ଓଡ଼ିଆ ଭାଷା ଓ ସଂସ୍କୃତିର ପୁନଃରୁଦ୍ଧାର ଦିଗରେ ସାମୁହିକ ଉଦ୍ୟମ ଆବଶ୍ୟକ : ମନ୍ତ୍ରୀ ଡ. ମହାଲିଙ୍ଗ
ବଲାଙ୍ଗୀର, ୨୪ ଜାନୁଆରୀ(ହି.ସ.) – ଆଂଚଳିକ ବୈଷମ୍ୟକୁ ପ୍ରାଧାନ୍ୟ ଦେଇ ଭାଷା ଓ ସଂସ୍କୃତି ମଧ୍ୟରେ ଭେଦଭାବର ବିଷମଞ୍ଜି ବୁଣି ବ୍ରିଟିଶମାନେ ଆମ ଦେଶକୁ ଦୁଇ ଦଶନ୍ଧି ଧରି ଶାସନ କରିଥିଲେ। ବ୍ରିଟିଶମାନେ ଆମ ଦେଶକୁ ଛାଡ଼ିଯିବାର ଏତେ ବର୍ଷ ପରେ ମଧ୍ୟ ଆମେ ସେମାନଙ୍କ ପରମ୍ପରାକୁ ଜାବୁଡ଼ି ଧରିଛୁ। ସେଥିରୁ
ଓଡ଼ିଆ ଭାଷା ଓ ସଂସ୍କୃତିର ପୁନଃରୁଦ୍ଧାର ଦିଗରେ ସାମୁହିକ ଉଦ୍ୟମ ଆବଶ୍ୟକ : ମନ୍ତ୍ରୀ ଡ. ମହାଲିଙ୍ଗ


ବଲାଙ୍ଗୀର, ୨୪ ଜାନୁଆରୀ(ହି.ସ.) – ଆଂଚଳିକ ବୈଷମ୍ୟକୁ ପ୍ରାଧାନ୍ୟ ଦେଇ ଭାଷା ଓ ସଂସ୍କୃତି ମଧ୍ୟରେ ଭେଦଭାବର ବିଷମଞ୍ଜି ବୁଣି ବ୍ରିଟିଶମାନେ ଆମ ଦେଶକୁ ଦୁଇ ଦଶନ୍ଧି ଧରି ଶାସନ କରିଥିଲେ। ବ୍ରିଟିଶମାନେ ଆମ ଦେଶକୁ ଛାଡ଼ିଯିବାର ଏତେ ବର୍ଷ ପରେ ମଧ୍ୟ ଆମେ ସେମାନଙ୍କ ପରମ୍ପରାକୁ ଜାବୁଡ଼ି ଧରିଛୁ। ସେଥିରୁ ମୁକ୍ତ ହୋଇ ଆମର ଭାଷା ଓ ସଂସ୍କୃତିକୁ ଉଜ୍ଜୀବିତ କରି ରଖିବା ସହିତ ଲୁପ୍ତପ୍ରାୟ ସଂସ୍କୃତିର ପୁନଃରୁଦ୍ଧାର ଦିଗରେ ସାମୁହିକ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ଝାରମୁଣ୍ଡା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ବିଧାୟକ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଉପରୋକ୍ତ ସୂଚନା ଦେଇଛନ୍ତି। ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଡ. ଜ୍ୟୋତିର୍ମୟୀ ପଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ପଦ୍ମଶ୍ରୀ ହଳଧର ନାଗ ଯୋଗଦେଇ ଆଂଚଳିକ ଭାଷା, ଲୋକଗୀତ ଓ ଲୋକବାଦ୍ୟ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଲୋଇସିଂହା ବିଡ଼ିଓ ଅକ୍ଷୟ ପାଣି ଉଦୁ, ତହସିଲଦାର ଟିକୁନୁ ପୁଟା, ବ୍ଲକ ଅଧକ୍ଷ ଯତୀନ୍ଦ୍ର ପଟେଲ, ଝାରମୁଣ୍ଡା ସରପଂଚ ବନିତା ମେହେର, ପୂର୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଆଶୁତୋଷ ଜେନା, ସଂସଦ ପ୍ରତିନିଧି ବାଳକୃଷ୍ଣ ଧରୁଆ, ହାସ୍ୟକବି ଦେବେନ୍ଦ୍ର ସାହୁ, ଡୁଙ୍ଗୁରିପାଲି ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୁଖ ମଂଚାସୀନ ଥିଲେ। ପ୍ରାରମ୍ଭରେ ଅଧ୍ୟକ୍ଷା ଡ. ପଧାନ କୋଶଳୀ ଭାଷାରେ ଅନୁଷ୍ଠାନର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ଏହି ଅବସରରେ ଶହେ ଶଯ୍ୟା ବିଶିଷ୍ଟ ବାଳକ ଛାତ୍ରାବାସ ଉଦଘାଟିତ ହୋଇଥିଲା। ଏଥିସହିତ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ ତଥା ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପରିଶେଷରେ ଶିକ୍ଷକ ସୁଶାନ୍ତ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande