ଚାଷୀ ସଙ୍ଗଠନ ଡାକରାରେ ଓଡ଼ିଶା ବନ୍ଦ ସୁବର୍ଣ୍ଣପୁର ଜିଲ୍ଲାରେ ସଫଳ
ସୁବର୍ଣ୍ଣପୁର, 28 ଜାନୁଆରି (ହି.ସ.) ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ନେଇ ନବ ନିର୍ମାଣ କୃଷକ ଚାଷୀ ସଙ୍ଗଠନ ଡାକରା ରେ ଓଡ଼ିଶା ବନ୍ଦ ସୁବର୍ଣ୍ଣପୁର ଜିଲ୍ଲାରେ ସଫଳ ହୋଇଛି । ଧାନ ବିକ୍ରିରେ ଅଚଳାବସ୍ଥା,ଟୋକନ ନ ମିଳିବା,ଧାନ ନ ଉଠିବା,କଟଣି ଛଟଣୀ,ପ୍ରଦୂଷଣ ନାଁରେ ସାଧାରଣ ଲୋକଙ୍କ ଠାରୁ ଜୋରିମାନା
ଚାଷୀ ସଙ୍ଗଠନ ଡାକରା ରେ ଓଡ଼ିଶା ବନ୍ଦ ସୁବର୍ଣ୍ଣପୁର ଜିଲ୍ଲାରେ ସଫଳ


ଚାଷୀ ସଙ୍ଗଠନ ଡାକରା ରେ ଓଡ଼ିଶା ବନ୍ଦ ସୁବର୍ଣ୍ଣପୁର ଜିଲ୍ଲାରେ ସଫଳ


ଚାଷୀ ସଙ୍ଗଠନ ଡାକରା ରେ ଓଡ଼ିଶା ବନ୍ଦ ସୁବର୍ଣ୍ଣପୁର ଜିଲ୍ଲାରେ ସଫଳ


ଚାଷୀ ସଙ୍ଗଠନ ଡାକରା ରେ ଓଡ଼ିଶା ବନ୍ଦ ସୁବର୍ଣ୍ଣପୁର ଜିଲ୍ଲାରେ ସଫଳ


ଚାଷୀ ସଙ୍ଗଠନ ଡାକରା ରେ ଓଡ଼ିଶା ବନ୍ଦ ସୁବର୍ଣ୍ଣପୁର ଜିଲ୍ଲାରେ ସଫଳ


ସୁବର୍ଣ୍ଣପୁର, 28 ଜାନୁଆରି (ହି.ସ.) ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ନେଇ ନବ ନିର୍ମାଣ କୃଷକ ଚାଷୀ ସଙ୍ଗଠନ ଡାକରା ରେ ଓଡ଼ିଶା ବନ୍ଦ ସୁବର୍ଣ୍ଣପୁର ଜିଲ୍ଲାରେ ସଫଳ ହୋଇଛି ।

ଧାନ ବିକ୍ରିରେ ଅଚଳାବସ୍ଥା,ଟୋକନ ନ ମିଳିବା,ଧାନ ନ ଉଠିବା,କଟଣି ଛଟଣୀ,ପ୍ରଦୂଷଣ ନାଁରେ ସାଧାରଣ ଲୋକଙ୍କ ଠାରୁ ଜୋରିମାନା ଆଦାୟ, ସ୍ମାର୍ଟ ମିଟର ଲଗାଇ ବିଦ୍ୟୁତ୍ ଉପଭୋକ୍ତାଙ୍କ ଠାରୁ ମୋଟା ଅଙ୍କର ବିଲ ଆଦାୟ,ଚାଷୀ ନେତା ମାନଙ୍କ ଉପରେ ଆକ୍ରମଣ ଆଦି ପ୍ରତିବାଦରେ ନବ ନିର୍ମାଣ କୃଷକ ସଂଗଠନ ତରଫରୁ ରାଜ୍ୟ ବ୍ୟାପୀ ଦିଆଯାଇଥିବା ବନ୍ଦ ଡାକରା ସୋନପୁର, ତରଭା,ବିର ମହାରାଜ ପୁର, ଉଲୁଣ୍ଡା, ସୁବଳୟା, ଖାରି ,ବିନିକା ଅଞ୍ଚଳରେ ସମ୍ପୂର୍ଣ୍ଣ ସଫଳ ହୋଇଛି। ସକାଳ ୬ଟା ରୁ ଦିନ ୨ଟା ପର୍ଯ୍ୟନ୍ତ ଏହି ବନ୍ଦ ଯୋଗୁଁ ରାସ୍ତାରେ ଅଖ,ଚକ ପୁରାପୁରି ଠପ ହୋଇ ପଡ଼ିଥିଲା ମୁଖ୍ୟ ରାସ୍ତାର ବିଭିନ୍ନ ସ୍ଥାନରେ ଯାନବାହନ ଅଟକି ରହିଥିଲା ।କୃଷକ ସଂଗଠନ ବନ୍ଦ ଡାକରାକୁ ସମର୍ଥନ ଜଣାଇ ବି ଜେ ଡି ଓ କଂଗ୍ରେସ କର୍ମୀ ମାନେ ସାମିଲ ହୋଇ ସହର ପ୍ରମୁଖ ଛକ ମାନଙ୍କରେ ନାରାବାଜି ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସ୍ଵତଃ ପ୍ରବୃତ୍ତ ଭାବେ ଲୋକେ ନିଜର ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରଖି ବନ୍ଦ ଡାକରାକୁ ସମର୍ଥନ ଦେଇଥିବା ଦେଖିବାକୁ ମିଳିଥିଲା। କେବଳ ଜରୁରୀ କାଳୀନ ସେବାରେ ନିୟୋଜିତ ଯାନବାହାନ ଚଳାଚଳ କରୁଥିବା ବେଳେ ବାକି ସବୁ ଯାନବାହାନ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା ସେହିପରି ବିବାହ,ବ୍ରତ ଆଦି ଥିବାରୁ ବିକ୍ଷୋଭ କାରୀ ଉକ୍ତ ଗାଡିଗୁଡିକ ସମ୍ମାନ ସହ ଛାଡ଼ିଦେଇଥିବା ଦେଖିବାକୁ ମିଳିଥିଲା।ତେବେ ମୋଟାମୋଟି ଭାବରେ ବିଭିନ୍ନ ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରେ ମଧ୍ୟ ଏହି ବନ୍ଦର ପ୍ରଭାବ ପଡ଼ିଥିଲା ଯାହାକି ସମ୍ପୂର୍ଣ ରାଜପଥ ସହିତ ସଂଯୋଗ କରୁଥିବା ଗୋଦଭାଗା, ରାମପୁର, ସୋନପୂର, ଚଡେଇପଙ୍କ ଆଦି ରାସ୍ତା ମଧ୍ୟ ଶୁନଶାନ୍ ହୋଇ ପଡ଼ିଥିଲା। ବିଭିନ୍ନ ଅଂଚଳ ରେ ଧାରଣା ଦେଇ ବିଭିନ୍ନ ସ୍ଥାନରେ ବନ୍ଦ କୂ ସମର୍ଥନ ଦିଆ ଯାଇଥିଲ। ଅତ୍ୟାବଶ୍ୟକ ସଂସ୍ଥା କୂ ଛାଡିଦେଲେ ସରକାରୀ ଅଫିସ ସ୍କୁଲ କଲେଜ ବନ୍ଦ ଥିଲା ବେଳେ ପରୀକ୍ଷା ଦେବାକୁ ଆସିଥିବା ପିଲାଙ୍କୁ ଅସୁବିଧା ହୋଇ ନଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande