ଅଖିଳ ଭାରତୀୟ ଦୁଃଖୀ ସମାଜର ସଫେଇ, ମେଗା ରକ୍ତଦାନ ଶିବିର,ଭଦ୍ରକରୁ ୧୨୦୦, ବାଲେଶ୍ୱର ରୁ ୫୫୧, ବାରିପଦାରୁ ୨୮, ଜଳେଶ୍ୱର ରୁ ୧୧୩,୪ ଗୋଟି ଜାଗାରୁ ୧୮୯୨ ରକ୍ତ ସଂଗ୍ରହ
ଭଦ୍ରକ, ୨୪ ଜାନୁଆରୀ (ହି.ସ.) - ଭଦ୍ରକର ପ୍ରସିଦ୍ଧ ଧର୍ମଗୁରୁ ସୈୟଦ ଶାହା ୱସିମ ଅଖତର କାଦରୀ (ସାନ ସରକାର ବାବା) ଓରଫ ମାମାଜାନ ଭଦ୍ରକରେ ରହଣି ସମୟରେ ସମାଜ ସେବାରେ ଲିପ୍ତ ରହି ଅନେକ ଜନ ହିତକର କାର୍ଯ୍ୟ କରିଛନ୍ତି । ଗରିବ ଲୋକମାନେ ଅସୁବିଧା ସମୟରେ ରକ୍ତ ପାଇଁ ବହୁ ହଇରାଣ ହେଉଥିବା ବେଳେ ୨୦୦୫ ମ
AKHILA BHARATIY DUKHI SAMAJA


ଭଦ୍ରକ, ୨୪ ଜାନୁଆରୀ (ହି.ସ.) - ଭଦ୍ରକର ପ୍ରସିଦ୍ଧ ଧର୍ମଗୁରୁ ସୈୟଦ ଶାହା ୱସିମ ଅଖତର କାଦରୀ (ସାନ ସରକାର ବାବା) ଓରଫ ମାମାଜାନ ଭଦ୍ରକରେ ରହଣି ସମୟରେ ସମାଜ ସେବାରେ ଲିପ୍ତ ରହି ଅନେକ ଜନ ହିତକର କାର୍ଯ୍ୟ କରିଛନ୍ତି । ଗରିବ ଲୋକମାନେ ଅସୁବିଧା ସମୟରେ ରକ୍ତ ପାଇଁ ବହୁ ହଇରାଣ ହେଉଥିବା ବେଳେ ୨୦୦୫ ମସିହାରେ “ଅଖିଳ ଭାରତୀୟ ଦୁଃଖୀ ସମାଜ” ସଂସ୍ଥା ଆରମ୍ଭ ପୂର୍ବକ ରକ୍ତଦାନ ଶିବିର ଆରମ୍ଭ କରିଥିଲେ । ତାଙ୍କର ଦେହାନ୍ତ ପରେ ବାବାଙ୍କ ଶ୍ରଦ୍ଧାଳୁମାନେ ମଧ୍ୟ ୨୧ବର୍ଷ ପଥକୁ ଅନୁସରଣ କରୁଛନ୍ତି । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସକାଳେ ୬ ଘଟିକାରୁ ଭଦ୍ରକ ସହରର ପ୍ରତ୍ୟେକ ଗାଁରେ ସଫେଇ କାର୍ଯ୍ୟ ସକାଳ ୮. ୩୦ ଘଟିକା ସମୟ ପର୍ଯ୍ୟନ୍ତ ହୋଇଥିଲା । ସନିବାର ସାନ ସରକାର ବାବାଙ୍କ ୭୧ ତମ ଜନ୍ମଦିନ ଉପଲକ୍ଷେ ସଭାପତି ଇଂ. ମନାୱର ହୋସେନ, ସଂପାଦକ ଇଂ. ରେଜାଏ ରସୁଲ, ଇଂ. ହବିବୁଲ୍ଲା ଖାଁ, ସକିଲୁଜ ଜମା ଖାଁ, ହାଜୀ ଅବୁ ହୋସେନ ଖାଁ, ହାଜୀ ସବ୍ୱିର ଅଲି, ହାଜୀ ତବାରକ ଅଲି, ହାଜୀ ମତଲୁବ ଅଲୀ, ମୁଖତାର ଅହେମଦ ରସିଦ, ଜମିଲ ଅଖତର ଖାନ, ଶେଖ ଆସିଫ ଅଲି, ଝମଝମ ଖାନ , ଲିୱା ମାଷ୍ଟର, ମିର୍ଜା ଏକ୍ରାମ ବେଗ ଓ ଜହୁର ଖାନ ପ୍ରମୁଖଙ୍କ ନେତୃତ୍ୱରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଭଦ୍ରକ ରକ୍ତ ଭଣ୍ଡାରର ଡା. ବିମଳା ମିଶ୍ରଙ୍କ ଟିମ ୪୦୩ ୟୁନିଟ, ଏସ.ସି.ବି. ରକ୍ତ ଭଣ୍ଡାରର ଡା.ରାଜ ନାରାୟଣ ସ୍ୱାଇଁଙ୍କ ଟିମ ୪୬୪ ୟୁନିଟ, ଯାଜପୁର ରକ୍ତ ଭଣ୍ଡାରର ପ୍ରଶାନ୍ତ କୁମାର ବିଶ୍ୱାଳଙ୍କ ଟିମ ୩୩୩ ୟୁନିଟ ସଂଗୃହୀତ ହୋଇ ଭଦ୍ରକରୁ ସର୍ବମୋଟ ୧୨୦୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ଓ ଅପରପକ୍ଷେ ମାମାଜାନଙ୍କ ସ୍ମୃତିରେ ବାଲେଶ୍ୱରରେ ଅନୁଷ୍ଠିତ ଶିବିରରେ ନାତିକ ଖାନ, ଆୟୁବ ଖାନଙ୍କ ନେତୃତ୍ୱ ରେ ୫୫୧ ୟୁନିଟ, ବାରିପଦାରେ ଅନୁଷ୍ଠିତ ଶିବିରରେ ଏନାମ ଖାନ, ଅଲି ଖାନଙ୍କ ନେତୃତ୍ୱରେ ୨୮ ୟୁନିଟ ଓ ଜଳେଶ୍ୱରରେ ଅନୁଷ୍ଠିତ ଶିବିରରେ ଶେଖ ସୋନୁ, ଶେଖ ଜାୱେଦଙ୍କ ନେତୃତ୍ୱରେ ୧୧୩ୟୁନିଟ ସହିତ ସର୍ବମୋଟ ୧୮୯୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ସୂଚନା ମିଳିଛି । ଭଦ୍ରକର ବହୁ ଯୁବକ, ଯୁବତୀ ଶ୍ରଦ୍ଧାର ସହ ରକ୍ତଦାନ କରିଥିଲେ । ଏହି ଶିବିରରେ ୫୯୦ ଜଣ ଯୁବତୀ ଓ ମହିଳା ରକ୍ତଦାନ କରିଥିଲେ । ଡା. ରବି ମହାପାତ୍ର, ଡାକ୍ତର ଫରମାନ ନବୀ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଭଣ୍ଡାରୀପୋଖରୀ ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଭଦ୍ରକ ପୌରପାଳିକା ଅଧ୍ୟକ୍ଷ ଗୁଲମକ୍କୀ ଦଲୱାଜୀ ହବିବ, ଜିଲ୍ଲପାଳ ଦିଲୀପ କୁମାର ରାଉତରାୟ , ଅତିରିକ୍ତ ଜିଲ୍ଲାପାଳ କାର୍ତିକନାଥ ମଣ୍ଡଳ , ଜିଲ୍ଲା ଆରକ୍ଷୀ ଅଧକ୍ଷକ ମନୋଜ କୁମାର ରାଉତ, ଆଡସିନଲ ଏସ.ପି. ଅଂଶୁମାନ ଦ୍ୱିବେଦୀ, ପୂର୍ବତନ ସାଂସଦ ମୁରଲୀଧର ଜେନା, ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ଯୁବନେତା ନଳିନୀ ମହାନ୍ତି , ଦଳିତ ନେତା ରାଜୁ ଜେନା, ଦେବରୂପ ମହାନ୍ତି, ଶର୍ମିଷ୍ଠା ପଣ୍ଡା, ବିଦ୍ୟାଧର ଜେନା, ଅମିତାବାଳା ଆଶ୍ଚର୍ଯ୍ୟ, ସମାଜସେବୀ ଶେଖର ମହାପାତ୍ର, ରୋଟାରୀ ଗଭର୍ନର ଇନ୍ଦ୍ରଜିତ ସାହୁ, ବିଦ୍ୟାଧର ସାହୁ , ହାଜୀ ଅବଦୁଲ ମୁକିତ ଖାନ, ହାଜୀ ଏନାମ ମହମ୍ମଦ, ହାଜୀ କାଶିମ ଖାନ, ରୋଟାରୀ କ୍ଳବ ସଭାପତି ନାସିର ବକ୍ସ, ଗାନ୍ଧିବାଳା ଆଶ୍ରମ ସମ୍ପାଦକ ଅଶୋକ କୁମାର ଦାସ, ସୁଧାକର ରାଉତ, ହରୀ ନନ୍ଦୀ, ପୂର୍ବତନ ରୋଟାରୀ ସଭାପତି ପ୍ରଣବ ସାହୁ, ଅମ୍ବିକାବଲ୍ଲଭ ସ୍ୱାଇଁ, କମଳାକାନ୍ତ ସ୍ୱାଇଁ ପ୍ରମୁଖ ଯୋଗଦାନ କରିଥିଲେ । ଏହି ମେଗା ରକ୍ତଦାନ ଶିବିର ସମ୍ମୁଖରେ ଫ୍ରି.ଟି ଷ୍ଟଲ ଖୋଲା ଯାଇଥିଲା । ଅଖିଳ ଭାରତୀୟ ଦୁଃଖୀ ସମାଜର ସଭ୍ୟ ମହମ୍ମଦ ଜକାଉଲ୍ଲା, ଡ. କମାଲ ଖାନ , ଶେଖ ହବିବୁଲ୍ଲା, ଅସରଫ ଅଲି ଖାନ , ଜାୱେଦ ଅଖତର, ମିଡିଆ ସେଲ ସଂଯୋଜକ ଶେଖ ଅନୱର, ଅତହର ଅଲି, ନାସର ଅଲି, ଅଖତର ଅଲି ଖାନ, ମୋଜୋ ଖାନ, ମିର୍ଜା ଫରିଦ ବେଗ , ତନୱିର ଖାନ , ଶେଖ ନିୟାମତୁଲ୍ଲା, ଉର୍ଦୁ କବି ମୁସ୍ତାକ ଗୌହର ପ୍ରମୁଖ ଉପସ୍ଥିତ ରହିଥିଲେ ଓ ମିର୍ଜା ଇଜ଼ାଜ଼ ବେଗ, ଜାହିର ଖାନ, ଶେଖ ଜୁଲଫୁକାର, ଶେଖ ମୈରାଜୁଦ୍ଦିନ ସାର , ସେଖ ରଫିକ, ଅବଦୁଲ ରହେମାନ, ଦୟାନ ଜିୟା, ଶେଖ ବୁଦ୍ଧିଆ ପ୍ରମୁଖ ରକ୍ତଦାତା ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ ଓ ଏନ.ପି.ଜି. ପକ୍ଷରୁ ସାନ ସରକାର ବାବା ଓ ବଡ଼ ସରକାର ବାବାଙ୍କ ସମାଧିରେ ଚାଦର ଚଢ଼ା ଯାଇଥିଲା ଏବଂ କେକ ମଧ୍ୟ କଟା ହୋଇ ବଣ୍ଟନ କରାଯାଇଥିଲା । ମେଗା ରକ୍ତଦାନ ଶିବିରରେ ସଫଳତା ପାଇଁ ଅଖିଳ ଭାରତୀୟ ଦୁଃଖୀ ସମାଜ ରକ୍ତଦାତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande