ଆସନ୍ତା କାଲି ଠାରୁ ଶ୍ରୀ ଶ୍ରୀ ବଡ଼ ଗୋପାଳ ଜୀ ମହାପ୍ରଭୂଙ୍କ ଭବ୍ୟ ମନ୍ଦିର ବିଜେ ଉତ୍ସବ ଆରମ୍ଭ
ସୁବର୍ଣ୍ଣପୁର, ୨୪ ଜାନୁଆରୀ(ହି.ସ.) – ଦୀର୍ଘ ୪୨ ବର୍ଷ ପରେ ମନ୍ଦିର ପ୍ରତ୍ୟାବର୍ତନ ହେବେ ଓ ଭବ୍ୟ ସମାରୋହ ରେ ପୁନଃ ପ୍ରତିଷ୍ଠା ଉତ୍ସବ ଲାଗି ମନ୍ଦିରରେ ବିଜେ ହେବେ ଶ୍ରୀଶ୍ରୀ ବଡ ଗୋପାଳଜୀ ମହାପ୍ରଭୁ କ୍ଷ ସୋନପୁର ରାଜ ବାଟୀ ଆଗରେ ଥିବା ଶ୍ରୀ ବଡ଼ ଗୋପାଳ ଜୀ ମହାପ୍ରଭୁ ଙ୍କ ଏହି ପୁନଃ ପ୍ରତିଷ୍ଠା ଉତ
*ଆସନ୍ତା କାଲି ଠାରୁ ଶ୍ରୀ ଶ୍ରୀ ବଡ଼ ଗୋପାଳ ଜୀ ମହାପ୍ରଭୂଙ୍କ ଭବ୍ୟ ମନ୍ଦିର ବିଜେ ଉତ୍ସବ ଆରମ୍ଭ* -


ସୁବର୍ଣ୍ଣପୁର, ୨୪ ଜାନୁଆରୀ(ହି.ସ.) – ଦୀର୍ଘ ୪୨ ବର୍ଷ ପରେ ମନ୍ଦିର ପ୍ରତ୍ୟାବର୍ତନ ହେବେ ଓ ଭବ୍ୟ ସମାରୋହ ରେ ପୁନଃ ପ୍ରତିଷ୍ଠା ଉତ୍ସବ ଲାଗି ମନ୍ଦିରରେ ବିଜେ ହେବେ ଶ୍ରୀଶ୍ରୀ ବଡ ଗୋପାଳଜୀ ମହାପ୍ରଭୁ କ୍ଷ ସୋନପୁର ରାଜ ବାଟୀ ଆଗରେ ଥିବା ଶ୍ରୀ ବଡ଼ ଗୋପାଳ ଜୀ ମହାପ୍ରଭୁ ଙ୍କ ଏହି ପୁନଃ ପ୍ରତିଷ୍ଠା ଉତ୍ସବ ପାଳନ ପାଇଁ ସୁବର୍ଣ୍ଣପୁର ସହର ଆଜିଠୁ ଚଳ ଚଂଚଳ ହୋଇ ଉଠିଛି। ଠାକୁର ନିଜ ମନ୍ଦିର କୁ ବିଜେ କରିବା ପୂର୍ବରୁ ଜିଲ୍ଲା ପ୍ରଶାସନ ଦ୍ୱାରା ଆବଶ୍ୟକୀୟ ମରାମତି କରାଯିବାରୁ ମନ୍ଦିର ଝଲକି ଉଠୁଛି କ୍ଷ ଭୁବନେଶ୍ୱର ସି.ବି.ଆଇ ମାଲଖାନା ରୁ ସୋନପୁର କୋଷାଗାର କୁ ଅଣାଯିବା ପରେ ଦୀର୍ଘ ଏକ ମାସ ପୁର୍ବରୁ ଶ୍ରୀ ଗୋପାଳ ଜି ମହାପ୍ରଭୁଙ୍କ ମନ୍ଦିରର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଲାଗି ଓ ପୁନଃ ପ୍ରତିଷ୍ଠା ଉତ୍ସବ ପାଳନ ପ୍ରସ୍ତୁତି ପାଇଁ ଦେବୋତର ବିଭାଗ ଅଧିକାରୀ ତଥା ଉପ ଜିଲ୍ଲାପାଳ ଡ଼ ସୌମ୍ୟ ରୂପା ରଥ, ଏହି ମନ୍ଦିରରେ ଡେରା ପକାଇ ଛନ୍ତି କ୍ଷ ଜିଲ୍ଲାପାଳ, ଡ଼ ନୃପ ରାଜ ସାହୁ ମଧ୍‌ଯ ଅନେକ ଥର ମନ୍ଦିର ପରିଦର୍ଶନରେ ଯାଇ ପୁରୀ ମହନ୍ତ ଶ୍ରୀ ବଂଶୀଧର ଦାସ ମହାରାଜଙ୍କ ଠାରୁ ବିଭିନ୍ନ ପରାମର୍ଶ ନେଇଛନ୍ତି କ୍ଷ ଏହି ଭବ୍ୟ ଉତ୍ସବ ଓ ଭକ୍ତଙ୍କ ପ୍ରବଳ ଭିଡ଼ ଆଶଙ୍କାକୁ ନେଇ ଦେବୋତର ବିଭାଗ, ଜିଲ୍ଲା ପୋଲିସ ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି। ଆସନ୍ତା କାଲି ୨୫ ତାରିଖରୁ ଆଠ ଦିନ ଯାଏ ମହାପ୍ରଭୁ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଚାଲିବ। ପ୍ରକାଶ ଯେ ଏହି ୧୨ ଅଷ୍ଟ ଧାତୁ ନିର୍ମିତ ପ୍ରାଚୀନ ମୂର୍ତି ସବୁ କୁ ଫେରାଇ ଆଣିବା ଦିଗରେ କେବେ ବି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଦୌ ତତ୍ପରତା ପ୍ରକାଶ ପାଇ ନ ଥିଲା । କିନ୍ତୁ ବର୍ତମାନର ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ଦୃଢ଼ ଇଚ୍ଛା ଓ ଉଦ୍ୟମ କ୍ରମେ ସୋନପୁର ଉପଜିଲାପାଳ ଡ. ସୌମ୍ୟରୂପା ରଥ ସିବିଆଇ ଅଦାଲତ କୁ ଯାଇ ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ଶ୍ରୀ ଗୋପାଳଜୀଙ୍କ ବିଗ୍ରହ ମୂର୍ତିଙ୍କୁ ମାଲଖାନାରୁ ଗତ ଡିସେମ୍ବର ମାସରେ ଫେରାଇ ଆଣିଥିଲେ। ଆସନ୍ତା କାଲି ଜିଲ୍ଲା କୋଷାଗାର ରୁ କଡ଼ା ସୁରକ୍ଷା ରେ ଭବ୍ୟ ଶୋଭାଯାତ୍ରାରେ ମହାପ୍ରଭୂ ଙ୍କୁ ମନ୍ଦିର ଅଣାଯିବ କ୍ଷ ଏ ଦୃଶ୍ୟ ଓ ପ୍ରଭୁଙ୍କ ଦର୍ଶନ ପାଇଁ ସହରବାସୀ ଉତ୍କଣ୍ଠା ର ସହ ଅନେଇ ବସି ଛନ୍ତି କ୍ଷ ଆସନ୍ତା କାଲି ୨୫ତାରିଖରେ ସକାଳେ ଆରମ୍ଭ ହେବ କଳସ ଯାତ୍ରା, ଜଳଯାତ୍ରା ଓ ଦିବା ୧.୩୦ ଘଟିକା ସମୟରେ ବଡ଼ ଗୋପାଳ ଜୀ ବିଗ୍ରହ ମୂର୍ତି ଅନ୍ୟ ପାର୍ଶ୍ୱ ଦେବଦେବୀ ବିଗ୍ରହ ମୂର୍ତି ଗୁଡିକ ସହିତ ଜିଲ୍ଲା କୋଶାଗାର, ସୋନପୁର ରୁ ବାହାରି ବଡ଼ ଗୋପାଳ ଜି ଠାକୁରଙ୍କ ମନ୍ଦିର ଅଭିମୁଖେ ଆଗମନ ଆରମ୍ଭ ହେବା । ୨୬ରେ ଯଜ୍ଞ ମଣ୍ଡପରେ ଥିବା ଦେବାଦେବୀଙ୍କର ପୂଜାର୍ଚ୍ଚନା, ୨୭ରେ ଯଜ୍ଞାରମ୍ଭ ସହ ଗୋପାଳ ସହସ୍ର ନାମଯଜ୍ଞ, ୨୮ରେ ରାଧା ସହସ୍ର ନାମଯଜ୍ଞ, ୨୯ରେ ବିଷ୍ଣୁ ସହସ୍ର ନାମଯଜ୍ଞ, ୩୦ରେ ଶିବ ସହସ୍ର ନାମ ଯଜ୍ଞ ଓ ୩୧ରେ ଗୀତାଯଜ୍ଞ ସମାପନ ପରେ ଫେବୃୟାରୀ ୧ରେ ପୂର୍ଣାହୁତି ସହ ଠାକୁରଙ୍କ ଗମ୍ଭୀରା ବିଜେ ଅନୁଷ୍ଠିତ ହେବ ବୋଲି ପୁରୀ ମହନ୍ତ ଙ୍କ ଦ୍ୱାରା କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଏହି ଭବ୍ୟ ଉତ୍ସବରେ ସହର ଓ ଜିଲ୍ଲାବାସୀ ସମସ୍ତେ ସାମିଲ ହୋଇ ଠାକୁରଙ୍କ ଦର୍ଶନ କରିବା ସହ ବିଭୁ କୃପା ଲାଭ କରିବାକୁ ଦେବୋତାର ବିଭାଗ,ଶ୍ରୀ ବଡ ଗୋପାଳଜୀ ମନ୍ଦିର ପରିଚାଳନା କମିଟି ମୁଖ୍ୟ ମହନ୍ତ ବଂଶୀଧର ଦାସ ମହାରାଜ ଓ କମିଟିର କର୍ମ କର୍ତା ଅନୁରୋଧ କରିଛନ୍ତି। ଏହି ଉତ୍ସବ ସମ୍ପର୍କରେ ଆଜି ଅପରାହ୍ନ ୫.୩୦ ଘଟିକା ସମୟରେ ବଡ଼ ଗୋପାଳ ଜି ମନ୍ଦିର ପରିଚାଳନା କମିଟି ଓ ଉପ ଜିଲ୍ଲାପାଳ, ସୋନପୁରଙ୍କ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଉପସ୍ଥିତ ସମସ୍ତ ସମ୍ବାଦ ପତ୍ର ଗୁଡିକର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ବିଶଦ ଭାବେ ବଡ଼ ଗୋପାଳ ଜି ମନ୍ଦିରର ମହନ୍ତ ଓ ଉପଜିଲ୍ଲାପାଳ,ଅବଗତ କରାଇଥିଲେ। ଏହି ଭବ୍ୟ ଉତ୍ସବ ଯୋଗଦାନ ସହିତ ଅଂଶ ଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ସୁବର୍ଣ୍ଣପୁର ଜିଲ୍ଲାର ଜନସାଧାରଣଙ୍କୁ କରାଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande