

ସୁବର୍ଣ୍ଣପୁର, 21 ଜାନୁଆରି (ହି.ସ.)
ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ ସଂଘ ପକ୍ଷରୁ ଆୟୋଜିତ ସର୍ଵ ଭାରତୀୟ ଲାଲ୍ ମନି କ୍ରିକେଟ ର ତୃତୀୟ ଦିବସ ରେ ରକେଟ ଏକାଦଶ (ମୁମ୍ବାଇ) ଓ ବାପୁଜୀ କ୍ଲବ୍ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଟିତ ହୋଇଥିଲା l ଟସ୍ ଜିଣି ବାପୁଜୀ କ୍ଲବ୍ ପ୍ରଥମେ ଫିଲଡିଂ ନିଷ୍ପତ୍ତି ନେଇଥିଲା l ମୁମ୍ବାଇ ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭର ରେ ୯ ୱିକେଟ୍ ହରାଇ ୧୩୯ ରନ୍ କରିଥିଲେ l ମୁମ୍ବାଇ ଦଳ ପକ୍ଷରୁ ଶିବମ କୁମାର ୩୨ ବଲ ରେ ୪୫ ରନ୍, ରିତେଶ ରାଜ ୧୭ ବଲ ରେ ୨୦ ରନ୍, ମନୀଷ ତିୱାରୀ ୧୫ ବଲ ରେ ୨୧ ରନ୍ କରିଥିଲେ l ଭୁବନେଶ୍ବର ଦଳ ପକ୍ଷରୁ ପ୍ରାୟସ ସିଂହ ସର୍ବାଧିକ ୪ ଟି ୱିକେଟ୍, ଶୟଦ୍ ଜାକି ୨ ଟି, ଓ ନମନ୍ ଧ୍ରୁବ ୧ ଟି ୱିକେଟ୍ ହାସଲ କରିଥିଲେ l ପ୍ରତି ଉତ୍ତର ରେ ବାପୁଜୀ କ୍ଲବ୍ ଭୁବନେଶ୍ୱର ୮.୫ ଓଭର ରେ ୧ ୱିକେଟ୍ ହରାଇ ସ୍କୋର ସମାନ ବେଳେ ଛକା ମାରି ୧୪୫ ରନ୍ କରି ପ୍ରଥମ ମ୍ୟାଚ୍ ବିଜୟୀ ହୋଇ ଥିଲେ l ବିଜୟୀ ଦଳ ପକ୍ଷରୁ ସିଦ୍ଧାନ୍ତ ଜେନା ୧୫ ବଲ ରେ ୨୫ ରନ୍, କ୍ଷମା ସାଗର ୩୫ ବଲ ରେ ୮୯ ରନ୍, ଶୁଭମ୍ ୪ ବଲ ରେ ୧୬ ରନ୍ କରିଥିଲେ l ସେହିପରି ଟି/୧୦ ଦ୍ୱିତୀୟ ମ୍ୟାଚ ରେ ମୁମ୍ବାଇ ଦଳ ବ୍ୟାଟିଂ କରି ୧୦ ଓଭର ରେ ୬ ୱିକେଟ୍ ହରାଇ ୧୦୧ ରନ୍ କରିଥିଲେ l ଦଳ ପକ୍ଷରୁ ୟସ ରାଠୋଡ଼ ୧୩ ବଲ ରେ ୨୨ ରନ୍, ୟମୁନା ଝା ୧୮ ବଲ ରେ ୩୧ ରନ୍, ଶିବମ ୮ ବଲ ରେ ୧୯ ରନ୍ କରିଥିଲେ l ଭୁବନେଶ୍ୱର ଦଳ ପକ୍ଷରୁ ପ୍ରାୟସ ସିଂହ ସର୍ବାଧିକ ୨ ଟି ୱିକେଟ୍, ସୁଶିଲ ବାରିକ, ବିକାଶ ଦୀକ୍ଷିତ, ବାସୂକି ନାଥ ପ୍ରତ୍ୟେକ ୨ ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ l ପ୍ରତି ଉତ୍ତର ରେ ବାପୁଜୀ କ୍ଲବ ୧ ୱିକେଟ୍ ହରାଇ ୬.୨ ଓଭର ରେ ୧୦୨ ରନ୍ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ l ଦଳ ପକ୍ଷରୁ କ୍ଷମା ସାଗର ବଳ ୧୮ ବଲ ରେ ଅପରାଜିତ ୪୩ ରନ୍ କରିଥିଲେ l ଶୁଭମ ସତ୍ରୁଜିତ୍ ୧୯ ବଲ ରେ ୩୯ ରନ୍ କରିଥିଲେ l ବାପୁଜୀ କ୍ଲବ୍ ର କ୍ଷମା ସାଗର ବଳ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ଘୋଷଣା କରା ଯାଇଥିଲା l ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, ଏଚ୍ ଡି ଏଫ୍ ସି ବ୍ୟାଙ୍କ୍ ର ବ୍ରାଞ୍ଚ ମ୍ୟାନେଜର ଦେବାଶିଷ ପାଣିଗ୍ରାହୀ ଅତିଥି ଭାବେ ଯୋଗ ଦେଇ ଆଜି ରମ୍ୟାଚ୍ କୁ ଉଦ୍ଘାଟନ କରିଥିବା ବେଳେ କଣ୍ଟ୍ରାକ୍ଟର ତଥା ସମାଜସେବୀ ଶ୍ରିବନ୍ତ ମିଶ୍ର ଓ ସୁଦାମ ସୁନା ପୁରସ୍କାର ବିତରଣ ଉତ୍ସବ ରେ ଯୋଗ ଦେଇ ଶ୍ରୀ ବଳ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ ଅମ୍ପାୟର ସତ୍ୟ ପ୍ରାସାଦ ରଥ ଓ ଶ୍ୟାମ ସୁନ୍ଦର ପଣ୍ଡା ଆଜିର ଖେଳ ପରିଚାଳନା କରିଥିବା ବେଳେ ସ୍କୋରର୍ ଭାବେ ବିନୋଦ ପାତ୍ର, ଅନ୍ ଲାଇନ୍ ସ୍କୋରିଂ ରେ ଦିନେଶ ଘିବିଲା ଓ ହିମାଂଶୁ ପଧାନ ଦାୟିତ୍ବ ତୁଲାଇ ଥିଲେ l ବି ଏସ ରାଓ, ସଞ୍ଜୀବ ମିଶ୍ର, ପାର୍ଥ ସାରଥୀ ଦାଶ, ଓ ବିନୋଦ ମହାକୁର ଖେଳ ର ପ୍ରତ୍ୟକ୍ଷ ଧାରା ବିବରଣୀ ପ୍ରଦାନ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ