ଚିତ୍ରକୋଣ୍ଡାରେ ଉତ୍କଳ ସାମ୍ବାଦିକ ସଙ୍ଘର ଜିଲ୍ଲା ସ୍ତରୀୟ ସାଧାରଣ ପରିଷଦ ବୈଠକ
ମାଲକାନଗିରି, ୨୮ ଜାନୁଆରି (ହି.ସ.) - ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘର ଜିଲ୍ଲା ସ୍ତରୀୟ ସାଧାରଣ ପରିଷଦ ବୈଠକ ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ସ୍ଥିତ ଇକୋ ପାର୍କ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଚିତ୍ରକୋଣ୍ଡା ବ୍ଲକ ଉତ୍କଳ ସାମ୍ବାଦିକ ସଙ୍ଘ ଶାଖା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ
ଚିତ୍ରକୋଣ୍ଡାରେ ଉତ୍କଳ ସାମ୍ବାଦିକ ସଙ୍ଘର ଜିଲ୍ଲା ସ୍ତରୀୟ ସାଧାରଣ ପରିଷଦ ବୈଠକ,


ଚିତ୍ରକୋଣ୍ଡାରେ ଉତ୍କଳ ସାମ୍ବାଦିକ ସଙ୍ଘର ଜିଲ୍ଲା ସ୍ତରୀୟ ସାଧାରଣ ପରିଷଦ ବୈଠକ,


ମାଲକାନଗିରି, ୨୮ ଜାନୁଆରି (ହି.ସ.) - ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘର ଜିଲ୍ଲା ସ୍ତରୀୟ ସାଧାରଣ ପରିଷଦ ବୈଠକ ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ସ୍ଥିତ ଇକୋ ପାର୍କ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଚିତ୍ରକୋଣ୍ଡା ବ୍ଲକ ଉତ୍କଳ ସାମ୍ବାଦିକ ସଙ୍ଘ ଶାଖା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଅଶୋକ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଯୋଗ ଦେଇଥିଲେ। ସେହିପରି ମୁଖ୍ୟ ବକ୍ତା ରୂପେ ସ୍ଥାନୀୟ ସମିତି ସଭ୍ୟ ରାଜ କମଲ ପୁରୋହିତ, ସମ୍ମାନିତ ଅତିଥି ଭାବେ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ, ସଙ୍ଘ ଜିଲ୍ଲା ସମ୍ପାଦକ ବି ଶ୍ରୀନିବାସ ପାତ୍ର, ଉପ ସଭାପତି ପ୍ରଶାନ୍ତ କୁମାର ସାହୁ, କୋଷାଧ୍ୟକ୍ଷ ହୃଷିକେଶ ସେଠୀ, ଚିତ୍ରକୋଣ୍ଡା ବ୍ଲକ ଶାଖା ସଭାପତି ଶିବ ପ୍ରସାଦ ଖରା, ପୋଲିସ ଅଧିକାରୀ ଲିମାଇ ଚନ୍ଦ୍ର ପଣ୍ଡା ପ୍ରମୁଖ ମଂଚାସୀନ ଥିଲେ। କାର୍ଯ୍ୟକ୍ରମରେ ପ୍ରଥମେ ପ୍ରଭୂ ଜଗନ୍ନାଥ ଙ୍କ ତୈଳ ଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ପୂଜାର୍ଚ୍ଚନା ପରେ ବନ୍ଦେ ମାତରମ ସଙ୍ଗୀତ ଗାନ କରାଯାଇଥିଲା। ପରେ ମୁଖ୍ୟ ବକ୍ତା ଶ୍ରୀ ପୁରୋହିତ ନିଜର ଅଭିଭାଷଣ ରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଭୂମିକା କୁ ବେଶ ପ୍ରଶଂସା କରିବା ସହ ରାଜ୍ୟରେ ମାଲକାନଗିରି ଜିଲ୍ଲାର ସାମ୍ବାଦିକ ମାନଙ୍କ ଏକ ସ୍ୱତନ୍ତ୍ର ପରିଚୟ ରହିଥିବା ପ୍ରକାଶ କରିଥିଲେ। ସେହିପରି ସମ୍ମାନିତ ଅତିଥି ସୁଶ୍ରୀ ଗାୟତ୍ରୀ ଦେବୀ ସାମ୍ବାଦିକ ମାନଙ୍କ ଉଦ୍ଦେଶ୍ୟରେ ସ୍ୱରଚିତ ସଙ୍ଗୀତ ପରିବେଷଣ କରି ସାମ୍ବାଦିକ ମାନଙ୍କ ମନୋବଳକୁ ବୃଦ୍ଧି କରିଥିଲେ। ମୁଖ୍ୟ ଅତିଥି ବିଧାୟକ ଶ୍ରୀ ଖିଲ ସାମ୍ବାଦିକ ମାନଙ୍କୁ ଜିଲ୍ଲା ବିକାଶର ସାରଥୀ ବୋଲି କହିବା ବିକାଶ ର ଅନ୍ୟ ନାମ ସାମ୍ବାଦିକ ବୋଲି ପ୍ରକାଶ କରିଥିଲେ। ଜିଲ୍ଲା ର ବିଭିନ୍ନ ଉପାନ୍ତ ଅଂଚଳରେ ରହିଥିବା ସମସ୍ୟାକୁ ଲୋକଲୋଚନକୁ ଆଣିବାକୁ ସାମ୍ବାଦିକ ମାନଙ୍କୁ ଉପଦେଶ ଦେଇଥିଲେ। ଏହାସହ ଶ୍ରୀ ଖିଲ ସାମ୍ବାଦିକ ମାନଙ୍କର ନାର୍ଯ୍ୟ ଦାବି ଯଥା:- ବୀମା ରାଶି କୁ ବଢାଇବା, ପେନସନ ଯୋଜନାକୁ ଲାଗୁ କରିବା, ସରଳ ଉପାୟରେ ସରକାରୀ ଗୃହ ସାମ୍ବାଦିକ ମାନଙ୍କୁ ପ୍ରଦାନ କରିବା ସହ ଅନ୍ୟାନ୍ୟ ଦାବି ଗୁଡିକୁ ଅଗାମୀ ଦିନରେ ସେ ବିଧାନସଭା ରେ ସ୍ୱର ଉତୋଳନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାସହ ଚିତ୍ରକୋଣ୍ଡା ବ୍ଲକ ସଙ୍ଘ ନିମନ୍ତେ ଗୃହ ନିର୍ମାଣ ପାଇଁ ଦେଇଥିବା ପ୍ରତିଶ୍ରୁତି କୁ ପୂରଣ କରିବା ପାଇଁ ଶ୍ରୀ ଖିଲ ଗୃହ ନିର୍ମାଣ କାର୍ଯ୍ୟର ଭିତିପ୍ରସ୍ତର ସ୍ଥାପନ କରିଥିଲେ। କାର୍ଯ୍ୟକ୍ରମ ରେ ସଙ୍ଘ କୁ ସୁଦୃଢ କରିବା ପାଇଁ ଅନ୍ୟ ମଂଚାସୀନ ଅତିଥି ମାନେ ମତ ପୋଷଣ କରିଥିବା ବେଳେ ଜିଲ୍ଲାର ସମସ୍ତ ବ୍ଲକ ର ପ୍ରାୟ ୮୦ରୁ ଉର୍ଦ୍ଧ୍ୱ ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଏହାପରେ ଉତ୍କଳ ସାମ୍ବାଦିକ ଜିଲ୍ଲା ସଙ୍ଘର କାର୍ଯ୍ୟ ଶୈଳୀରେ ଆକୃଷ୍ଟ ହୋଇ ବିଭିନ୍ନ ସ୍ଥାନ ରୁ ୮ ଜଣ ସାମ୍ବାଦିକ ସଙ୍ଘର ସଦସ୍ୟତା ଗ୍ରହଣ କରିଥିଲେ। ନୂତନ ସଦସ୍ୟ ଏବଂ କର୍ମକର୍ତା ମାନଙ୍କୁ ମଂଚାସୀନ ଅତିଥି ମାନେ ଉପଢୌକନ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଆଗାମୀ ଦିନରେ ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘର ସମାନ ରୂପକ କାର୍ଯ୍ୟକ୍ରମ ସହ ରାଜ୍ୟ ସ୍ତରୀୟ କାର୍ଯ୍ୟକରିଣୀ ବୈଠକ ନିମନ୍ତେ ଆଲୋଚନା କରାଯାଇଥିବା ସଭାପତି ଶ୍ରୀ ମିଶ୍ର କହିଥିଲେ। ଶେଷରେ ସଙ୍ଘ ସମ୍ପାଦକ ଶ୍ରୀ ପାତ୍ର ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande