
ଖୋର୍ଦ୍ଧା, ୨୮ ଜାନୁଆରି (ହି.ସ.) - ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ୬୭ ତମ ସାମ୍ବତ୍ସରିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ସଭାପତିତ୍ୱ କରିଥିଲେ ମହାବିଦ୍ୟାଳୟର ପରିଚାଳନା ସମିତିର ସଭାପତି ତଥା ପ୍ରାକ୍ତନ ବିଧାୟକ ଜ୍ୟୋତିରିନ୍ଦ୍ର ନାତ ମିତ୍ର । ମୂଖ୍ୟ ଅତିଥି ଭାବେ ମଂଚ ମଣ୍ଡନ କରି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଏହି କଲେଜର ପ୍ରାଣପ୍ରତିଷ୍ଠାତା ପ୍ରାଣନାଥ ପଟ୍ଟନାୟକଙ୍କର ରାଜନୈତିକ ଜୀବନ ଓ ଉତ୍ସର୍ଗିକୃତ ସେବାର ଭୂୟ, ଶୀ ପ୍ରଶଂସା କରିଥିଲେ ମୂଖ୍ୟ ବକ୍ତା ଭାବରେ ଖୋର୍ଦ୍ଧାର ଜିଲ୍ଲାପାଳ ତଥା ମାଳଷ୍ଟ୍ରେଟ ଅମ୍ରିତ ଋତୁରାଜ ଯୋଗଦେଇ ରଣରଙ୍କା ପାଇକ ମାଟି ଖୋର୍ଦ୍ଧାର ଇତିହାସ ଉପରେ ଆଲୋକ ପାତ କରିବା ସହ ଏ କଲେଜର ପ୍ରତିଷ୍ଠାତା ପ୍ରାଣନାଥ ବାବୁଙ୍କ ସ୍ୱଧୀନତା ସଂଗ୍ରାମରେ ଅତୁଳନୀୟ ଅବଦାନ ଉପରେ ଆଲୋକପାତ କରିବା ସହ ଶିକ୍ଷାର ଉନ୍ନତିରେ ଦେଶର ପ୍ରଗତି ହୋଇଥାଏ ବୋଲି ଭାବି ଯେଉଁ କଲେଜ ସେ ପ୍ରତିଷ୍ଠା କରିଥିଲେ ତାହା ଆଜି ଏକ ମହାଦୃମରେ ପରିଣତ ହୋଇଛି । ସମ୍ମାନିତ ଅତିଥୁ ଭାବେ ପ୍ରାଣନାଥ ବାବୁଙ୍କ ସୁସନ୍ତାନ ବରିଷ୍ଠ ସାମ୍ବାଦିକ ତଥା ସମ୍ପାଦକ ଓଡିଶା ଭାସ୍କର ପ୍ରଦୋଷ ପଟ୍ଟନାୟକ ନିଜର ଅଭିଭାଷଣରେ ନିଜପିତାଙ୍କର ଗରିମାମୟ ଇତିହାସ କୁ ବର୍ଣନା କରିବା ସହ ପିଲାଟି ବେଳରୁ ସମସ୍ତ ସୁଖ ସୁବିଧାକୁ ଜଳାଞ୍ଜଳି ଦେଇ ସେ ସ୍ୱାଧୀନତା ସଂଗ୍ରାମରେ ନିଜକୁ ସାମିଲ କରି ନିଜ ମାତୃଭୂମିର ହକ୍ ପାଇଁ ଅହରହ ସଂଗ୍ରାମ କରି ପ୍ରାଣୋତ୍ସର୍ଗ କରିଥିଲେ ବୋଲି କହିଥିଲେ । ଉତର ଓଡିଶାର ପ୍ରାକ୍ତନ କୁଳପତି ତଥା ବିଶିଷ୍ଟ ଶିକ୍ଷାବିତ ତଥା ଆଜିର ପ୍ରାଣନାଥ ସମ୍ମାନରେ ବିଭୂଷିତ ହୋଇଥୁବା ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ପ୍ରାଣନାଥ ବାବୁଙ୍କ ଜୀବନରଅନେକ ସଂଘର୍ଷମୟ କାହାଣୀ ଉପରେ ଆଲୋକ ପାତ କରିଥିଲେ । ଅନ୍ୟତମ ଅତିଥ୍ ଭାବେ ମଞ୍ଜରୀ ଦେବୀ ସାହିତ୍ୟ ସମ୍ମାନରେ ସମ୍ମାନିତ ପୁରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ସ୍ୱନାମଧନ୍ୟ ସାହିତ୍ୟିକ ଦାସ ବେନୁହୁର (ଜିତେନ୍ଦ୍ର ନାରାୟଣ ଦାସ) ନିଜର ଅଭିଭାଷଣରେ କହିଥିଲେ ପ୍ରାଣନାଥ ବାବୁ ଦେଖୁଥିବା ସ୍ୱପ୍ନକୁ ସାକାର କରିବା ଆମ ସମସ୍ତଙ୍କର କର୍ତବ୍ୟ ହେବା ଦରକାର ।
କଲେଜର ଅଧ୍ୟକ୍ଷା ଡ. ବିନ୍ଦୁଶ୍ରୀ ମିଶ୍ର ପ୍ରାଣନାଥ କଲେଜ ବିଷୟରେ ପୁଙ୍ଖାନୁପୁଙ୍ଖ ବିବରଣୀ ପ୍ରଦାନ କରିଥିଲେ। ସଭାପତି ଶ୍ରୀଯୁକ୍ତ ମିତ୍ର ନିଜର ପ୍ରାରମ୍ଭିକ ଭାଷଣରେ କଲେଜ ବିଷୟରେ ଅନେକ ତଥ୍ୟ ଉପସ୍ଥାପନ କରିବା ସହ ଏହି କଲେଜର ସମସ୍ତ ଭିତୀଭୂମି ଥାଇ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ହୋଇନପାରିବ ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ଦୁଃଖ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ମଂଚାସୀନ ସମସ୍ତ ଅତିଥି ଜଗନ୍ନାଥ ଙ୍କ ପାଖରେ ପ୍ରଦୀପ ପ୍ରଜ୍ୱଳନ କରିବା ସହ ପୁଷ୍ପାର୍ଘ ପ୍ରଦାନ କରିଥିଲେ । ପରମ୍ପରା ଅନୁଯାୟୀ କଲେଜର ଅତିତର ଦୁଇଜଣ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ଡ.ପ୍ରଣବ କୁମାର ମହାନ୍ତି ଓ ଡ. ବିନୋଦିନୀ ମିଶ୍ରଙ୍କୁ ସମ୍ବନ୍ଧିତ କରା ଯାଇଥିଲା । ପୁରାତନ ଛାତ୍ର ସଂସଦର ଆଠ ଜଣ ଛାତ୍ରଙ୍କୁ ତଥା ବରିଷ୍ଠ ସିନେ ସାମ୍ବାଦିକ ଦିଲ୍ଲିପ ହାଲିଙ୍କୁ ସମ୍ବନ୍ଧିତ କରା ଯାଇଥିଲା । ଏହି ଅବସରରେ ମଂଚାସୀନ ଅତିଥିମାନେ ଶ୍ରେଷ୍ଠ ସ୍ନାତକ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବନ୍ଧିତ କରିବା ସହ କଳା, ବିଜ୍ଞାନ ଓ ବାଣିଜ୍ୟରେ ଶ୍ରେଷ୍ଠ ସ୍ନାତକ ମାନଙ୍କୁ ସ୍ୱର୍ଶ ପ୍ରଦାକ ପ୍ରଦାନ କରଯାଇଥିଲା। କଲେଜର ଯେଉଁ କର୍ମଚାରୀ ତାଙ୍କ ବୃତିର ୨୫ ବର୍ଷ ପୁରଣ କରିଛନ୍ତ ତାଙ୍କୁ ମଧ୍ୟ ସମ୍ବନ୍ଧିତ କରାଯାଇଥିଲା। ସମସ୍ତ ଉଦ୍ୟମ ସତ୍ୱେ ଏ କଲେଜ ବିଶ୍ୱବିଦ୍ୟାଳୟ ହେବାର ଅଧୁରା ସ୍ୱପ୍ନ ସ୍ୱପ୍ନରେ ରହିଯାଇଛି । ଦେଖାଯାଉ ସରକାରଙ୍କର କେବେ ଶୂଭଦୃଷ୍ଟି ପଡ଼ୁଛି ସମୟ କହିବ । ଶେଷରେ କଲେଜର ଉପାଧ୍ୟକ୍ଷ ପ୍ରତାପ ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । ଏ ସମସ୍ତ କାର୍ଯ୍ୟକୁ କଲେଜର ଏନ.ସି.ସି, ଏନ.ଏସ.ଏସ., ରୋଭର ରେଞ୍ଜର ଓ ରେଡକ୍ରଶର ଛାତ୍ର, ଛାତ୍ରୀମାନେ ପରିଚାଳନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରାକେଶ