
କୋରେଇ, ୨୪ ଜାନୁଆରୀ (ହି.ସ.)- ସମାଜ ସଂସ୍କାରକ ମାଧବାନନ୍ଦ ଷଡଂଗୀଙ୍କ ସ୍ମୃତି ଉଦ୍ଦ୍ୟେଶରେ କମିଟି ପକ୍ଷରୁ ଏକ ପାଠାଗାର କରାଯାଇଛି । ଯାଜପୁର ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର ପଂଚାୟତର ଭଗତପୁର ଠାରେ ମାଧବାନନ୍ଦ ପାଠାଗାର ଆଜି ଲୋକାର୍ପିତ ହୋଇଛି । ଏହି ଅବସରରେ ଆୟୋଜିତ ସଭା ପାଠାଗାର ସଭାପତି ସନ୍ତୋଷ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ମାଧବାନନ୍ଦ ଷଡଂଗୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ସଭା ଆରମ୍ଭ ହୋଇଥିଲା । ଉଦ୍ଘାଟକ ଭାବେ ଉତ୍କଳଗାନ୍ଧୀ ସ୍ମାରକୀ ନିଧିର ଅଧ୍ୟକ୍ଷା କୃଷ୍ଣା ମହାନ୍ତି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଆୟୋଜିତ ସଭାରେ ଏକ ପୁସ୍ତକ ସସ୍କାର ଓ ସଂଗ୍ରାମୀ ମଣିଷ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଥିଲା । ଅତିଥିଭାବେ କେନ୍ଦୀୟ ଗାନ୍ଧୀ ସ୍ୱାରକ ନିଧିର ଡକ୍ଟର ବିଶ୍ୱଜିତ ରାୟ, ସାମ୍ୟବାଦୀ ସମ୍ପାଦକ ବସନ୍ତ ମାଝୀ, ଶିକ୍ଷାବିତ୍ ବିମଳ ଷଡଂଗୀ, ସୁରେନ୍ଦ୍ର ରାୟ, ସତ୍ୟପାଠର ସମ୍ପାଦକ ସତ୍ୟ ପ୍ରକାଶ ନାୟକ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସମସ୍ତ ଅତିଥିଙ୍କ ସମେତ ଆନନ୍ଦ ଚନ୍ଦ୍ର ସାହୁ, ଲଳିତ ମୋହନ ରାୟ, ସ୍ନେହଲତା ବସନ୍ତରାୟ, ଶ୍ରମତୀ ନିଳିମା ଓ ଝାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମାଧବାନନ୍ଦ ମେଧା ପୁରସ୍କାର ସୁଶ୍ରୀ ସୁନିତା ଜେନା, କୃଷ୍ଣା ମହାନ୍ତି ଅମ୍ରିତା ସାହୁ, ସୃଜନ ସନ୍ଦୀପନ ସାହୁ, ସ୍ମୃତି ରଂଜନ ଦଳେଇ ସୌଭାଗ୍ୟ ରଂଜନ ସାହାଣୀ ମାଧବାନନ୍ଦ ସାହାସିକତା ପୁରସ୍କାର ଜ୍ୟୋତି ରଂଜନ ପଣ୍ଡାଙ୍କୁ ପ୍ରଦାନ କରାଯାଇଥିଲା । ସମ୍ପାଦକ ରବିନାରାୟଣ ସାହୁ ସମ୍ପାଦକୀୟ ବିବରଣୀ ପାଠ କରଇିଥିବା ବେଳେ ସୁରେନ୍ଦ୍ର କୁମାର ରୋୟ ଧନ୍ୟବାଦ ଅର୍ପଣ କରିଥିଲେ । ଗ୍ରାମଂଚଳରେ ଅତ୍ୟାଧୁନିକ ପଠାଗାର ନିର୍ମାଣ କେବଳ ଗ୍ରାମଂଚଳର ଛାତ୍ର ଓ ଯୁବକ ମାନଙ୍କୁ ଅଧିକ ଶିକ୍ଷା ପ୍ରଦାନ ଓ ଉଚ୍ଚ ଶିକ୍ଷିତ କରିବା ଏହି ଏହି ପାଠାଗାରର ଲକ୍ଷ୍ୟ ବୋଲି ଡକ୍ଟର ନିର୍ମଳ ରଥ ଓ ଗଣେଷ ସାହୁ ପ୍ରକାଶ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ