
ଭୁବନେଶ୍ୱର, ୨୪ ଜାନୁଆରୀ (ହି.ସ.) - କଂଗ୍ରେସରୁ ମୋକିମଙ୍କ ସମର୍ଥକଙ୍କ ସମ୍ମୁହ ଇସ୍ତଫା ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ମିଡ଼ିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସ। ସେ କହିଛନ୍ତି ଯେ ଭକ୍ତ ଦାସ ଦୀର୍ଘ ଦିନ ହେଲା କଂଗ୍ରେସରେ ଅଛନ୍ତି. କଂଗ୍ରେସର ନୀତି ଆଦର୍ଶରେ ରହି ମଧ୍ୟ କାର୍ଯ୍ୟ କରୁଛନ୍ତି । ତାଙ୍କ ନେତୃତ୍ୱରେ କଂଗ୍ରେସ ରାଜ୍ୟରେ ଆଗଉଛି ଯାହାର ଉଦାହରଣ ନୂଆପଡା ଉପ ନିର୍ବାଚନରେ ଦେଖିବାକୁ ମିଳିଲା। ଦଳ ନିକଟରେ ହୋଇଥିବା ଅନେକ ଉପ ନିର୍ବାଚନରେ ତୃତୀୟ ସ୍ଥାନରେ ରହିଥିବା ବେଳେ ନୂଆପଡାରେ ଦ୍ୱିତୀୟ ସ୍ଥାନରେ ରହିଲା। ଭକ୍ତ ଦାସଙ୍କ ନେତୃତ୍ୱରେ ରାଜ୍ୟବ୍ୟାପୀ ଯେଉଁ ସବୁ କାର୍ଯ୍ୟକ୍ରମ ହେଉଛି ସେଥିରେ ମଧ୍ୟ ଜନ ସମର୍ଥନ ଦେଖୁଛେ। ଯେଉଁମାନେ ଆଜି ଦଳ ଛାଡିଛନ୍ତି ସେମାନେ କୌଣସି ବଡ଼ ପଦପଦବୀରେ ନଥିଲେ। ସେମାନେ ଯେଉଁ ସବୁ ଅଭିଯୋଗ ଆଣୁଛନ୍ତି ତାହା ମଧ୍ୟ ଭିତିହୀନ। ଜାନୁଆରୀ ୧୨ ତାରିଖରେ ସେମାନେ ଯେଉଁ ସମାବେଶ କରିଥିଲେ ତାହା ବିଫଳ ହେବା ପରେ ଏମିତି ନିଷ୍ପତି ନେଇଛନ୍ତି ବୋଧେ। ରାଜ୍ୟରେ ଏବେ ଲୋକେ କଂଗ୍ରେସକୁ ବିଜେପିର ବିକଳ୍ପ ବୋଲି ଭାବିଲେଣି। ଭକ୍ତ ଦାସଙ୍କ ନେତୃତ୍ୱରେ କଂଗ୍ରେସ ଯେଉଁ ରାଜ୍ୟରେ ଆଗଉଛି ସେଥିରେ କିଛି ଲୋକେ ଇର୍ଷା ପରାୟଣ ହୋଇ ଏମିତି କାର୍ଯ୍ୟ କରୁଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା