ଜୀବନ ଜ୍ୟୋତି କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟନ
ଭଦ୍ରକ, ୨୮ ଜାନୁଆରୀ (ହି.ସ.) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ୍ ମାଳଦା ପଂଚାୟତ ଚତୁର୍ଭୁଜପୁର ଠାରେ ଜୀବନ ଜ୍ୟୋତି କ୍ରିକେଟ ଟୁର୍ଣ୍ଣାମେଂଟ ଆଜି ଉଦ୍ଘାଟିତ ହୋଇଯାଇଛି। ଉଦଘାଟନୀ ମ୍ୟାଚରେ ମଠସାହି ଓ କୋର୍କରା ମଧ୍ୟରେ ହୋଇଥିଲା , ମଠସାହି ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇଥିଲା, ନିର୍ଦ୍ଧାରିତ ୧
JEEVAN JYOTI CRICKET TOURNAMENT


ଭଦ୍ରକ, ୨୮ ଜାନୁଆରୀ (ହି.ସ.) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ୍ ମାଳଦା ପଂଚାୟତ ଚତୁର୍ଭୁଜପୁର ଠାରେ ଜୀବନ ଜ୍ୟୋତି କ୍ରିକେଟ ଟୁର୍ଣ୍ଣାମେଂଟ ଆଜି ଉଦ୍ଘାଟିତ ହୋଇଯାଇଛି। ଉଦଘାଟନୀ ମ୍ୟାଚରେ ମଠସାହି ଓ କୋର୍କରା ମଧ୍ୟରେ ହୋଇଥିଲା , ମଠସାହି ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇଥିଲା, ନିର୍ଦ୍ଧାରିତ ୧୦ ଓଭରରେ ୭ ଉକେଟ ହରାଇ ୮୧ ରନ୍ ସଂଗ୍ରହ କରିଥିଲେ,୮୨ ରନ୍ ଜବାବରେ ୮ଓଭର ଖେଳି ସମସ୍ତ ଉଇକେଟ ୭୪ ରନ୍ କରି ପରାଜିତ ହୋଇଥିଲେ। ଦିତୀୟ ମ୍ୟାଚରେ ସୋଲାପରି ଓ ନାଥ ସାହି ମଧ୍ୟରେ ହୋଇଥିଲା,ସୋଲାପାରି ଟସ୍ ଜିତି ବିଲ୍ଡିଂ କରିବାକୁ ନିଷ୍ପତି ନେଇଥିଲେ, ନିର୍ଦ୍ଧାରିତ ୮ ଓଭରରେ ନାଥ ସାହି ୭୧ ରନ୍ କରିଥିଲେ,ସୋଲାପାରି ୭ ଓଭରେ ୪ ଉଇକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ସେମି ଫାଇନାଲ ମ୍ୟାଚ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା। ପ୍ରଥମ ସେମିଫାଇନାଲ୍ ସୋଲାପାରି ଓ ମଠ ସାହି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମଠସାହି ଟସ୍ ଜିତି ନିର୍ଦ୍ଧାରିତ ୮ ଓଭରରେ ୬ ଉଇକେଟ ହରାଇ ୪୨ ରନ୍ ସଂଗ୍ରହ କରିଥିଲା। ୪୩ ରନର ବିଜୟ ଲକ୍ଷନେଇ ନିର୍ଦ୍ଧାରିତ ଓଭରରେ ସୋଲାପାରି ୮ ଉଇକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ଫାଇନାଲରେ ପ୍ରବେଶ କରିଥିଲା। ଅତିଥି ଭାବେ ସାମ୍ବାଦିକ ରାଜେନ୍ଦ୍ର ଶତପଥୀ,ମାଳଦା ପଂଚାୟତ ସରପଂଚ ପ୍ରତିନିଧି ଭାଗିରଥୀ ପରିଡ଼ା ଖେଳ ଉଦଘାଟନ କରିବା ସହିତ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ। ବିକାଶ ପରିଡ଼ା ଓ ଅବିନାଶ ପରିଡ଼ା ଖେଳ ଟିକୁ ପରିଚାଳନା କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande