ଭଣ୍ଡାରିପୋଖରୀରେ ମିଳିତ ଜନଶୁଣାରୀ ଶିବିର, ୧୫୯ ଅଭିଯୋଗ
ଭଦ୍ରକ, ୨୮ ଜାନୁଆରୀ (ହି.ସ.) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ସମ୍ମିଳନୀ କକ୍ଷରେ ଜିଲାପାଳଙ୍କ ମିଳିତ ଜନଶୁଣାଣୀ ଶିବିରରେ ୧୫୯ ଟି ଅଭିଯୋଗର ଶୁଣାଣି ହୋଇଛି। ସେଥିମଧ୍ୟରୁ ୪୨ଟି ଅଭିଯୋଗର ତତ୍‌କାଳ ସମାଧାନ କରାଯାଇଥିବାବେଳେ ୧୨୬ ଟି ବ୍ୟକ୍ତିଗତ ଓ ୩୧ଟି ଗ୍ରାମ୍ୟ ସମସ୍ୟା ଜନିତ ଥିବା । ଜିଲାପାଳ
BHANDARIPOKHARI JANA SUNANI SIBIRA


ଭଦ୍ରକ, ୨୮ ଜାନୁଆରୀ (ହି.ସ.) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ସମ୍ମିଳନୀ କକ୍ଷରେ ଜିଲାପାଳଙ୍କ ମିଳିତ ଜନଶୁଣାଣୀ ଶିବିରରେ ୧୫୯ ଟି ଅଭିଯୋଗର ଶୁଣାଣି ହୋଇଛି। ସେଥିମଧ୍ୟରୁ ୪୨ଟି ଅଭିଯୋଗର ତତ୍‌କାଳ ସମାଧାନ କରାଯାଇଥିବାବେଳେ ୧୨୬ ଟି ବ୍ୟକ୍ତିଗତ ଓ ୩୧ଟି ଗ୍ରାମ୍ୟ ସମସ୍ୟା ଜନିତ ଥିବା । ଜିଲାପାଳ ଦିଲ୍ଲୀପ କୁମାର ରାଉତରାଏ, ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଅତିରିକ୍ତ ଜିଲାପାଳ ସରୋଜ କୁମାର ଦତ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରମୋଦ କୁମାର ପ୍ରହରାଜଙ୍କ ସମେତ ବହୁ ଅଧିକାରୀ ଯୋଗ ଦେଇ ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ। ଦୁଇଜଣ ଅଭିଯୋଗକାରୀଙ୍କୁ ଜିଲା ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଚଳିତବର୍ଷ ଧାନକ୍ରୟରେ ମିଲର୍ସମାନେ ସହଯୋଗ କରୁନଥିବାର ଅଭିଯୋଗ ହୋଇଥିଲା। ମଣ୍ଡିକୁ ଆସୁଥିବା ଧାନର ମାନ ସଠିକ୍ ଥିବାବେଳେ ମିଲର୍ସମାନେ କଟନୀ ଛଟନୀ ପାଇଁ ଚାପ ପ୍ରୟୋଗ କରୁଥିବାର ଅଭିଯୋଗ ହୋଇଥିଲା। ମଣ୍ଡିକୁ ଧାନ ପରିବହନ ଯାନ ଯୋଗାଇ ଦିଆଯାଉନାହିଁ କି କ୍ରୟ ଧାନ ଉଠାଯାଉନାହିଁ। ଫଳରେ ମଣ୍ଡିଗୁଡିକ ଚାଷୀଙ୍କ ରୋଷର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ ଟୋକନ ଅବଧି ବୃଦ୍ଧି ପାଇଁ ଦାବି ହୋଇଥିଲା। ଲୁଣପଦୀ ଉଠାଜଳସେଚନ, ମା’ ମଙ୍ଗଳା ପାଣି ପଂଚାୟତରେ ଅନିୟମିତତାକୁ ନେଇ ଅଭିଯୋଗର ସ୍ୱର ଉଠିଥିଲା। ୧୭ ବର୍ଷରୁ ଅଧିକ ଅବଧି କର୍ମଚାରୀଙ୍କୁ ବଦଳି କରାଯିବା, ମୋବାରକପୁର ସରକାରୀ ଜମିକୁ ଜବରଦଖଲ କରି କୁକୁଡା ଫାର୍ମ ନିର୍ମାଣ କରାଯାଉଥିବା, ବ୍ଲକ୍‌ରୁ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବଦଳି କରିବାକୁ ରବିନ୍ଦ୍ର ଦେଓ ଅଭିଯୋଗ କରିଥିଲେ। ତହସିଲରେ ଜମି ମାପଚୁପ ବିଳମ୍ବ କରାଯାଉଥିବାନେଇ ଅଭିଯୋଗ ଉଠିଥିଲା। ବିଶେଷକରି ତହସିଲ କାର୍ଯ୍ୟାଳୟ ସ୍ଥାଣୁ ପାଲଟିଥିବା ନେଇ ଅଭିଯୋଗ ଆଗତ ହୋଇଥିଲା। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande