ପୁରୁଣାବଜାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ମାତୃ ସମ୍ମିଳନୀ,ସମର୍ପଣ ଉତ୍ସବ ଓ ସପ୍ତ ଶକ୍ତି ସଙ୍ଗମ କାର୍ଯ୍ୟକ୍ରମ
ଭଦ୍ରକ, ୨୪ ଜାନୁଆରୀ (ହି.ସ.) - ଆଜି ବିଦ୍ୟା ଭାରତୀ, ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଯୋଜନା ଆଧାରରେ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପୁରୁଣାବଜାର,ଭଦ୍ରକରେ, ଶ୍ରେଣୀ ପ୍ରଥମ ରୁ ଦଶମ ପର୍ଯ୍ୟନ୍ତ ଅଧ୍ୟୟନରତ ପିଲାମାନଙ୍କର୧୧ ଜଣ ମା’ ମାନଙ୍କୁ ନେଇ ନାରୀ ଜାଗ୍ରତ ସମ୍ବନ୍ଧୀୟ “ମାତୃ ସମ୍ମିଳନୀ”, “
PURUNA BAJAR SISU MANDIRA


ଭଦ୍ରକ, ୨୪ ଜାନୁଆରୀ (ହି.ସ.) - ଆଜି ବିଦ୍ୟା ଭାରତୀ, ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଯୋଜନା ଆଧାରରେ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପୁରୁଣାବଜାର,ଭଦ୍ରକରେ, ଶ୍ରେଣୀ ପ୍ରଥମ ରୁ ଦଶମ ପର୍ଯ୍ୟନ୍ତ ଅଧ୍ୟୟନରତ ପିଲାମାନଙ୍କର୧୧ ଜଣ ମା’ ମାନଙ୍କୁ ନେଇ ନାରୀ ଜାଗ୍ରତ ସମ୍ବନ୍ଧୀୟ “ମାତୃ ସମ୍ମିଳନୀ”, “ ସପ୍ତ ଶକ୍ତି ସଙ୍ଗମ”, “ ସେବା ସମର୍ପଣ ” କାର୍ଯ୍ୟକ୍ରମ ଉପସ୍ଥିତ ୫୨ ଜଣ ଅଭିଭାବିକା ଓ “ମାତୃ ଭାରତୀ ” ର କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବିଜୟ କୁମାର ବହଳୀ ମଂଚରେ ସଭାପତି ରୂପେ ଯୋଗଦେଇଥିଲେ । ସେ ପିଲା ଓ ସମାଜ ପାଇଁ ମା’ର ଭୂମିକା କେତେ ଗୁରୁତ୍ୱ ସେ ସମ୍ବନ୍ଧରେ ଆଲୋକପାତ ଥିଲେ। ଗରଦପୁର ହରି ନାରାୟଣ ନୋଡାଲ ବିଦ୍ୟାଳୟର ଶିକ୍ଷୟିତ୍ରୀ ତଥା ସମାଜସେବୀ ମନୋରମା ଆଚାର୍ଯ୍ୟ ମୁଖ୍ୟବକ୍ତା ରୂପେ ମା’ମାନଙ୍କୁ ମାର୍ଗଦର୍ଶନ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଗୁରୁଜୀ ଦିଲ୍ଲୀପ କୁମାର ସେଠୀ ମଂଚ ପରିଚାଳନା କରିଥିବା ବେଳେ, ଗୁରୁଜୀ ମନ୍ଦରଧର ସାହୁ ଅତିଥି ପରିଚୟ ଦେଇଥିଲେ । କାର୍ଯ୍ୟକ୍ରମରେ ସଂଯୋଜିକା ରୂପେ ଆଚାର୍ଯ୍ୟା ଯଶୋଧ୍ୱନୀ ବେହେରା ଗୁରୁମା’ କାର୍ଯ୍ୟ ତୁଲାଇଥିଲେ । ପ୍ରଥମେ ସଭାକାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ମା’ ମାନଙ୍କୁ ନେଇ ଏକ ମଜାଳିଆ ତଥା ଏକାଗ୍ରତା ସହ ଜଡିତ “ ମ୍ୟୁଜିକ ଚୈୟାର “ ଖେଳ ଖେଳା ଯାଇଥିଲା । ମାତୃମଣ୍ଡଳୀଙ୍କ ଦ୍ୱାରା କାର୍ଯ୍ୟକ୍ରମ ଆରମ୍ଭରେ ଏକ ସ୍ୱାଗତ ସଂଗୀତ ଗାନ ପରେ,ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାଜକିଶୋର ଦାସ ସ୍ୱାଗତ ଭାଷଣ ଦେଇଥିଲେ । ବିଦ୍ୟାଳୟର ପରିଚାଳନା ସମିତିର ସମସ୍ତ ସଭ୍ୟ/ସଭ୍ୟା ଓ ସମସ୍ତ ଆଚାର୍ଯ୍ୟ , ଆଚାର୍ଯ୍ୟା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande