ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସଭ୍ୟ ଓ ପାଣ୍ଠି ସଂଗ୍ରହ ଅଭିଯାନ
ଜୟପୁର, ୨୮ ଜାନୁଆରି (ହି.ସ.) - ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଦେଶବ୍ୟାପୀ ତାର ପାର୍ଟି ସଭ୍ୟ ଓ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରିଛି। ଦଶମନ୍ତପୁର ବ୍ଲକ, ବୈପାରିଗୁଡା ଏବଂ କୋଟପାଡ଼ ବ୍ଲକ ରେ ଅଭିଯାନ ଜାରି ରହିଛି। ଆଜି କୋଟପାଡ଼ ବ୍ଲକ ବତାସନା ଗ୍ରାମରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ରାଜ୍ୟ ସହ ସମ୍
ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ସଭ୍ୟ ଓ ପାଣ୍ଠି ସଂଗ୍ରହ ଅଭିଯାନ


ଜୟପୁର, ୨୮ ଜାନୁଆରି (ହି.ସ.) - ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଦେଶବ୍ୟାପୀ ତାର ପାର୍ଟି ସଭ୍ୟ ଓ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରିଛି। ଦଶମନ୍ତପୁର ବ୍ଲକ, ବୈପାରିଗୁଡା ଏବଂ କୋଟପାଡ଼ ବ୍ଲକ ରେ ଅଭିଯାନ ଜାରି ରହିଛି। ଆଜି କୋଟପାଡ଼ ବ୍ଲକ ବତାସନା ଗ୍ରାମରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ରାଜ୍ୟ ସହ ସମ୍ପାଦକ ଶ୍ରୀ ଜୟନ୍ତ ଦାସ ଯୋଗ ଦେଇ ଥିଲେ। ତାଙ୍କ ସହ କୋରାପୁଟ ଜିଲ୍ଲା ସମ୍ପାଦକ ଶ୍ରୀ ରାମକୃଷ୍ଣ ଦାସ, ଜୋନ୍ ସମ୍ପାଦକ କୁରୁମନାଥ ଭତରା, ପୁର୍ଣ୍ଣ ଚନ୍ଦ୍ର ସୁରୁ, ଗୋବର୍ଦ୍ଧନ ଗଣ୍ଡା, ବିଘ୍ନ ରାଜ ଅମାନତ୍ୟ ପ୍ରମୁଖ ଯୋଗଦେଇଥିଲେ। ସିପିଆଇ ଜନ ଆନ୍ଦୋଳନ ସହ ଜନ ସଚେତନତା ସୃଷ୍ଟି କରି ଦେଶର ସାମ୍ପ୍ରଦାୟିକତା ବାଦୀ ଶକ୍ତି ବିରୁଦ୍ଧରେ ସ୍ୱର ଉତୋଳନ କରିବା ସହ ଦେଶର ସମ୍ବିଧାନ ଓ ଧର୍ମନିରପେକ୍ଷତାର ସୁରକ୍ଷା ପାଇଁ ପ୍ରତିବଦ୍ଧ ସଂଗ୍ରାମ ଜାରି ରଖିବ ବୋଲି ରାଜ୍ୟ କାର୍ଯ୍ୟକାରି କମିଟି ସଭ୍ୟ ଶ୍ରୀ ପ୍ରମୋଦ କୁମାର ମହାନ୍ତି ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande