ମହାନ୍ ବିପ୍ଲବୀ ବକ୍ସି ଜଗବନ୍ଧୁଙ୍କ ରାଜ୍ୟ ସ୍ତରୀୟ ଶ୍ରାଦ୍ଧ ଦିବସ ପାଳିତ l
Odisha, 24 ଜାନୁଆରି (ହି.ସ.)ମହାନ୍ ବିପ୍ଲବୀ ବକ୍ସି ଜଗବନ୍ଧୁଙ୍କ ରାଜ୍ୟ ସ୍ତରୀୟ ଶ୍ରାଦ୍ଧ ଦିବସ ପାଳିତ l ଖୋର୍ଦ୍ଧା, ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଆଜି ପୂର୍ବାହ୍ନରେ ବକ୍ସି ଜଗବନ୍ଧୁଙ୍କ ରାଜ୍ୟ ସ୍ତରୀୟ ଶ୍ରାଦ୍ଧ ଦିବସ ସ୍ଥାନୀୟ ପୌର ପରିଷଦ ଟାଉନ୍
Jagabandhu


Buxi


Odisha, 24 ଜାନୁଆରି (ହି.ସ.)ମହାନ୍ ବିପ୍ଲବୀ ବକ୍ସି ଜଗବନ୍ଧୁଙ୍କ ରାଜ୍ୟ ସ୍ତରୀୟ ଶ୍ରାଦ୍ଧ ଦିବସ ପାଳିତ l

ଖୋର୍ଦ୍ଧା, ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଆଜି ପୂର୍ବାହ୍ନରେ ବକ୍ସି ଜଗବନ୍ଧୁଙ୍କ ରାଜ୍ୟ ସ୍ତରୀୟ ଶ୍ରାଦ୍ଧ ଦିବସ ସ୍ଥାନୀୟ ପୌର ପରିଷଦ ଟାଉନ୍ ହଲ୍, ଖୋର୍ଦ୍ଧା ଠାରେ ପାଳିତ ହୋଇ ଯାଇଛି l ଖୋର୍ଦ୍ଧା ଗଡକୁ ଇଂରେଜ ମାନଙ୍କ କବଳରୁ ସୁରକ୍ଷା ଦେବା ବକ୍ସି ଙ୍କ ବିରତ୍ବ ଥିଲା l ବକ୍ସି ଜଗବନ୍ଧୁଙ୍କ ଇତିହାସ ସମଗ୍ର ଇତିହାସକୁ ପ୍ରଭାବିତ କରୁଛି l ଓଡ଼ିଆ ଜାତିର ସଂଗ୍ରାମ କୁ ନେଇ ସର୍ବଭାରତୀୟ ସ୍ତରରେ ପରି ପ୍ରକାଶ କରିବା ଉଚିତ୍ l ସଂଗ୍ରାମୀ ଇତିହାସର ବୀର ମାନଙ୍କର ଇତିହାସକୁ ଆଗାମୀ ପିଢ଼ି ଜାଣିବାର ଅଛି l ଯେଉଁ ମାଟିର ଇତିହାସ ଯେତେ ଚର୍ଚ୍ଚିତ ହେବ ସେ ଜାତିର ସେତେ ବିକାଶ ହେବ l ଏଣୁ ନିଜ ମାଟିର ଇତିହାସକୁ ଚିହ୍ନିବାକୁ ହେଲେ ବକ୍ସି ଜଗବନ୍ଧୁ,ପିଣ୍ଡିକି ବାହୁ ବଳେନ୍ଦ୍ର , ମାଧବ ଚନ୍ଦ୍ର ରାଉତରାୟ, ଜୟୀ ରାଜଗୁରୁ, କୃତିବାସ ପାଟ୍ଟଶାଣୀ ଭଳି ସ୍ଵାଧୀନତା ବୀର ଯୋଦ୍ଧା ସଂଗ୍ରାମୀ ମାନଙ୍କର ଛାତ୍ର ଛାତ୍ରୀ ମାନେ ସେମାନଙ୍କ ଜିବନା ଦର୍ଶନ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ଜଣେ ଜଣେ ବିନ୍ଧାଣି ହେବାକୁ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆହ୍ଵାନ ଦେଇଛନ୍ତି l ଏହି ଅବସରରେ ମୁଖ୍ୟ ଅତିଥି ଜାତିର ବରଣ୍ୟ ମହାନ ଯୋଦ୍ଧା ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ସମାରୋହର ସଭାପତି ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ସ୍ୱାଗତ ଭାଷଣ ଦେବା ପୂର୍ବକ ନିଜ ସଭାପତି ଅଭିଭାଷଣରେ କହିଥିଲେ ଖୋର୍ଦ୍ଧାରେ ପ୍ରଥମ ପାଇକ ବିଦ୍ରୋହ ସ୍ବାଧିନତା ସଂଗ୍ରାମକୁ ତେଜିଆନ କରିଥିଲା l ମହାନ୍ ସଂଗ୍ରାମୀ ବକ୍ସି ଜମି,ମାଟି ପାଇଁ ଲଢେଇରେ ମୁଖ୍ୟ ପୁରୋଧା ଥିଲେ l ଖୋର୍ଦ୍ଧା ମାଟିର ଇତିହାସ ଅନନ୍ୟ l ଏଣୁ ଛାତ୍ର ଛାତ୍ରୀ ମାନେ ଇତିହାସ ପଢ଼ି ଏଭଳି ମହାମନିଷୀ ମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଷ୍ଟ୍ର ନିର୍ମାଣରେ ଆଗକୁ ବଢନ୍ତୁ ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବେ ବିଧାୟକ ଖୋର୍ଦ୍ଧା ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇ କହିଲେ ବକ୍ସି ଙ୍କ ସହୀଦ ଦିବସର ମହତ୍ତ୍ଵ ଓ ଗୁରୁତ୍ଵ ବୁଝିବାର ଅଛି l ଆଉ ଦୁଇ ବର୍ଷରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ରଙ୍କ ୨୦୦ବର୍ଷ ଶ୍ରାଦ୍ଧ ବାର୍ଷିକୀ ପୂର୍ତ୍ତି ପାଳନ ହେବ l ଏଣୁ ତାଙ୍କର ତ୍ୟାଗ ଓ ଆଦର୍ଶ ଏ ଜାତି ପାଇଁ ପ୍ରେରଣାଦାୟୀ ହେବ ବୋଲି ଅଭିଭାଷଣ ରଖିଥିଲେ l ସେହିପରି ସମ୍ମାନିତ ଅତିଥି ଭାବେ , ବିଧାୟକ, ବେଗୁନିଆ ପ୍ରଦୀପ କୁମାର ସାହୁ, ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନ ସିଂହ, ଜିଲ୍ଲା ପରିଷଦ ଉପ ସଭାପତି ଶ୍ରୀ ଗୋପୀନାଥ ମହାରଣା, ପୌର ପରିଷଦ, ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ଉପଜିଲ୍ଲାପାଳ ସଂକଳ୍ପ ସ୍ଵସ୍ତିକ ସାହୁ, ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଯୋଗଦେଇ ବକ୍ସି ଙ୍କ ଜୀବନୀ ଉପରେ ଆଲୋକ ପାତ କରିଥିଲେ l ଦିବସ ଉପଲକ୍ଷେ ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବକ୍ସି ଙ୍କ ଜୀବନୀ ଉପରେ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ସଂଗ୍ରାମ ପୁହାଣ,ଶୁଲଗ୍ନା ପଟ୍ଟନାୟକ ଓ ସ୍ୱାଗତିକା ସ୍ୱାଇଁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ମାନପତ୍ର ଓ ଟ୍ରଫି ଦେଇ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ l ଦିବସ ଉପଲକ୍ଷେ ପୂର୍ବାହ୍ନରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ପୂର୍ଣ୍ଣ ବୟବ ବକ୍ସି ଙ୍କ ପ୍ରତିମୂର୍ତ୍ତି ଏବଂ ଅର୍ଦ୍ଧ ବୟବ ମାୟାଧର ମାନସିଂହ, ସହିଦ ରଘୁନାଥ ମହାନ୍ତି, ସହିଦ ଦିବାକର ପରିଡ଼ା ଙ୍କ ପ୍ରତିମୂର୍ତ୍ତୀରେ ବିଧାୟକ ଖୋର୍ଦ୍ଧା ପ୍ରଶାନ୍ତ କୁମାର ଜଗଦେବ, ଜିଲ୍ଲାପରିଷଦ ସଭାପତି ରୂପ ଶ୍ରୀ ରାଣୀ ଗୁମାନ ସିଂହ, ଉପସଭାପତି ଜିଲ୍ଲା ପରିଷଦ ଗୋପୀନାଥ ମହାରଣା, ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ପ୍ରତାପ ଚନ୍ଦ୍ର ବେଉରା, ଉପଜିଲ୍ଲାପାଳ ସଂକଳ୍ପ ସ୍ଵସ୍ତିକ ସାହୁ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ସମାଜସେବୀ , ସାଂସଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ହୋତା, ବରିଷ୍ଟ ସାମ୍ବାଦିକ ଉମା ଶଙ୍କର ପ୍ରସାଦ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଭୁ ପ୍ରସାଦ ସେନାପତି ପ୍ରମୁଖ ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ l ଦିବସରେ ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ତହସିଲ ଦାର, ଖୋର୍ଦ୍ଧା ବିଭାଶ ପାଣିଗ୍ରାହୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ବୁଦ୍ଧିଜୀବୀ ଦେବ ପ୍ରସାଦ ମଜୁମଦାର, ଗୋପାଳ କୃଷ୍ଣ ଦାସ, ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ, ମାନ୍ୟଗଣ୍ୟ ବ୍ୟକ୍ତି, ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ l ମଞ୍ଚ ଉପସ୍ଥାପନା ରେ ଗୀତାଞ୍ଜଳି ସାହୁ ଓ ଶ୍ରୀକାନ୍ତ ନାୟକ ସମ୍ପାଦନ କରିଥିଲେ

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande