
କୋରାଇ, ୨୧ ଜାନୁଆରୀ(ହି.ସ.) – କୋରାଇ ବ୍ଲକର ବୈତରଣୀ ରୋଡ଼ ଠାରୁ ଷଠିପୁର ପର୍ଯ୍ୟନ୍ତ ରାସ୍ତାର ଦୋହରୀ କରଣ କାର୍ଯ୍ୟ ଚାଲୁଅଛି। କିନ୍ତୁ ଉକ୍ତ ରାସ୍ତାଟିର ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବାବେଳେ ଭାରୀ ଯାନ ଯିବା ଆସିବା ବନ୍ଦ ରହିଛି। ଫଳରେ ରାସ୍ତା ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏହାକୁ ଗୁରୁତ୍ୱଦେଇ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ କର ବିଭାଗୀୟ ଚିଠି ନମ୍ବର ୧୧୦ ରେ ଉକ୍ତ ରାସ୍ତା ଦେଇ ଭାରୀ ଯାନ ଯିବା ଆସିବାକୁ ବାରଣ କରିଛନ୍ତି। ବୈତରଣୀ ରୋଡ଼ରୁ ଭାରୀଯାନ ତାରାକୋଟ, ମୀନାବଜାର ଦେଇ ରଗଡିରେ ରାଜପଥ ଧରିବ। ଉକ୍ତ ନିର୍ଦ୍ଦେଶ ଆସନ୍ତା ଫେବୃଆରୀ ମାସ ୨୦ ତାରିଖ ପର୍ଯ୍ୟନ୍ତ ବଳବତର ରହିବ ବୋଲି ଜିଲ୍ଲାପାଳ ଶ୍ରୀ କର ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି