



ସମ୍ବଲପୁର, ୨୪, ଜାନୁଆରୀ (ହି.ସ.) ଦୀର୍ଘ ଦିନର ପ୍ରତୀକ୍ଷା ପରେ ଆଜି ଠାରୁ ଜଗନ୍ନାଥ କଲୋନୀରୁ ସାକ୍ଷୀପଡା ଅଣ୍ଡରପାସ୍ ରାସ୍ତା ଖୋଲିଯାଇଛି । ଏବେ କେବଳ ପଥାଚାରୀ ଓ ଦୁଇ ଚକିଆ ଯାନ ବାହାନ ଚଳାଚଳ କରିବ । ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାପରେ ଚାରିଚକିଆ ଯାନ ବାହାନ ମଧ୍ୟ ଚଳାଚଳ କରିବ । ସୂଚନାଯୋଗ୍ୟ ଦୀର୍ଘ ଦଶନ୍ଧି ଧରି ରାଜନୈତିକ ଇଛାଶକ୍ତି ଅଭାବରୁ ସମ୍ବଲପୁର ସହରକୁ ଅଣଦେଖା ହୋଇ ଆସୁଥିଲା । ମାତ୍ର ଏବେ ସହରକୁ ସମୃଦ୍ଧ ଓ ରାଜ୍ୟର ଏକ ପ୍ରମୁଖ ସହରର ମାନ୍ୟତା ଦେବାପାଇଁ ଯୁଦ୍ଧ କାଳୀନ ଭିତ୍ତିରେ ରାସ୍ତାଘାଟ ସହ ପ୍ରମୁଖ ସଂଯୋଗକାରୀ ବ୍ରିଜ୍ ନିର୍ମାଣ କାର୍ଯ୍ୟ ସମ୍ପ୍ରତି ଆଗାମୀ ଦିନରେ ଓଡ଼ିଶାର ଏକ ଅଗ୍ରଣୀ ସହର ଭାବେ ସମ୍ବଲପୁର ମାନ୍ୟତା ହାସଲ କରିବ ବୋଲି ଅନେକ ଆଶା ପ୍ରକାଶ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ