
ଚମ୍ପୁଆ,28 ଜାନୁଆରି (ହି.ସ.- ଚମ୍ପୁଆ ଉପଖଣ୍ଡ ମୁଖ୍ୟାଳୟଠାରେ ଓଡିଶା ବନ୍ଦ ସଫଳ ହୋଇଛି । ଓଡିଶାରେ ଡବଲ ଇଞ୍ଜିନ ସରକାରଙ୍କର ବିଭିନ୍ନ କ୍ଷେତ୍ରରେ ବିଫଳ ତଥା କୃଷକଙ୍କର ଧାନମଣ୍ଡି ସମସ୍ୟା, ଓଡିଶାବାସୀଙ୍କୁ ମାଗଣା ୩୦୦ୟୁନିଟ ବିଦ୍ୟୁତ ପ୍ରଦାନରେ ବିଫଳ, ପଲ୍ୟୁସନ ଯାଞ୍ଚ ଆଳରେ ଲୋକଙ୍କୁ ଷୋଶଣ ଓ ମନରେଗା ନାମକୁ ପରିବର୍ତ୍ତନ ବିରୋଧରେ ନବନିର୍ମାଣ କୃଷକ ସଂଗଠନ ଓଡିଶା ବନ୍ଦ ଡାକରା ଦେଇଥିଲା, ଯାହାକୁ ପ୍ରଦେଶ କଂଗ୍ରେସ କମିଟି ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲା । ଫଳସ୍ୱରୂପ ଚମ୍ପୁଆରେ କଂଗ୍ରେସର ପୂର୍ବତନ ବୁଥ କମିଟି ରାଷ୍ଟ୍ରୀୟ ସଚିବ ତଥା ଆଇଏନସି ସଦସ୍ୟା ଗୁରୁବକ୍ସ ସିଂ ଆହଲୁଓ୍ୱାଲିଆ, ରାଜ୍ୟ ଆଦିବାସୀ କଂଗ୍ରେସ ସେଲ ସଭାପତି ତଥା ପୂର୍ବତନ ସାଂସଦ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ, ଚମ୍ପୁଆ ବ୍ଲକ ସଭାପତି ବିଧୁଭୂଷଣ ପତି(ଗୁଲୁ), ଏନଏସି ସଭାପତି ସରଫରାଜ ଆଲାମ(ବାବୁ), ସୁଶିଲ ଗିରି, ଚମକପୁର ଗ୍ରାମପଞ୍ଚାୟତ ଓ୍ୱାର୍ଡମେମ୍ୱର ସନ୍ତୋଷ ନାଏକ, ଏମଡି ମୁରସୁଲିନ, ପ୍ରମୁଖ ବହୁ କଂଗ୍ରେସ କର୍ମୀ ଏହି ବନ୍ଦରେ ସାମିଲ ହୋଇଥିଲେ । ଫଳରେ ସମସ୍ତ ପ୍ରକାର ଯାନବାହାନ, ସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ, କୋର୍ଟ କଚେରୀ, ସମସ୍ତ ବ୍ୟାଙ୍କ ବ୍ୟବସ୍ଥା, ଦୋକାନ ବଜାର ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / Trinath Mahanta