନ୍ନକ୍ଷମ ବ୍ୟକ୍ତିଙ୍କ ଗୋଷ୍ଟିଭିତ୍ତିକ ପୁନଃ ଥଇଥାନ ଓ ସମ୍ମିଳିତ ବିକାଶ ସମ୍ପର୍କିତ ଜିଲ୍ଲା ସ୍ତରୀୟ ଆଲୋଚନା।
ବଲାଙ୍ଗିର, 21 ଜାନୁଆରି (ହି.ସ.) ସ୍ୱେଚ୍ଛାସେବୀ ଅନୁଷ୍ଠାନ ରେଆର ଦ୍ଵାରା ଅଜିମ୍ ପ୍ରେମଜି ଫାଉଣ୍ଡେସନ ବାଙ୍ଗାଲୋର ସହାୟତାରେ ବଲାଙ୍ଗୀର ସାମ୍ବାଦିକ ଭବନ ଠାରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଗୋଷ୍ଟି ଭିତ୍ତିକ ପୁନଃ ଥଇଥାନ ଓ ସମ୍ମିଳିତ ବିକାଶ ସମ୍ପର୍କିତ ଜିଲ୍ଲା ସ୍ତରୀୟ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠ
ଭିନ୍ନକ୍ଷମ ବ୍ୟକ୍ତିଙ୍କ ଗୋଷ୍ଟିଭିତ୍ତିକ ପୁନଃ ଥଇଥାନ ଓ ସମ୍ମିଳିତ ବିକାଶ ସମ୍ପର୍କିତ ଜିଲ୍ଲା ସ୍ତରୀୟ ଆଲୋଚନା।


ବଲାଙ୍ଗିର, 21 ଜାନୁଆରି (ହି.ସ.)

ସ୍ୱେଚ୍ଛାସେବୀ ଅନୁଷ୍ଠାନ ରେଆର ଦ୍ଵାରା ଅଜିମ୍ ପ୍ରେମଜି ଫାଉଣ୍ଡେସନ ବାଙ୍ଗାଲୋର ସହାୟତାରେ ବଲାଙ୍ଗୀର ସାମ୍ବାଦିକ ଭବନ ଠାରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଗୋଷ୍ଟି ଭିତ୍ତିକ ପୁନଃ ଥଇଥାନ ଓ ସମ୍ମିଳିତ ବିକାଶ ସମ୍ପର୍କିତ ଜିଲ୍ଲା ସ୍ତରୀୟ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରେଆର ର ସଂଯୋଜକ ମୁକେଶ କୁମାର ଯୋଶୀ ସ୍ବାଗତ ଜଣାଇବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ରେଆର ର ସାଧାରଣ ସମ୍ପାଦକ ଅନଙ୍ଗ ନେଗି ବୌଦ୍ଧିକ ଓ ବିକାଶ ବାଧିତ ଭିନ୍ନକ୍ଷମ ଶିଶୁ ଓ ବ୍ୟକ୍ତି ଙ୍କ ପାଇଁ ଗୋଷ୍ଟିଭିତ୍ତିକ ଥଇଥାନ , ସରକାରୀ, ସାମାଜିକ ଏବଂ ଗୋଷ୍ଟି ସଂଗଠନ ମିଳିତ ଉଦ୍ୟମରେ ପ୍ରତ୍ୟେକ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଥଇଥାନ କରାଯାଇ ପାରିବ ବୋଲି ମତ ପ୍ରକାଶ କରି ଥିଲେ।

ଏହି କାର୍ଯ୍ୟକ୍ରମ ରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଲିନା ବାବୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପୁନର୍ବାସ ପାଇଁ ଗୋଷ୍ଟିଭିତ୍ତିକ ଥାଇଥାନ ମାଧ୍ୟମ ରେଆର ଓଡ଼ିଶା ର ବିଭିନ୍ନ ଅପହଞ୍ଚ ଇଲାକାରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଥଇଥାନ କାର୍ଯ୍ୟକ୍ରମ ପ୍ରଶଂସନୀୟ , ଏହାକୁ ଅଧିକ କ୍ରିୟାଶୀଳ ରଖିବାକୁ ମତ ରଖିବା ସହ ଶିଶୁ ମଙ୍ଗଳ ସମିତି ର ଦାୟିତ୍ଵ,କର୍ତ୍ତବ୍ୟ ଓ ଭୂମିକା ଉପରେ ଜଣାଇଥିଲେ। ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିକ୍ରମ ପଣ୍ଡା , ସିଆରସି ବଲାଙ୍ଗୀର ର ପୁନଃ ଥଇଥାନ ଅଫିସର, ଜିଲ୍ଲା ଅତିରିକ୍ତ ସାମାଜିକ ସୁରକ୍ଷା ଅଧିକାରିଣୀ ସସ୍ମିତା ହୋତା ଓ ସୁମିତ୍ରା କୋରା ଯୋଗ ଦେଇ ନିଜ ନିଜ ବିଭାଗ ରେ ଥିବା ବିଭିନ୍ନ ସରକାରୀ ଯୋଜନା ବିଷୟରେ ଆଲୋକ ପାତ କରିଥିଲେ । ଖୋଲା ଆଲୋଚନା ସମୟରେ ପଲ୍ଲୀ ଆଲୋକ ପାଠାଗାର ବଲାଙ୍ଗୀର ର ପ୍ରକଳ୍ପ ସଂଯୋଜକ ହିରାଲାଲ ମିଶ୍ର, ୱାସିଡ଼ିଏ ର ଆନନ୍ଦିନୀ , ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ସାମାଜିକ କର୍ମୀ ଅରୁଣ ଖୁଆସ୍ , ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତୀ ଓ ଗୁଡଭେଲା ବ୍ଲକ ର ଭିନ୍ନକ୍ଷମ ଏବଂ ଅଭିଭାବକ ମାନେ ଯୋଗ ଦେଇ ସେମାନଙ୍କର ମତ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମ ରେ ରେଆର ର ଅଶୋକ କୁମାର ଝାଙ୍କର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଦୟାନିଧି ରଣା, ଅବନୀ ସାମଲ, ପ୍ରଦ୍ୟୁମ୍ନ ସେଲମା, କ୍ଷେତ୍ରଲାଲ ସାମଲ, ନୀଳାମ୍ବର ସାହୁ, ଆରତୀ ରଣା, ଟୁନି ବାଗ ଏବଂ ଭଗ୍ୟସିନି ରଣା ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande