ମୁକ୍ତାକାଶ ନାଟକ ଉଦଯାପିତ, ବନ୍ଧୁ ବାନ୍ଧିଛି ମୁଁ ଲୁହ ସାଥିରେ ପାଇଁ ଦର୍ଶକଙ୍କ ମନମୋହିଲା
କୋରାଇ, ୨୧ ଜାନୁଆରୀ(ହି.ସ.) – କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଂଚାୟତର ଓଚିନ୍ଦା ଗ୍ରାମର ଗଣପର୍ବ ହରିହାଟ ମେଳା ଅବସରରେ ଗୋପିନାଥ ଜୀଉ ନାଟ୍ୟ ପରିଷଦ ଆନୁକୂଲ୍ୟରେ ତିନିଦିନ ବ୍ୟାପି ମୁକ୍ତାକାଶ ନାଟକ ମଂଚ ଉଦ୍‌ଯାପିତ ହୋଇଛି। ବରିଷ୍ଠ ସମ୍ବାଦିକ ସୁବାସ ଧଳଙ୍କ ସଭାପତ୍ୱରେ ଅନୁଷ୍ଠିତ ଉଦଯାପନୀ ସଭାର
ମୁକ୍ତାକାଶ ନାଟକ ଉଦଯାପିତ, ବନ୍ଧୁ ବାନ୍ଧିଛି ମୁଁ ଲୁହ ସାଥିରେ ପାଇଁ ଦର୍ଶକଙ୍କ ମନମୋହିଲା


କୋରାଇ, ୨୧ ଜାନୁଆରୀ(ହି.ସ.) – କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଂଚାୟତର ଓଚିନ୍ଦା ଗ୍ରାମର ଗଣପର୍ବ ହରିହାଟ ମେଳା ଅବସରରେ ଗୋପିନାଥ ଜୀଉ ନାଟ୍ୟ ପରିଷଦ ଆନୁକୂଲ୍ୟରେ ତିନିଦିନ ବ୍ୟାପି ମୁକ୍ତାକାଶ ନାଟକ ମଂଚ ଉଦ୍‌ଯାପିତ ହୋଇଛି। ବରିଷ୍ଠ ସମ୍ବାଦିକ ସୁବାସ ଧଳଙ୍କ ସଭାପତ୍ୱରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଶରତ ଚନ୍ଦ୍ର ଦାଶ, ଉପଦେଷ୍ଟା ରଘୁନାଥ ପାଢ଼ୀ, ଦିନବନ୍ଧୁ ଖୁଂଟିଆ ଯୋଗଦେଇ ପାରମ୍ପରିକ କଳା କ୍ଷେତ୍ରରେ ଗ୍ରାମ୍ୟ ଯୁବକମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଦୁଇ କଳାକାର ହରିହର ଗିରି ଓ ସଦାଶିବ ବାରିକଙ୍କ ଅକାଳ ମୃତ୍ୟୁରେ ସେମାନଙ୍କ ସ୍ମୃତିରେ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାଥନା କରାଯାଇଥିଲା । ମଂଚ ନାଟ୍ୟ ନିର୍ଦ୍ଦେଶକ ମହେନ୍ଦ୍ର ଭାରତୀ ସଂଗୀତ ନିର୍ଦ୍ଦେଶକ ଦୀପୁ, ନୃତ୍ୟ ନିର୍ଦ୍ଦେଶକ ରମେଶ ସାହୁଙ୍କ ଯୋଗଦାନରେ ନାଟକ କରାଯାଇଥିଲା । ଶେଷରେ ଦିଲ୍ଲୀପ ପୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ମଂଚସ୍ଥ ନାଟକ ବନ୍ଧୁ ବାନ୍ଧିଛି ମୁଁ ଲୁହ ସାଥିରେ ଦର୍ଶକଙ୍କ ମନ ମୋହିଥିଲା। ରଶ୍ମୀରଞ୍ଜନ ଭାରତୀ, କୃଷ୍ଣଚନ୍ଦ୍ର ପାଢ଼ୀ, ବିପନ ପୁରୀ, ହରେକୃଷ୍ଣ ଶିଅଳ, ଜଗଦୀଶ ଆରଣ, ବଳରାମ ପୁରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande