



ସମ୍ବଲପୁର, ୨୧, ଜାନୁଆରୀ (ହି.ସ.) - ବର୍ତମାନର ବିଜେପି ସରକାରର ପ୍ରତ୍ୟକ୍ଷ ସହଯୋଗରେ ରାଜ୍ୟ ବିଦ୍ୟୁତ ଆବଂଟନ କମ୍ପାନୀ 'ଟାଟା ପାୱାର' ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଅକଥନୀୟ ଶୋଷଣ କରିଚାଲିଛି । ଟାଟା ପାୱାରର ଏହି ମନମୁଖୀ କାରବାର ଏବେ ଚରମ ସୀମାରେ ପହଂଚିଛି । ଫଳରେ ସମ୍ବଲପୁର ତଥା ପଶ୍ଚିମ ଓଡିଶାର ବିଦ୍ୟୁତ୍ ଉପଭୋକ୍ତା ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସାରା ରାଜ୍ୟରେ ବର୍ତମାନ ଟାଟା ପାୱାର ସ୍ମାର୍ଟ ମିଟର ପ୍ରଚଳନ କରିବାକୁ ଚରମବାଣୀ ଦେଇଥିବା ବେଳେ ଏହା ଟାଟା ପାୱାରର ଉପଭୋକ୍ତା ବିରୋଧୀ ମନୋଭାବର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି । ବିଦ୍ୟୁତ୍ ଉପଭୋକ୍ତା ମାନଙ୍କର ବ୍ୟାପକ ବିରୋଧ ସତ୍ୱେ ବର୍ତମାନର ଭାଜପା ସରକାର ସ୍ମାର୍ଟ ମିଟର ପ୍ରଚଳନ ପାଇଁ ଏକ କ୍ୟାବିନେଟ୍ ପ୍ରସ୍ତାବକୁ ଅନୁମୋଦିତ କରିଛି । ଯାହାକୁ ନେଇ ସମ୍ବଲପୁର ଜିଲ୍ଲା ବିଜେଡ଼ି ଏହାର ଦୃଢ଼ ବିରୋଧ କରିଛି । ଆଜି ପୂର୍ବତନ ବିଜେଡି ମନ୍ତ୍ରୀ ରୋହିତ ପୂଜାରୀଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ବାହାରି ଟାଟା ପାୱାରର ଶୋଷଣ ନୀତିକୁ ତୀବ୍ର ଭର୍ତ୍ସନା କରିଛନ୍ତି । ଟାଟା ପାୱାର ୱେସକୋ ସମୟର ବକେୟା ବିଦ୍ୟୁତ ବିଲ ଅସୁଲି କରିବା ପାଇଁ ବଳ ପ୍ରୟୋଗ ସହ ଗୁଣ୍ଡାରାଜ ଚଳାଇଛି । ଏପରିକି ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ଜୋର ଜବରଦସ୍ତ ବକେୟା ବିଲ ଅସୁଲି ପାଇଁ ଆବଶ୍ୟକ ସ୍ଥଳେ ବିଦ୍ୟୁତ ସଂଯୋଗ ମଧ୍ୟ ବିଛିନ୍ନ କରୁଛି । ଓଡିଶା ଏକ ବିଦ୍ୟୁତ୍ ବଳକା ରାଜ୍ୟ । ବିଦ୍ୟୁତ ଉତ୍ପାଦନ କରୁଥିବା ହୀରାକୁଦ ନଦୀବନ୍ଧ ପାର୍ଶ୍ୱରେ ସମ୍ବଲପୁର ଥିଲେ ମଧ୍ୟ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ହେଉଛି । ଏହା ଛଡା ଯଦି ରାଜସ୍ଥାନ, ବିହାର ଓ ଦିଲ୍ଲୀ ଭଳି ସମୃଦ୍ଧିଶାଳୀ ରାଜ୍ୟମାନଙ୍କରେ ମାଗଣାରେ ବିଜୁଳି ଯୋଗାଇ ଦିଆଯାଉଛି, ତେବେ ଓଡିଶା ଭଳି ଏକ ପଛୁଆ ରାଜ୍ୟରେ ସାଧାରଣତଃ ଚାଷୀ, ଶ୍ରମିକ ଏବଂ ଆର୍ôଥକ ଅନୁନ୍ନତ ଜନତାଙ୍କୁ ମାଗଣାରେ ବିଜୁଳି ଦେବାରେ ବିଜେପି ଶାସିତ ରାଜ୍ୟ ଓ କେନ୍ଦ୍ର ସରକାର କାହିଁକି କୁଣ୍ଠାବୋଧ କରୁଛନ୍ତି ତାହା ସ୍ପଷ୍ଟ କରନ୍ତୁ । ଏହି ପରିପ୍ରେକ୍ଷୀରେ ବିଜେଡି ବର୍ତମାନର ରାଜ୍ୟ ସରକାରଙ୍କର ଜନବିରୋଧୀ ନିତୀକୁ ଦୃଢ ନିନ୍ଦା ଓ ବିରୋଧ କରିବା ସହିତ କିଛି ବୈଧତା ଦାବି ଉପସ୍ଥାପନ କରିଛି । ସେଗୁଡିକ ମଧ୍ୟରେ ସ୍ମାର୍ଟ ମିଟର ପ୍ରଚଳନ ଅବିଳମ୍ବେ ପ୍ରତ୍ୟାହାର, ୱେସକୋ ସମୟର ବକେୟା ବିଦ୍ୟୁତ ବିଲ୍ ଅସୁଲି ବନ୍ଦ, ନିର୍ବାଚନ ପ୍ରତିଶୃତି ମୁତାବକ ୩୦୦ ୟୁନିଟ ବିଦ୍ୟୁତ୍ ମାଗଣାରେ ଯୋଗାଯାଉ, ଅଘୋଷିତ ବିଦ୍ୟୁତ କାଟ ବନ୍ଦ, ପ୍ରତ୍ୟେକ ମାସରେ ବିଦ୍ୟୁତ ବିଲ ପୈଠରେ ବିଳମ୍ବ ହେଲେ ବିଦ୍ୟୁତ୍ ସଂଯୋଗ ବିଛିନ୍ନ ବନ୍ଦ କରିବାକୁ ଦାବି କରିଛନ୍ତି।
ବିଜୁ ଜନତା ଦଳ ଏହି ସ୍ମାରକ ପତ୍ର ମାଧ୍ୟମରେ ସର୍ତକ କରୁଛି ଯେ ଉପରୋକ୍ତ ଦାବୀ ଗୁଡିକ ଯଦି ଅବିଳମ୍ବେ ପୁରୁଣ ନ ହୁଏ ଆଗାମୀ ଦିନରେ ବିଜେଡି ବ୍ୟାପକ ଗଣ ଆନ୍ଦୋଳନ କରିବ ଓ ଏଥିପାଇଁ ସରକାର ଓ ଟାଟା ପାୱାର କର୍ତୃପକ୍ଷ ଉତରଦାୟୀ ହେବେ । ପୂର୍ବୋକ୍ତ ଘେରାଉ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବରିଷ୍ଠ ନେତୃବୃନ୍ଦ ପୂର୍ବତନ ରେଙ୍ଗାଲି ବିଧାୟକ ରମେଶ ପଟୁଆ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ, କୁଚିଣ୍ଡା ବ୍ଲକ ଅଧ୍ୟକ୍ଷ ଭୁବନେଶ୍ୱର କିଶାନ, ଅମୂଲ୍ୟ ମିଶ୍ର, ଅନାଦି ସାହୁ, ଉଦିତ କୁମାର ତ୍ରିପାଠୀ, ଚାଷୀ ନେତା ରାମସାଗର ସାହୁ, ମୁକୁନ୍ଦ ବେହେରା, ସଦାନନ୍ଦ କୁଜୁର, ଗୋପୀ ରଞ୍ଜନ ବେହେରା, ଉଷା ପ୍ରଧାନ, ବେଣୁଧର ଦାସ, ରୁଦ୍ର ଷଡ଼ଙ୍ଗୀ, ଏମ୍ ଡି ସନାଉଲା, ଏମ୍ ଡି ସିରାଜ୍, ହର୍ଦିପ ସିଂ ଭୁର୍ଯ୍ୟି, ଡଲି କଲେତ ବିଭିନ୍ନ ବିରୋଧୀ ମନ୍ତବ୍ୟ ଦେବା ପରେ ଧର୍ମରାଜ୍ ମରେଇ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହା ସହ ବରିଷ୍ଠ ନେତା ଅଶୋକ ସେନାପତି, ବସନ୍ତ କୁମାର ମିଶ୍ର, ଆନନ୍ଦ ବଡଗୟାଁ, ସଞ୍ଜୀବ ଷଡ଼ଙ୍ଗୀ, ସୁରୁବାବୁ ମେହେର, ସତ୍ୟେନ୍ଦ୍ର ଦାସ, ପ୍ରଫୁଲ୍ଲ ଦାସ, ପ୍ରଫୁଲ୍ଲ ମିର୍ଦ୍ଧା, ପ୍ରଶାନ୍ତ ଥାପା, ମାନଭଞ୍ଜନ ତ୍ରିପାଠି, ଲୁଲୁ ପ୍ରଧାନ, ସୁରେନ୍ଦ୍ର ଥାପା, ଟିକୁ ପଟ୍ଟନାୟକ, ଜଗୁ ନାଥ, ରାଜେଶ ମିଶ୍ର, ଓଁକାର ପ୍ରସାଦ ନାୟକ, କୈଳାଶ କିଶାନ, ବିଜୁ ଯୁବ ଜନତା ଦଳର ସୁବ୍ରତ ବକ୍ସି, ଦେବାଶିଷ ପରିଡ଼ା, ପ୍ରଦୋଷ କୁମାର ମହାନ୍ତି, କିଶୋର ପଣ୍ଡା, ଲକ୍ଷ୍ମୀ ମହାପାତ୍ର, ଆଦିତ୍ୟ ନାରାୟଣ ପ୍ରଧାନ, ପିଂଟୁ ଧଳ, ପ୍ରତାପ ତପନ, ମଞ୍ଜୁ ଓରାମ, ବିକାଶ କ୍ଷେତି, ସମୀର ପାଢ଼ୀ, ପ୍ରଦୀପ ପଟ୍ଟନାୟକ, ମୃତ୍ୟୁଞ୍ଜୟ ସାମଲ, ବାଦଲ ମହାନ୍ତି, ଉତମ ବାଗ, ମନୋଜ ଦାସ, ବିଜୁ ଛାତ୍ର ଜନତା ଦଳରୁ ଦୀପ୍ତି ରଞ୍ଜନ ମଲ୍ଲିକ, ସଦାନନ୍ଦ ଦାସ, ସତ୍ୟଜିତ ମହାପାତ୍ର, ପ୍ରବୀଣ ସୂପକାର, ସୋମ ପ୍ରକାଶ ବେହେରା, ସତ୍ୟମ୍ ସାହୁ ଏବଂ ବିଜୁ ମହିଳା ଜନତା ଦଳରୁ ସିପ୍ରା ମହାନ୍ତି, ସଂଯୁକ୍ତା ମେହେର, ଲିଳୀମା ମଲ୍ଲିକ, ନନ୍ଦିନୀ ପ୍ରଧାନ, ମୁନି ବେଗମ, ରୁପାଞ୍ଜଳି ରଣବିଡା, ତ୍ରିବେଣୀ ପଣ୍ଡା ଏବଂ ଅନ୍ୟାନ୍ୟ ନେତ୍ରୁବୃନ୍ଦ ଓ କର୍ମୀ ମାନଙ୍କ ମଧ୍ୟରେ ପ୍ରଦୀପ ମିଶ୍ର, ଗୋପବନ୍ଧୁ ମହାନନ୍ଦ, ପ୍ରହଲ୍ଲାଦ ଗୁରୁ, ସୁକେଷ ସିଂ, ସୁରେନ୍ଦ୍ର ବିଶ୍ୱାଳ,ଗଣେଶ କରାଲି, ଭରତ କରାଲି, ପ୍ରତାପ ନାୟକ, ଝସକେତନ ନାୟକ, ମନରଞ୍ଜନ ଥାପା, ଜଗନ୍ନାଥ ବାରିକ, ରାଜେଶ ପଣ୍ଡାଙ୍କ ସମେତ ବହୁ ସଂଖ୍ୟାରେ ନେତୃମଣ୍ଡଳୀ ଓ କର୍ମୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ