ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଝାରସୁଗୁଡା ଡିଏଫଓଙ୍କ ଆଲୋଚନା ସିଜନାଲ କର୍ମଚାରୀଙ୍କ ବିଭିନ୍ନ ଦାବୀ କୁ ନେଇ ଆଲୋଚନା
Discussion between dm and kleaf
ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଝାରସୁଗୁଡା ଡିଏଫଓଙ୍କ ଆଲୋଚନା ସିଜନାଲ କର୍ମଚାରୀଙ୍କ ବିଭିନ୍ନ ଦାବୀ କୁ ନେଇ ଆଲୋଚନା


ଝାରସୁଗୁଡ଼ା, ୨୮ ଜାନୁଆରି (ହି.ସ.) - ଝାରସୁଗୁଡ଼ା କେନ୍ଦୁପତ୍ର ଡିଭିଜନ କାର୍ଯ୍ୟାଳୟରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଡିଏଫଓ କେନ୍ଦୁପତ୍ର ସଲବିନ୍ଦର ସିଂଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନାରେ ସଂଘର ରାଜ୍ୟ ଉପସଭାପତି ଗୋକୁଳ ମେହେର, ରାଜ୍ୟ ସାଙ୍ଗଠନିକ ସମ୍ପାଦକ ସଞ୍ଜିତ ମହାନ୍ତି, ରାଜ୍ୟ ସମ୍ପାଦକ ମହମ୍ମଦ ମୁର୍ତୁଜ଼ା, ଡିଭିଜନ ସମ୍ପାଦକ ପ୍ରଦୀପ ସାହୁ ଏବଂ ମିଡିଆ ସଂଯୋଜକ ଦେବ ଜ୍ୟୋତି ପଟ୍ଟନାୟକ, ଯୁଗ୍ନ ସମ୍ପାଦକ ଅଶୋକ ମାଝୀଙ୍କ ଉପସ୍ଥିତିରେ ବିଭିନ୍ନ କର୍ମଚାରୀ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ବିଗତ ବର୍ଷ ଋତୁକାଳୀନ କର୍ମଚାରୀଙ୍କୁ କମ୍ ଦିନର ଦରମା ପ୍ରଦାନ କୁ ନେଇ ଅସନ୍ତୋଷ ଥିବାବେଳେ, ବିଭିନ୍ନ ରେଞ୍ଜ ରେ ଫଡ଼ି ଉଚ୍ଛେଦ, କର୍ମଚାରୀ ଛଟେଇ ଆଦି ଘଟଣା କୁ ନେଇ ଅଲୋଚନା ରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ବିଭିନ୍ନ ସମସ୍ୟା ମଧ୍ୟରେ ସିଜନାଲ କର୍ମଚାରୀମାନଙ୍କ ବର୍ଦ୍ଧିତ ହୋଇଥିବା କାର୍ଯ୍ୟଦିବସ ଲାଗୁ କରିବା, ବାକୟା ଥିବା ପାଉଣା ତୁରନ୍ତ ପ୍ରଦାନ ଏବଂ ଆଗାମୀ ୨୦୨୬ ମସିହା ସିଜନ ପ୍ରାରମ୍ଭରୁ କେନ୍ଦୁପତ୍ର ର ମାନବୃଦ୍ଧି କରିବା ସକାଶେ ଡିଭିଜନ ରେ ଆଗତୋରା ଡି.ଏଫ.ଓ ଙ୍କ ସହ ଏକ ମିଳିତ ବୈଠକ ବାବଦ ରେ ସଂଘ ପକ୍ଷରୁ ଉପସ୍ଥାପନ କରାଯାଇଥିଲା। ତରୁଣସେନ ସାହୁ, ଅଲେଖ ସାହୁ,ମନବୋଧ ପଣ୍ଡା, ସରୋଜ ଭଣ୍ଡ, ରମେଶ ପଟେଲ, ତିଲକରାମ ମାଝୀ ପ୍ରମୁଖ ସହ ଅନ୍ୟାନ୍ୟ ସିଜନାଲ କର୍ମଚାରୀ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande