ଘରପୋଡି କ୍ଷତିଗ୍ରସ୍ତଙ୍କୁ କେନ୍ଦ୍ରାପଡା କ୍ରେଡିଟ୍ କୋ-ଅପରେଟିଭର ସହାୟତା
କେନ୍ଦ୍ରାପଡ଼ା, ୨୮ ଜାନୁଆରୀ(ହି.ସ.) – କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଓସ୍ତପୁର ପଞ୍ଚାୟତ ବିରସ୍ୱତୀ ଗ୍ରାମର ଧର୍ମେନ୍ଦ୍ର ପ୍ରଧାନଙ୍କ ଘର ପୋଡି ଯାଇଥିବା ବେଳେ ଏହି କ୍ଷତିଗ୍ରସ୍ତ ପରିବାରକୁ କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ ସୋସାଇଟି ପକ୍ଷରୁ ୧୦ ହଜାର ଟଙ୍କାର ଆର୍ôଥକ ସହାୟତା ପ୍ରଦାନ କରାଯାଇଛ
ଘରପୋଡି କ୍ଷତିଗ୍ରସ୍ତଙ୍କୁ କେନ୍ଦ୍ରାପଡା କ୍ରେଡିଟ୍ କୋ-ଅପରେଟିଭର ସହାୟତା


କେନ୍ଦ୍ରାପଡ଼ା, ୨୮ ଜାନୁଆରୀ(ହି.ସ.) – କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଓସ୍ତପୁର ପଞ୍ଚାୟତ ବିରସ୍ୱତୀ ଗ୍ରାମର ଧର୍ମେନ୍ଦ୍ର ପ୍ରଧାନଙ୍କ ଘର ପୋଡି ଯାଇଥିବା ବେଳେ ଏହି କ୍ଷତିଗ୍ରସ୍ତ ପରିବାରକୁ କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ ସୋସାଇଟି ପକ୍ଷରୁ ୧୦ ହଜାର ଟଙ୍କାର ଆର୍ôଥକ ସହାୟତା ପ୍ରଦାନ କରାଯାଇଛି। ସୋସାଇଟିର ସଭାପତି ବିଶିଷ୍ଟ ସମାଜସେବୀ ତଥା ସମବାୟବିତ ପ୍ରମୋଦ କୁମାର ସାହୁ ଏହି ଘଟଣା ବିଷୟରେ ଜାଣିବା ପରେ ଧର୍ମେନ୍ଦ୍ରଙ୍କ ଘରେ ପହଂଚି ଆର୍ôଥକ ସହାୟତା ପ୍ରଦାନ କରିଛନ୍ତି । ଧର୍ମେନ୍ଦ୍ରଙ୍କ ଘର ପୋଡିଯିବା ସହ ସମସ୍ତ ଆସବାବପତ୍ର, ଘରେ ଥିବା ଧାନ, ଚାଉଳ, ଧର୍ମେନ୍ଦ୍ରଙ୍କ ଝିଅ ଓ ପୁଅରର ବହିଖାତା ଇତ୍ୟାଦି ପୋଡି ଯାଇଥିବାରୁ ଶ୍ରୀ ସାହୁ ଏକ ମାସ ପାଇଁ ଖାଦ୍ୟ, ବହିପତ୍ର, ତାଙ୍କ ପୁଅ ଦଶମ ଶ୍ରେଣୀରେ ପଢ଼ୁଥିବାରୁ ମାଟ୍ରିକ ପରୀକ୍ଷା ଟେଷ୍ଟ ପେପର, ବସ୍ତ୍ର ଇତ୍ୟାଦି ଯୋଗାଇ ଦେଇଛନ୍ତି। ଏହି ସୋସାଇଟି ଲୋକଙ୍କୁ ଋଣ ଦେବା ସହ ବିଭିନ୍ନ ସମାଜସେବା ମୂଳକ କାର୍ଯ୍ୟ କରି ଆସୁଛି। ବନ୍ୟା, ବାତ୍ୟା, ଘରପୋଡି ବେଳେ ବିପନ୍ନଙ୍କୁ ସହାୟତା ପ୍ରଦାନ କରୁଛି। ଏହି ସହାୟତା ପ୍ରଦାନ ବେଳେ ସୋସାଇଟିର ଟାଉନ୍ ଶାଖା ପରିଚାଳକ ଅଂଶୁମାନ ଚୌଧୁରୀ, କର୍ମଚାରୀ ପ୍ରଶାନ୍ତ କୁମାର ରାଉତରାୟ, ଦୈନିକ ଜମା ଖାତା ଏଜେଂଟ ଶୀକାନ୍ତ ଦାଶ, ରଞ୍ଜନ ରଣା, ସନ୍ତୋଷ ସାହୁ ଓ ପ୍ରଦୀପ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଧର୍ମେନ୍ଦ୍ରଙ୍କ ପତ୍ନୀ ଝରଣା ପ୍ରଧାନ, ଧର୍ମେନ୍ଦ୍ରଙ୍କ ମା ସତ୍ୟଭାମା ପ୍ରଧାନ, ପୁତ୍ର ରିତେଶ ପ୍ରଧାନ, କନ୍ୟା ଇତିଶ୍ରୀ ପ୍ରଧାନ ପ୍ରମୁଖ ଅର୍ଥରାଶି ଗ୍ରହଣ କରିଥିଲେ। ଆହତ ଶ୍ରୀ ପ୍ରଧାନଙ୍କୁ ଉନ୍ନତ ଚିକିତ୍ସା ଯୋଗାଇବା ପାଇଁ କଟକ ରେଫର କରିବାକୁ ଶ୍ରୀ ସାହୁ ସିଡିଏମଙ୍କୁ ଅନୁରୋଧ କରିବା ପରେ ତାଙ୍କୁ ସଙ୍ଗେ ସଙ୍ଗେ କଟକ ରେଫର କରାଯାଇଥିଲା। ସୋସାଇଟିର ଏହି ସେବମୂଳକ କାର?୍ୟ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande